ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ଅଭିଯୁକ୍ତ ଏବିଡ଼ିଓ ଫେରାର

ହାଟଡ଼ିହୀ,୨୫l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଡଅଁର ଗ୍ରାମରେ ଅକ୍ଟୋବର ୨ତାରିଖରେ ଏବିଡିଓ ସ୍ବାମୀ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨)ଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ପାଉନାହିଁ। ପୋଲିସ ପଡ଼ୋଶୀ ଭଦ୍ରକ, ଯାଜପୁର, ବାଲେଶ୍ୱର ପ୍ରଭୃତି ଜିଲା ଏବଂ ଅନ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ କୌଣସ ସୁରାଗ ପାଇପାରୁନାହିଁ।

ପ୍ରକାଶ ଯେ, ପାରିବାରିକ କଳହରୁ ଏବିଡିଓ ତାଙ୍କ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଥିଲେ। ଘଟଣା ପରେ ସେ ଫେରାର ଥିବା ବେଳେ ପୁଅ ସତ୍ୟ ପ୍ରକାଶଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୋଲିସ ଏକ ହତ୍ୟା ମାମଲା (ନଂ. ୨୯୪/୨୦୨୫) ରୁଜୁ କରିଥିଲା।

ଅଭିଯୁକ୍ତ ଦେବୀ ପ୍ରସାଦ ଭଦ୍ରକ ଜିଲା ବନ୍ତ ବ୍ଲକ୍‌ରେ ଏବିଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ବନ୍ତ ବ୍ଲକ ବିଡ଼ିଓ ସୀତାକାନ୍ତ ରାଉତ କହିଛନ୍ତି, ଏବିଡ଼ିଓ ଦେବୀ ପ୍ରସାଦଙ୍କ ନାମରେ ନିଜ ସ୍ତ୍ରୀକୁ ହତ୍ୟା ମାମଲା ରୁଜୁ ସମ୍ପର୍କିତ ସୂଚନା ନନ୍ଦିପଦା ପୋଲିସ ବ୍ଲକ୍‌କୁ ଆସି ଜଣାଇଛନ୍ତି।

କିନ୍ତୁ ଅଦ୍ୟାବଧି ଅଭିଯୁକ୍ତ ଏବିଡ଼ିଓ ବିନା ଛୁଟି ଦରଖାସ୍ତରେ ବ୍ଲକ୍‌ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଅନୁପସ୍ଥିତ ନେଇ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିର୍ଦ୍ଦେଶ ଉପର ଅଧିକାରୀଙ୍କଠାରୁ ଆସିନାହିଁ। ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା କହିଛନ୍ତି, ଅଭିଯୁକ୍ତ ଏବିଡ଼ିଓଙ୍କୁ ଧରିବା ପାଇଁ ଏକ ସ୍ପେଶାଲ ଟିମ୍‌ ଗଠନ ହୋଇ ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ସହ ଅନୁସନ୍ଧାନ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri