ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍‌, ଜାଣନ୍ତୁ ଏଥିରେ କ’ଣ ରହିଛି ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ ତାଙ୍କ ଓ୍ବିକିପିଡିଆ ପେଜ୍‌କୁ ନେଇ ବେଶ୍‌ ଗରମାଗରମ ଖବର ଶୁଣିବାକୁ ମିଳୁଛି। ତାଙ୍କ ଓ୍ବିକିପିଡିଆ ପେଜ୍‌ରେ ଟାଇମ୍‌ ଅପଡେଟ୍‌ ହୋଇଥିବା ବର୍ତ୍ତମାନ ଶୁଣିବାକୁ ମିଳୁଛି। ଏହି ଘଟଣାକୁ ନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ଗୃହମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି। ଏହି ଘଟଣାରେ ଏବେ ନୂଆ ତଥ୍ୟ ପଦାକୁ ଆସିଛି।
ସୋସିଆଲ ମିଡିଆରେ କିଛି ୟୁଜର୍ସ କୁହନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ଓ୍ବିକିପିଡିଆ ପେଜ୍‌ ଅପଡେଟ୍‌ ହୋଇଥିଲା। ୧୪ ଜୁନ୍‌ ସକାଳ ୯ଟାରୁ ୯.୩୦ ମଧ୍ୟରେ ତାଙ୍କ ଓ୍ବିକିପିଡିଆ ଅପ୍‌ଡେଟ୍‌ ହୋଇଥିଲା କି ସେ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ସେହି ୧୪ ଜୁନ୍‌ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଶୁଣିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ଓ୍ବିକିପିଡିଆ ଡାଇରେକ୍ଟର ଅଭିଷେକ ସୂର୍ଯ୍ୟବଂଶୀ କହିଛନ୍ତି, ଓ୍ବିକିପିଡିଆ ପେଜ୍‌ ଆଇଏସ୍‌ଟିର ୟୁଟିସି ଅଫ୍‌ସେଟ୍‌ରେ ଚାଲୁଛି। ଯାହା ଭାରତୀୟ ସମୟ ସାଢ଼େ ୫ ଘଣ୍ଟା ପଛରେ ଚାଲିଥାଏ। ସୁଶାନ୍ତ ଆତ୍ମହତ୍ୟା କରିବା ଖବର ସାଢ଼େ ୪ଟାରେ ଜଣାପଡ଼ିଥିଲା। ଯାହା ପରେ ପେଜ୍‌ ଅପଡେଟ୍‌ ହୋଇଥିଲା। ଏହି କାରଣରୁ ଓ୍ବିକିପିଡିଆ ପେଜ୍‌ରେ ୟୁଜର୍ସମାନଙ୍କୁ ଟାଇମ୍‌ ଗ୍ୟାପ୍‌ ଦେଖାଉଛି। ତାଙ୍କ ପେଜ୍‌ରେ କୌଣସି ଟ୍ୟାମ୍ପରିଂ ହୋଇନାହିଁ।

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ପ୍ରଶଂସକମାନେ କୌଣସି କାରଣକୁ ଅଣଦେଖା କରିବାକୁ ଚାହାନ୍ତି ନାହିଁ। ସେ କେମିତି ଆତ୍ମହତ୍ୟା କଲେ କାହିଁକି କଲେ ପ୍ରତିଟି ଦିଗକୁ ତନ୍ନତନ୍ନ କରି ଖୋଜୁଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଲଗାତର ଖୋଳତାଡ଼ ଚାଲିଛି। ତାଙ୍କର ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି। କିଛି ତଥ୍ୟ ପୋଲିସକୁ ମିଳିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri