ଭୁଲରେ ବି ଜୀବନରେ କରନ୍ତୁ ନାହିଁ ଏହି ୫ କାମ, ହୋଇଯିବେ ଦରିଦ୍ର…

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ ସିଦ୍ଧାନ୍ତ ଏବଂ ନୀତି ପ୍ରାସଙ୍ଗିକ ଅଟେ। ଯେଉଁମାନେ ନିଜ ଜୀବନରେ ଏହାକୁ ଗ୍ରହଣ କରିଥାନ୍ତି ସେମାନେ ସୁଖମୟ ଜୀବନଯାପନ କରିପାରନ୍ତି। ଏଥିସହ ସେମାନଙ୍କର ଲକ୍ଷ୍ୟ ହାସଲ କରିପାରିବେ। ତେବେ ଏଭଳି କିଛି କାମ ରହିଛି ଯାହାକୁ ଭୁଲରେ କରିବା ଉଚିତ ନୁହେଁ ବୋଲି ସେ ନିଜର ନୀତିରେ କହିଛନ୍ତି।

ନିଜର ଦୁର୍ବଳତା କାହା ଆଗରେ ଦେଖାନ୍ତୁ ନାହିଁ:
ଚାଣକ୍ୟ କହିଛନ୍ତି ଯେ ଯେଉଁଭଳି ସବୁ ସାପ ବିଷାକ୍ତ ନ ଥାଇ ବି ଫଣା ଉଠାଇ ଚୋଟ ମାରିବା ଭୁଲି ନ ଥାଏ, ସେହିପରି ଜଣେ ଦୁର୍ବଳ ବ୍ୟକ୍ତି ସର୍ବଦା ନିଜର ଦୁର୍ବଳତା ଦେଖାଇବା ଉଚିତ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ କୌଣସି ବ୍ୟକ୍ତି ଆପଣଙ୍କ ଦୁର୍ବଳତାର ସହଜରେ ଲାଭ ଉଠାଇବେ।

ଅଧର୍ମ ମାର୍ଗରେ ଯାଉଥିବା ଲୋକ ନଷ୍ଟ ହୋଇଯାଏ:
ଚାଣକ୍ୟଙ୍କ ଅନୁଯାୟୀ, ଯିଏ ନିଜ ସମାଜ ଛାଡି ଅନ୍ୟ ସମାଜରେ ଯୋଗ ଦେଇଥାଏ, ସେ ଅଧର୍ମ ମାର୍ଗରେ ଯାଉଥିବା ରାଜାଙ୍କ ପରି ନଷ୍ଟ ହୋଇଯାଏ।

ଏପରି କଲେ ଦରିଦ୍ର ହୋଇଯିବେ:
ଚାଣକ୍ୟଙ୍କ ଅନୁଯାୟୀ ଯିଏ ଅପରିଷ୍କାର ପୋଷାକ ପିନ୍ଧନ୍ତି ଏବଂ ନିଜକୁ ସଫା ରଖନ୍ତି ନାହିଁ, ବହୁତ ଖାଆନ୍ତି ଏବଂ କଠୋର ଶବ୍ଦ କହିଥାଏ, ସୂର୍ଯ୍ୟୋଦୟ ପରେ ଉଠେ ଏଭଳି ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, ସେ ଲକ୍ଷ୍ମୀଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇଥାନ୍ତି।

କଟୁ ମନ୍ତବ୍ୟ ଦିଅନ୍ତୁ ନାହିଁ:
ଚାଣକ୍ୟଙ୍କ ଅନୁଯାୟୀ, ଉଦାରତା, ଶବ୍ଦରେ ମଧୁରତା, ଆଚରଣରେ ଚତୁରତା ଥିବା ବ୍ୟକ୍ତିଙ୍କ ସହିତ କୌଣସି ବ୍ୟକ୍ତି ମେଳ କରିପାରିବେ ନାହିଁ। ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଜ ଆଚରଣରେ ଆଣିବା ଉଚିତ। ଏହା ଦ୍ୱାରା ଜଣେ ବ୍ୟକ୍ତି ସଫଳତାର ଶୀର୍ଷକୁ ଛୁଇଁପାରେ।

ଶକ୍ତି ଆଗରେ ଆକାରର ମହତ୍ୱ ଶୂନ:
ଚାଣକ୍ୟ କୁହନ୍ତି, ହାତୀର ଶରୀର ଏତେ ବଡ ତଥାପି ଏହା ଏକ ଛୋଟ ଖୁଣ୍ଟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସେହିପରି ଗୋଟିଏ ଦୀପ ଅନ୍ଧକାରକୁ ଦୂର କରେ। ବିଜୁଳି ପର୍ବତକୁ ଭାଙ୍ଗିଥାଏ। ଏଣୁ ଶକ୍ତି ସାମ୍ନାରେ ଆକାରର କୌଣସି ମହତ୍ୱ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri