ବିଧବା, ବୃଦ୍ଧାଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ଲାଠୋର,୧୭ା୭(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଏ ନେଇ ସେମାନେ ବିଭିନ୍ନ ସମୟରେ ଆବେଦନ କରି ଆସୁଥିଲେ ହେଁ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ବିଧବା ମଧୁ ଛତ୍ରିଆ ଦୁଇ ପୁଅ ଅନିକେତ ଏବଂ ଅଙ୍କିତଙ୍କୁ ନେଇ ଏକ ମାଟି ଛପର ଘରେ ରହଛନ୍ତି। ଆଉ ଜଣେ ବିଧବା ମଞ୍ଜୁ ଛତ୍ରିଆ ମଧ୍ୟ ନିଜ ତିନି ପୁଅ କ୍ରିଷ୍ଣା, ଶିବା ଏବଂ ବାଲାଜିଙ୍କୁ ନେଇ ମାଟି ଛପର ଘରେ ରହୁଛନ୍ତି। ପଡ଼ାର ଶାନ୍ତି ତାଣ୍ଡି ସ୍ବାମୀଙ୍କ ମୃତ୍ୟୁ ପରଠାରୁ ଏକୁଟିଆ ଏକ ମାଟି ଛପର ଘରେ ବାସ କରୁଛନ୍ତି। ସେହିପର ବୃଦ୍ଧା ଭାଜି ଛତ୍ରିଆ ସ୍ବାମୀ ଗୌରାଙ୍ଗ ଛତ୍ରିଆଙ୍କୁ ସାଙ୍ଗରେ ନେଇ ଏକ ମାଟି ଛପର ଘରେ ପଲିଥିନ ଢାଙ୍କି ରହୁଛନ୍ତି। ଦାଦନ ଶ୍ରମିକ ଭଗବାନ ଛତ୍ରିଆ ସ୍ତ୍ରୀ ବାସନ୍ତିଙ୍କୁ ନେଇ ସେମିତି ଭଙ୍ଗା କୁଡ଼ିଆରେ ଅନ୍ୟନୋପାୟ ହୋଇ ରହୁଛନ୍ତି। ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଛୋଟ ପିଲାଙ୍କୁ ନେଇ ସେମାନେ କିପରି ମାଟି ଝାଟିମାଟି ଘରେ ରହିବେ ଚିନ୍ତାରେ ପଡିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇ ଏହି ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜିଯାଏ ବାସଗୃହ ଯୋଗାଇ ଦିଆଯାଇନାହଁି। ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ ଯୋଗୁଁ ପ୍ରକୃତ ହିାଧିକାରୀ ବାସଗୃହ ପାଇବାରୁ ବଞ୍ଚତ୍ତ ହୋଇଥିବା ବେଳେ ସ୍ବଚ୍ଛଳ ବର୍ଗର ଲୋକ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ବାସଗୃହ ପାଉଛନ୍ତି। ହିତାଧିକାରୀମାନେ ସରକାରୀ ବାବୁମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କଲେ ଯେଉଁ ମାନଙ୍କର ନାମ ତାଲିକାରେ ଅଛି ସେମାନେ ବାସ ଗୃହ ପାଇବେ କହି ଫେରାଇ ଦେଉଛନ୍ତି। ଲାଠୋର ସରପଞ୍ଚ ଜୟଶ୍ରୀ ଭଇଁଷାଲଙ୍କୁ ପଚାରିବାରେ ପ୍ରଶାସନ ସହ ଯୋଗାଯୋଗ କରି ଉପରୋକ୍ତ ବ୍ୟକ୍ତିମାନଙ୍କ ନାମ ୱେଟିଙ୍ଗ ଲିଷ୍ଟରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିବି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri