ବଣୁଆ ମନ ଓ ଶୃଙ୍ଖଳିତ ଆଖି

ସୃଜନଶୀଳ ପ୍ରତିଭା ଜନ୍ମିତ ନୁହେଁ, ଅର୍ଜିତ। ଏହା କେବଳ ବୈଜ୍ଞାନିକ ଉଦ୍ଭାବନ ବା ଛାତ୍ର ଜୀବନରେ ଲୋଡ଼ା ହୋଇ ନ ଥାଏ, ପ୍ରତି ମଣିଷ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଏହାର ଗୁରୁତ୍ୱ ଉପଲବ୍ଧି କରାଯାଏ। ଯେ କୌଣସି ବୃତ୍ତି ଓ କାର୍ଯ୍ୟ କ୍ଷେତ୍ରରେ ଆମେ ସୃଜନଶୀଳ ମନନେଇ କାମ କରିପାରିବା। ସାକ୍ଷରତା ପରି ଏହା ଏକ ସାର୍ବଜନୀନ ବିଶ୍ୱୀୟ ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ଶ୍ରମଶକ୍ତି ପାଇଁ ସୃଜନଶକ୍ତି ଅପରିହାର୍ଯ୍ୟ। ଶିକ୍ଷାମନସ୍ତତ୍ତ୍ୱବିତ୍‌ ଏଡ୍‌.ୱାର୍ଡ.ଡ଼ି.ବୋନୋ କହନ୍ତି,”ଏଥିରେ ସନ୍ଦେହ ନାହିଁ ଯେ ସୃଜନଶୀଳତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନବସମ୍ବଳ। ସୃଜନଶୀଳତା ବିନା ପ୍ରଗତି ନାହିଁ, ଆମେ ସବୁଦିନେ କେବଳ ଏକା ପଦ୍ଧତି(ପାରମ୍ପରିକ ବଳଦିଆ)ର ପୁନରାବୃତ୍ତି କରି ଚାଲିଥିବୁ।“ଏକବିଂଶ ଶତାବ୍ଦୀରେ ବିଜ୍ଞାନର ପ୍ରଯୁକ୍ତି ବିଦ୍ୟା ସହିତ ସୃଜନଶୀଳତାକୁ ସଂଯୋଗ କଲେ ସର୍ବଶ୍ରେଷ୍ଠ ମୂଲ୍ୟବୋଧ ସୃଷ୍ଟି ହୋଇପାରିବ। ସୃଜନଶୀଳତା ମୂଳରେ ଶିକ୍ଷାର ଦର୍ଶନ ଅପେକ୍ଷା ଉପାର୍ଜନ କ୍ଷମତା ଭଳି ଆର୍ଥନୀତିକ ପ୍ରସଙ୍ଗ ଅଗ୍ରାଧିକାର ଲାଭ କରିଛି। ଶିକ୍ଷା ଉଦ୍ଦେଶ୍ୟମୂଳକ ହେଲେ ସୃଜନଶୀଳ ହୁଏ। ସୃଜନଶୀଳତା ଫୁଟିଲେ ଚିନ୍ତାର ଉଦ୍ରେକ ଘଟେ। ଚିନ୍ତାର ଉଦ୍ରେକ ଘଟିଲେ ଜ୍ଞାନ ପ୍ରଜ୍ୱଳିତ ହୁଏ। ଜ୍ଞାନ ପ୍ରଜ୍ୱଳିତ ହେଲେ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟେ। ସୃଜନ ଏକ ମନସ୍ତାତ୍ତ୍ୱିକ କୌଶଳ ଯାହା ଶିକ୍ଷାକୁ ଅଭିବୃଦ୍ଧ କରେ। ଶ୍ରେଣୀରେ ଏହା ଗୋଟିଏ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟର ରୂପାୟନ ହୋଇ ପାରେ। ସୃଜନଶୀଳ ହେବା ପାଇଁ ଗୋଟିଏ ଉପାୟ ନାହିଁ, ଏକାଧିକ ଉପାୟ ଅଛି। ଡ. ଏ.ପି.ଜେ. ଅବ୍‌ଦୁଲ କଲାମଙ୍କ ମତ-‘ଭବିଷ୍ୟତର ସଫଳତା ନିମନ୍ତେ ସୃଜନଶୀଳତା ଏକ ଚାବି।’
ସୃଜନଶୀଳତାର ପରିଭାଷା ନୂତନ ଚିନ୍ତାର ଉଦ୍ରେକ। ନୂତନ ଓ ଯୁଗୋପଯୋଗୀ ଉପତ୍ାଦର ସର୍ଜନ ହିଁ ସୃଜନଶୀଳତା। ମୌଳିକତ୍ୱ ବା ନୂତନତ୍ୱ ଓ ଯୁଗୋପଯୋଗୀ ଉପଯୋଗିତା-ଏହି ଦୁଇଟି ସୃଜନର ସଂଜ୍ଞା। କିଛି ପଦାର୍ଥ ଉପତ୍ନ୍ନ ହେଉ ବା ନ ହେଉ ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିନିଯୋଗ କରି କିଛି ନୂଆ ପଦାର୍ଥ ଉପତ୍ନ୍ନ କରିବାର ପ୍ରଚେଷ୍ଟା ହେଉଛି ସୃଜନଶୀଳତା। ଏହା କୌଶଳ ଆବଶ୍ୟକ କରୁଥିବା ବିଶେଷ ଚିନ୍ତନ ପ୍ରକ୍ରିୟା। ନୂତନତା ଅନୁସନ୍ଧାନରେ ଏହା ନିରନ୍ତର ଗବେଷଣାତ୍ମକ ମାନସିକ ସାମର୍ଥ୍ୟ। ଏହା ଗୋଟିଏ ଭାବନା ଓ ଗୋଟିଏ କଳାତ୍ମକ ସୃଷ୍ଟି ବା ଗୋଟିଏ ଉଦ୍ଭାବନ ହୋଇପାରେ। ସୃଜନୀ ଶକ୍ତି ବଳରେ ନୂତନ ଉଦ୍ଭାବନ କୌଶଳ ବାହାର କରିବା ହେଉଛି ସର୍ଜନାର ପରିପ୍ରକାଶ। ଯାହା ଆଗରୁ ନାହିଁ ତାକୁ ଏହା ଦେଖେ ଓ ବାସ୍ତବ ରୂପ ଦିଏ। ଜଣେ ସୃଜନଶୀଳ ବ୍ୟକ୍ତି ଅସ୍ପଷ୍ଟତା ସହ ବଞ୍ଚିବାକୁ ଭଲ ପାଏ। ସମସ୍ୟାର ସମାଧାନ ସହସା ହୋଇଯାଉ, ସେ ଚାହାନ୍ତି ନାହିଁ। ନୂତନ ଭାବନା ଜନ୍ମ ନେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିଥାନ୍ତି। ମାରିଲୌ କୁକ୍‌ଙ୍କ ଭଳି ଗବେଷକମାନେ କହନ୍ତି, ”ସୃଜନଶୀଳତା ହେଉଛି ଉଦ୍ଭାବନ, ପରୀକ୍ଷଣ, ବୃଦ୍ଧିପ୍ରାପ୍ତି, କ୍ଷତି ବା ବିପଦକୁ ବରଣ କରିବାର ଇଚ୍ଛା, ଭୁଲ୍‌ କରିବା ଓ କୌତୁକ କରିବା।“
ସୃଜନଶୀଳତାର ବିକାଶ ପଥରେ ସୃଜନ ଭଳି ଅଦ୍ୱିତୀୟ କାର୍ଯ୍ୟରେ ଅନ୍ୟକୁ ଅନୁକରଣ (ଶଗଡ଼ଗୁଳା) କରିବାର ଇଚ୍ଛା ନ ଥାଏ। ନିଜ ଭିତରେ ଥିବା ଶକ୍ତିକୁ ଅନୁଭବ କରି ଅନ୍ତର୍ଦୃଷ୍ଟିକୁ ବିକଶିତ କଲେ ନୂତନ ଧାରଣା, ଭାବନା ଓ କଳ୍ପନାର ଉଦ୍ରେକ ଘଟେ। ଆମର ଦୃଷ୍ଟି ନିର୍ମାଣାତ୍ମକ ହୋଇପାରିଲେ ସୃଷ୍ଟି ତଦନୁରୂପ ହେବ। ସୃଜନଶୀଳତା ହେଉଛି ଏକ ଉପହାର, ଅସଜଡ଼ା ପରିବେଶରେ ଏହାର ପରିପ୍ରକାଶ ଘଟେ ନାହିଁ। ବାସ୍ତବରେ ମସ୍ତିଷ୍କର ବିଭିନ୍ନ ଅଞ୍ଚଳ ଇତସ୍ତତ ବିକ୍ଷିପ୍ତ ହୋଇ ରହିଛି। ସେମାନଙ୍କ ମଧ୍ୟରେ ସମନ୍ବୟ ଆଣି ସେମାନଙ୍କର ଗତିକୁ ପାରସ୍ପରିକ କରିପାରିଲେ ମାନସିକ ବିକାଶର ଉନ୍ମେଷ ହୁଏ। ମନ ଗୋଟିଏ ଖାଲି ପାତ୍ର ନୁହେଁ ତାକୁ ଭରି ଦେଇ ହେବ। ଏଥିରେ ଅଗ୍ନିସଂଯୋଗ କରି ଜଳାଇବାକୁ ହେବ। ବାମ ଦକ୍ଷିଣ ଓ ତଳ ଉପର ସ୍ବାଧୀନ ଚିନ୍ତା କରିବା ହେଉଛି ନୂଆ ପଦାର୍ଥ ଚିନ୍ତା କରିବାର ଧାରା, ନବକ୍ରିୟା। ଏହି ପ୍ରସଙ୍ଗରେ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମତ-”ଶିକ୍ଷା ଅର୍ଥ କିଛି ତଥ୍ୟ ଆହରଣ କରିବା ନୁହେଁ। କେମିତି ଚିନ୍ତା କରିବାକୁ ହୁଏ ଏହା ହେଉଛି ମନର ତାଲିମ।“ ଜାତିର ପିତା ଗାନ୍ଧୀ ମହାତ୍ମାଙ୍କ ମତରେ ”ମଣିଷ ହେଉଛି ତା’ଭାବନାର ଉପତ୍ାଦ, ସେ ଯାହା ଭାବେ ତାହା ହୋଇଥାଏ।“ ଅନ୍ୟ ଭାଷାରେ ସ୍ବପ୍ନଦେଖାରୁ ସୃଜନର ଜନ୍ମ। ସ୍ବପ୍ନ ଆମର ଚରିତ୍ରର କଷଟି ପଥର। ସ୍ବପ୍ନ ଦେଖିବା ସୃଜନର ମଞ୍ଜି। କଳ୍ପନା ଏହାର ଅଙ୍କୁରୋଦଗମ୍‌। କଳ୍ପନା ସୃଜନଶୀଳତାର ଆଧାରଶିଳା। ବୁଦ୍ଧିର ପ୍ରକୃତ ଲକ୍ଷଣ ଜ୍ଞାନ ନୁହେଁ, କଳ୍ପନା। କେବଳ କଳ୍ପନା ମାଧ୍ୟମରେ ବାସ୍ତବତା ଶିକ୍ଷା ଦିଆଯାଇପାରିବ ବା ଅପ୍ରକାଶ୍ୟ ପ୍ରକାଶ୍ୟ ହୋଇପାରିବ। ଜ୍ଞାନଠାରୁ କଳ୍ପନା ଗୁରୁତ୍ୱପୂର୍ଣ୍ଣ। ବ୍ୟକ୍ତିତ୍ୱ ଓ ମୌଳିକତା ବହୁ ମୂଲ୍ୟବାନ୍‌। ଯୁକ୍ତି ଜଣକୁ ‘କ’ରୁ ‘ଖ’କୁ ନିଏ, କିନ୍ତୁ କଳ୍ପନା ଜଣକୁ ସବୁସ୍ଥାନକୁ ନେଇଯାଏ। ସୃଷ୍ଟିର ଆରମ୍ଭ ହେଉଛି କଳ୍ପନା। କୁହାଯାଇଛି-”ତୁମେ ଯାହା ଇଚ୍ଛା କରୁଛ ତାହା କଳ୍ପନା କର, ତୁମେ ଯାହା କଳ୍ପନା କରୁଛ ତୁମେ ତାହା ହୋଇଯିବ ଓ ଶେଷରେ ତୁମେ ଯାହା ଚାହୁଁଛ ତାହା ସୃଷ୍ଟି କରିପାରିବ।“ ବସ୍ତୁଗୁଡ଼ିକର ସଂଯୋଗ ଓ ସଂଶ୍ଳେଷଣ ଦ୍ୱାରା ସର୍ଜନ ଶକ୍ତିର ବିକାଶ ଘଟେ। ସୃଜନଶୀଳ ଲୋକଙ୍କ ବିଷୟରେ ପଢ଼ିବା ଓ ଶୁଣିବା ଦ୍ୱାରା ସୃଜନଶୀଳତାର ସ୍ଫୁରଣ ହୋଇପାରେ। ଶିଶୁମାନଙ୍କଠାରେ ସ୍ବାଧୀନଚିନ୍ତା ଓ କଳ୍ପନାଶକ୍ତି ପ୍ରଚୁର ପରିମାଣରେ ଥାଏ। ନାସା ପକ୍ଷରୁ ୧୬୦୦ ପିଲାଙ୍କୁ ନେଇ ଏକ କ୍ରିଏଟିଭ୍‌ ଜେନିୟସ ଲେଭଲ ଟେଷ୍ଟ କରାଯାଇଥିଲା। ସେଥିରୁ ଜଣାପଡ଼ିଲା ୩-୫ ବୟସର ପିଲାମାନଙ୍କଠାରେ କ୍ରିଏଟିଭ୍‌ ଜେନିୟସ ଲେଭଲ ହେଉଛି ଶତକଡ଼ା ୯୮। ୮-୧୦ ବୟସର ପିଲାମାନଙ୍କର ଏହା କମିଯାଇ ଶତକଡ଼ା ୩୨,୧୩-୧୫ ବୟସର ପିଲାମାନଙ୍କ ଠାରେ ଏହା ଶତକଡ଼ା ୧୦ ଓ ୨୫ରୁ ଊର୍ଦ୍ଧ୍ୱ ବୟସର ଯୁବକମାନଙ୍କଠାରେ ଏହା ଶତକଡ଼ା ୨। ଶିଶୁର ସୃଜନଶକ୍ତି ଓ ଯୁବକର ପ୍ରଚେଷ୍ଟା ରହିଲେ ସୃଜନଶକ୍ତିର ବିକାଶ ଘଟିପାରିବ।
ସୃଜନଶୀଳ ଲୋକେ ଶିଖିବାକୁ ସବୁବେଳେ ଆଗ୍ରହୀ, ନମନୀୟ, ନଛୋଡ଼ବନ୍ଦା, ସ୍ବାଧୀନ, ପ୍ରଚଣ୍ଡ ଭାବରେ ଦୁଃସାହସୀ ଓ ବିପଦପୂର୍ଣ୍ଣ ଖେଳ ଖେଳିବାକୁ ଭଲ ପାଆନ୍ତି। ସେଥିପାଇଁ ‘ସୃଜନଶୀଳତା ହେଉଛି ଗୋଟିଏ ବଣୁଆ ମନ ଓ ଶୃଙ୍ଖଳିତ ଆଖି’ ବୋଲି ଡୋରୋଥି ପାର୍କର କହନ୍ତି। ସୃଜନଶୀଳ ସାଧକର ଦୃଢ଼ ବିଶ୍ୱାସ ରହୁ ଯେ ଗୋଟିଏ ଧାରଣା ବା ଭାବନା ବିଫଳ ହୋଇଯାଇଛି ସିନା ଚେଷ୍ଟା ବିଫଳ ହୋଇ ନାହିଁ।

– ଡ. ଶରତ ଚନ୍ଦ୍ର ପରିଡ଼ା
ପଟିଆ,ଭୁବନେଶ୍ୱର
ମୋ: ୭୦୦୮୪୭୫୪୪୧


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri