ବିଭୋର କରୁଛି ବନ୍ୟଜୀବନ

ଢେଙ୍କାନାଳ ଅଫିସ,୧୮।୧: ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଜଙ୍ଗଲ ସଫାରି। ପର୍ଯ୍ୟଟକଙ୍କୁ ପ୍ରକୃତି ଏବଂ ବନ୍ୟଜୀବନ ସହିତ ଯୋଡ଼ିବା ଲାଗି ୩ଦିନ ହେଲା ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବ। ତେବେ ଆରମ୍ଭରୁ ଜଙ୍ଗଲ ଇଲାକାର ଶାନ୍ତ ପରିବେଶ ପ୍ରକୃତିପ୍ରେମୀଙ୍କୁ ବିଭୋର କରୁଥିବାବେଳେ ଏହା ଜିଲା ପର୍ଯ୍ୟଟନକୁ ସମୃଦ୍ଧ କରିବ ବୋଲି ମତପ୍ରକାଶ ପାଇଛି।
କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫାରି କରିବା ଲାଗି ଦୀର୍ଘଦିନରୁ ବନ ବିଭାଗ ଯୋଜନା କରିଥିଲା। ନିକଟରେ ଏହା ଚୂଡ଼ାନ୍ତ ରୂପ ନେଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ୧୦ ଜଣ ପର୍ଯ୍ୟଟକ ବସିବା ଭଳି ୧୨ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ବତନ୍ତ୍ର ଗାଡ଼ି ପ୍ରସ୍ତୁତ କରାଯାଇଛି। ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧୁର ଅନୁଭୂତି ଦେବା ଲାଗି ପରୀକ୍ଷାମୂଳକ ଭାବେ ଜଙ୍ଗଲ ସଫାରି ଆରମ୍ଭ କରାଯାଇଛି। ଦୁଇଦିନ ତଳେ ବିଦେଶୀ ପର୍ଯ୍ୟଟକ ଏହାର ମଜା ନେଇଛନ୍ତି।
କପିଳାସ ରେଞ୍ଜ କାର୍ଯ୍ୟାଳୟରୁ ପର୍ଯ୍ୟଟକଙ୍କୁ ଧରି ଏହି ସଫାରି ଯାନ ଅଭୟାରଣ୍ୟ ଅଭିମୁଖେ ଯାତ୍ରା କରୁଛି। ଦେଓଗାଁ-ଟାଙ୍ଗୀ ରାସ୍ତାର ବାଇଁଶିଆ ବିଟ୍‌ଠାରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପରେ ଢେଙ୍କାନାଳ-କଟକ ସୀମାନ୍ତ କପିଳାସ ଅଭୟାରଣ୍ୟରେ ପ୍ରାୟ ୩୧ କିଲୋମିଟର ପଥ ପରିକ୍ରମା କରୁଛି। ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ସୁରକ୍ଷା ଉପକରଣ ସହ ଗାଡ଼ି ସହିତ ଯାଉଛନ୍ତି। ଗାଡ଼ିରେ ପର୍ଯ୍ୟଟକଙ୍କୁ ସ୍ନାକ୍ସ ଓ କଫି ଦିଆଯିବା ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ମଝିରେ ଥିବା ଚିକିଟା ବିଟ୍‌ ହାଉସଠାରେ ସବୁଜିମାମୟ ଜଙ୍ଗଲ ଦୃଶ୍ୟ, ପାହାଡ଼ ଏବଂ ବନ୍ୟଜନ୍ତୁଙ୍କୁ ଦେଖିବା ଲାଗି ବଡ଼ ଓ୍ବାଚ୍‌ଟାଓ୍ବାର କରାଯାଇଛି। ଅଭୟାରଣ୍ୟରେ ହାତୀ, ଗୟଳ, ଅଜଗର, ଅହିରାଜ, ଭାଲୁ, ହରିଣ, ବାର୍‌ହା, ଝିଙ୍କ ଆଦି ବହୁ ପ୍ରଜାତିର ବନ୍ୟଜନ୍ତୁ ରହୁଥିବାବେଳେ ପର୍ଯ୍ୟଟକମାନେ ଦୂରରୁ ସେମାନଙ୍କୁ ଦେଖିବାର ସୁଯୋଗ ହାତଛଡ଼ା କରୁନାହାନ୍ତି।
ଏ ସଂକ୍ରାନ୍ତରେ ହାତୀ ସ୍କ୍ବାଡ୍‌ କର୍ମଚାରୀ ହରିଶ ଚନ୍ଦ୍ର ପତି, ଲାଣ୍ଡୁ କାଲୁଣ୍ଡିଆ କୁହନ୍ତି, ପର୍ଯ୍ୟଟକମାନେ ସଫାରି ଗାଡିରେ ବସି ଘନଜଙ୍ଗଲ ପରିବେଶର ଆନନ୍ଦ ଉଠାଉଛନ୍ତି। ହାତୀ, ହରିଣ, କୁଟୁରା, ଶାଲିଆପତନି ଭଳି ବନ୍ୟଜନ୍ତୁଙ୍କୁ ପାଖରୁ ଦେଖୁଛନ୍ତି। ଓ୍ବାଚ୍‌ଟାଓ୍ବାର ଉପରୁ ଦିନରାତି ବନ୍ୟଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରାଯାଉଛି। ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପରୀକ୍ଷାମୂଳକ ଭାବେ ଜଙ୍ଗଲ ସଫାରି ଆରମ୍ଭ ହୋଇଛି। ୭ଦିନ ମଧ୍ୟରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏଥିଲାଗି ଦେୟ ମଧ୍ୟ ନିର୍ଦ୍ଧାରିତ ହେବ। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri