କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ ସ୍ବର ଦେଇଛନ୍ତି। ତାଙ୍କୁ ୧୯୮୯ରେ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ୨୦୦୧ରେ ଲତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
ସମସ୍ତେ ଜାଣନ୍ତି ଲତା ଜୀ ବିବାହ କରିନାହାଁନ୍ତି। ଏହି ପ୍ରଶ୍ନ ଲତା ଜୀଙ୍କର ପ୍ରଶଂସକଙ୍କ ମନରେ ନିଶ୍ଚୟ ଆସିଛି ସେ ଆଜି ପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି । କୁହାଯାଏ ଯେ ସେ ମଧ୍ୟ ଥରେ କାହାକୁ ଭଲ ପାଉଥିଲେ। କିନ୍ତୁ ଲତାଙ୍କ ଏହି ପ୍ରେମ କାହାଣୀ ସଫଳ ହୋଇ ନ ଥିଲା। ବୋଧହୁଏ ସେଥିପାଇଁ ଲତା ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଖବର ଅନୁଯାୟୀ, ଲତା ମଞ୍ଜେଶକର ଡୁଙ୍ଗରପୁର ରାଜ ପରିବାରର ମହାରାଜା ରାଜ ସିଂଙ୍କୁ ବହୁତ ଭଲ ପାଉଥିଲେ। ସେ ମହାରାଜା ଲତାଙ୍କ ଭାଇ ହୃଦୟନାଥ ମଞ୍ଜେଶକରଙ୍କ ବନ୍ଧୁ ମଧ୍ୟ ଥିଲେ। କିନ୍ତୁ ଏହି ପ୍ରେମ କାହାଣୀ ପୂରଣ ହୋଇପାରିଲା ନାହିଁ। କୁହାଯାଏ ଯେ, ରାଜ ତାଙ୍କ ମାତାପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସାଧାରଣ ପରିବାରର କୌଣସି ଝିଅକୁ ନିଜ ଘରର ବୋହୂ କରିବେ ନାହିଁ। ରାଜ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରତିଜ୍ଞା ପାଳନ କରିଥିଲେ।
ବିବାହକୁ ନେଇ ଲତା ଜୀ କୁହନ୍ତି ତାଙ୍କ ଉପରେ ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଥିଲା। ସେଥିପାଇଁ ସେ କେବେ ବିବାହ କରି ନ ଥିଲେ। କିନ୍ତୁ ଲତାଙ୍କ ପରି ରାଜ ମଧ୍ୟ ସାରା ଜୀବନ ଅବିବାହିତ ରହିଥିଲେ। ରାଜ ଲତାଙ୍କଠାରୁ ୬ ବର୍ଷ ବଡ ଥିଲେ। ରାଜ କ୍ରିକେଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ ବହୁ ବର୍ଷ ଧରି ବିସିସିଆଇ ସହିତ ଜଡିତ ଥିଲେ। ରାଜ ସ୍ନେହରେ ଲତାଙ୍କୁ ମିଠୁ ଡାକନ୍ତି। ତାଙ୍କ ପକେଟରେ ସବୁବେଳେ ଏକ ଟେପ ରେକଡର୍ର୍‌ ଥିଲା। ଏଥିରେ ଲତାଙ୍କ ପସନ୍ଦର ଗୀତ ବାଜୁଥିଲା। ରାଜ ସିଂ ୧୨ ସେପ୍ଟେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ। ତେବେ ଲତା ମଞ୍ଜେଶକରଙ୍କ ନାମ ରାଜଙ୍କ ବ୍ୟତୀତ ଅନ୍ୟ କାହା ସହିତ ଜଡିତ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri