ପତ୍ନୀଙ୍କୁ ନିର୍ଯ୍ୟାତନା, ହତ୍ୟା ଅଭିଯୋଗ: ଜେଲ୍‌ ଗଲେ ଦୁଇ ସ୍ବାମୀ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁର ଥାନା ପୋଲିସ ଦୁଇଟି ପୃଥକ ପୃଥକ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଦୁଇ ସ୍ବାମୀଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତ୍ରପୁର ଥାନା ଅଧିନ ବଳରାମପୁର ଗ୍ରାମର ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ ଦାସଙ୍କ ଜୁନ ୨୬ରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ତେବେ ଝିଅକୁ ତାଙ୍କ ସ୍ବାମୀ ମାରିଦେଇଥିବା ଅଭିଯୋଗରେ ଭାରତୀଙ୍କ ବାପା ଗୁରୁବାରିଆ ପ୍ରଧାନ ଛତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ। ଏହାପରେ ପୋଲିସ ମୃତ ଭାରତୀଙ୍କ ସ୍ବାମୀ ବଳରାମକୁ ଗିରଫ କରିଛି। ସେହିପରି ଜୁନ ୨୮ରେ ଛତ୍ରପୁର ଥାନା ରାଜନାପଲ୍ଲୀ ଗାଁର ତପନ ପଢ଼ିହାରୀଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀଙ୍କୁୁ ହତ୍ୟା କରାଯାଇଥିବା ନେଇ ଭାଇ ଭିକାରୀ ସାହୁ ଛତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ। ଭାଇଙ୍କ ଅଭିଯୋଗକୁ ଭିତ୍ତି କରି ମୃତକଙ୍କ ସ୍ବାମୀ ତପନଙ୍କୁ ଶନିବାର ପୋଲିସ ଗିରଫ କରିଛି। ଏନେଇ ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ

କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ...

କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬:  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ...

ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ...

ଦୋକାନ ଭିତରକୁ ପଶିଗଲା ଟ୍ୟାଙ୍କର

ପବିତ୍ରନଗର,୧ା୧ (ଡି.ଏନ.ଏ.): କଣିହାଁ ବ୍ଲକ ସମଲ ଥାନା ଗହମଠାରେ ଶୁକ୍ରବାର ସକାଳେ ଏକ ଟ୍ୟାଙ୍କର (ନଂ. ଏମଏଚ୪୮ଏଜି-୨୬୮୯) ଭାରସାମ୍ୟ ହରାଇ ୨ଟି ଦୋକାନ ଭିତରକୁ ପଶିଯାଇଛି।...

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ଜଳେଶ୍ୱର/ଭୋଗରାଇ, ୧୯ା୮(ଡିଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ନଦୀ ନାଳ ଉଛୁଳିବା ଆରମ୍ଭ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ଚଳିତବର୍ଷର ପ୍ରଥମ...

ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ...

ପିପିଏଲ୍‌ ପରିସରରେ ଆମୋନିଆ ସମ୍ପର୍କିତ ମକ୍‌ ଡ୍ରିଲ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ଼ (ପିପିଏଲ) କାରଖାନା ପରିସରରେ ବୁଧବାର ଆମୋନିଆ ଗ୍ୟାସ ନିର୍ଗମନ ଓ ତା’ର ପ୍ରତିକାର ସମ୍ପର୍କିତ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।...

ଉତ୍ତର ଓଡ଼ିଶାରେ ବନ୍ୟା

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/କେନ୍ଦୁଝର,୨୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ନଦୀନାଳ ଫୁଲିବା ସହ ବିଭିନ୍ନ ସ୍ଥାନରେ...

Advertisement
Archives

Model This Week