Advertisement

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ ସ୍ବାମୀଙ୍କୁ ନ ଦେଖାଇବାରୁ ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମଧ୍ୟପ୍ରଦେଶର ଶିବାନୀ ଜିଲାର ଦିନେଶ ନାମକ ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରିଥିଲେ। ସ୍ତ୍ରୀ ପୁଅର ମୁହଁ ନ ଦେଖାଇବାରୁ ଦିନେଶ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଦିନେଶ ମଦ ପିଇ ତାଙ୍କ ସ୍ତ୍ରୀଙ୍କୁ ମାଡ଼ପିଟ୍‌ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ତାଙ୍କ ସ୍ତ୍ରୀ ବାପଘରକୁ ଚାଲିଯାଇଥିଲେ। ପରେ ଦିନେଶ ତାଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ୍‌ କରି ପୁଅକୁ ଦେଖିବାକୁ ଚାହିଁଥିଲେ। ମାତ୍ର ସ୍ତ୍ରୀ ପୁଅର ଚେହେରା ଦେଖାଇ ନ ଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇବା ସହ ଦିନେଶ ସ୍ତ୍ରୀଙ୍କୁ କହିଥିଲେ ପୁଅକୁ ନ ଦେଖାଇଲେ ମୁଁ ଆତ୍ମହତ୍ୟା କରିବି। ଏହା ପରେ ତାଙ୍କ ସ୍ତ୍ରୀ ଫୋନ୍‌ କାଟି ଦେଇଥିଲେ। ପରେ ଏକ ବନ୍ଦ କୋଠରିରୁ ଦିନେଶଙ୍କ ମୃତଦେହ ମିଳିଥିଲା ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍‌ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର...

ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।...

ମର୍ସିଡିଜରେ ଧକ୍କା ହେବା ପରେ ଦୁଇଖଣ୍ଡ ହୋଇଗଲା ଟ୍ରାକ୍ଟର

ତିରୁପତି,୨୭ ।୯: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ମର୍ସିଡିଜ କାର ଏକ ଟ୍ରାକ୍ଟର ସହ ଧକ୍କା...

କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ।...

ନିର୍ବାଚନ ତାରିଖ ଘୋଷଣା କଲେ ଇସି: ୧୨ରେ ମତଦାନ ୮ରେ ଫଳାଫଳ

ନୂଆଦିଲ୍ଲୀ,୧୪।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି। ୬୮ଟି...

କ୍ରିକେଟ ଖେଳକୁ ନେଇ ଝଗଡା: ସାଙ୍ଗର ଆଖି ତାଡି ଲୁଣ ପକାଇଦେଲେ ଯୁବକ

ନୂଆଦିଲ୍ଲୀ, ୧୮।୪: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ଖେଳକୁ ନେଇ ଲାଗିଥିବା ଝଗଡା ଯୋଗୁ ସାଙ୍ଗର...

ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ...

କରିମ୍‌ଗଞ୍ଜ୍‌ରେ ଶତାୟୁ ଦେବେ ଭୋଟ

ଦିସ୍‌ପୁର,୧୭।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆସାମ କରିମ୍‌ଗଞ୍ଜ୍‌ରେ ଜଣେ ଶତାୟୁ ବୃଦ୍ଧ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେ ହେଉଛନ୍ତି ମହମ୍ମଦ୍‌ ଅଲ୍ଲୀ।...

Advertisement
Archives

Model This Week