କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା କୋମନା ଓ ଖଡ଼ିଆଳ ବ୍ଲକ ମଝିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ହୋଇଛି। ନୂଆପଡା ଜିଲାର ବୋଡ଼େନ ଓ ଖଡ଼ିଆଳ ବ୍ଲକର ୧୩ ହଜାର ୫ ଶହ ହେକ୍ଟର ଓ ବଲାଙ୍ଗୀର ଜିଲାର ୧୬ ହଜାର ୪ ଶହ ହେକ୍ଟର ଚାଷ ଜମିରେ ଜଳ ସେଚିତ ହେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମାଖିଆଲି ଓ ଉଦାସୀନତା ଯୋଗୁ ବିଭିନ୍ନ ସ୍ଥାନକୁ ବର୍ତ୍ତମାନ ଯାଏ ପାଣି ପହଞ୍ଚତ୍ ନାହିଁ। ଗୋଟିଏପଟେ ବର୍ଷବର୍ଷ ଧରି କେନାଲ ଉନ୍ନତିକରଣ କାର୍ଯ୍ୟ ସରୁ ନ ଥିବା ବେଳେ ନିମ୍ନରୁ ଅତିନିମ୍ନ କାମ କରି କେନାଲ ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ବର୍ତ୍ତମାନ ନୂଆପଡା ଓ ବଲାଙ୍ଗୀର ଜିଲାର ଚାଷୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ବାମ କେନାଲ ୩୫୩ ଜାତୀୟ ରାଜପଥ ଅତିକ୍ରମ କରି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ଼ ପର୍ଯ୍ୟନ୍ତ ଯାଇଛି। ଏଥିରେ ୩୫୩ ଜାତୀୟ ରାଜପଥ ଚଳାନପଡ଼ାଠାରୁ ବରପଦର ଗାଁ ପର୍ଯ୍ୟନ୍ତ ୧୮ଶହ ମିଟର କେନାଲ ଉନ୍ନତିକରଣ ପାଇଁ ୭କୋଟି ୧୬ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି। ୨୦୨୧ ଏପ୍ରିଲରେ ଆରମ୍ଭ ହୋଇ ୨ବର୍ଷ ହୋଇଥିଲେ ହେଁ କାମ ସରିବା ନାଁ ଧରୁନାହିଁ। ଗୋଟିଏପଟେ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। କେନାଲ ଉନ୍ନତିକରଣରେ ଲାଇନିଂ ଦେଇ ବିମ ପକାଇ କଂକ୍ରିଟ କରିବା ବ୍ୟବସ୍ତା ଥିବା ବେଳେ ସମ୍ପୃକ୍ତ ଠିକାଦାର ନିମ୍ନମାନର ସିମେଣ୍ଟ, ଚିପ୍ସ ସହ ହାଲୁକା ମାଟିରେ ବିମ ନିର୍ମାଣ କରୁଥିବା ଅଭିଯୋଗ ହୋଇଛ। ନିମ୍ନମାନର କାର୍ଯ୍ୟ ସହ ପାଣି ସିଞ୍ଚନ ହେଉ ନ ଥିବାରୁ କଂକ୍ରିଟ ଓ ବିମସବୁ ସ୍ଥାନେ ସ୍ଥାନେ ଫାଟିଛି। ବାରମ୍ବାର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଉଚିତ ସିମେଣ୍ଟ ଚିପ୍ସ ଲଗାଇ ପାଣି ସିଞ୍ଚନ ବ୍ୟବସ୍ଥା କରି କାମ ନ କଲେ କାମ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବାଧ୍ୟ ହେବୁ ବୋଲି ବରପଦର ଗ୍ରାମବାସୀ ଚେତାବନୀ ଦେଇଛନ୍ତି। କେନାଲ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାୟକଙ୍କୁ ପଚାରିବାରୁ ନିୟମ ଅନୁସାରେ କାମ ହେଉଛି, ହେଲେ ପାଣି ସିଞ୍ଚନରେ କିଛି ଅସୁବିଧା ହେଉଥିବା କହିଛନ୍ତି। ଜିଲା ପ୍ରଶାସନ ଦୃଷ୍ଟି ଦେଇ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri