କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ ସ୍ବର ଦେଇଛନ୍ତି। ତାଙ୍କୁ ୧୯୮୯ରେ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ୨୦୦୧ରେ ଲତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
ସମସ୍ତେ ଜାଣନ୍ତି ଲତା ଜୀ ବିବାହ କରିନାହାଁନ୍ତି। ଏହି ପ୍ରଶ୍ନ ଲତା ଜୀଙ୍କର ପ୍ରଶଂସକଙ୍କ ମନରେ ନିଶ୍ଚୟ ଆସିଛି ସେ ଆଜି ପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି । କୁହାଯାଏ ଯେ ସେ ମଧ୍ୟ ଥରେ କାହାକୁ ଭଲ ପାଉଥିଲେ। କିନ୍ତୁ ଲତାଙ୍କ ଏହି ପ୍ରେମ କାହାଣୀ ସଫଳ ହୋଇ ନ ଥିଲା। ବୋଧହୁଏ ସେଥିପାଇଁ ଲତା ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଖବର ଅନୁଯାୟୀ, ଲତା ମଞ୍ଜେଶକର ଡୁଙ୍ଗରପୁର ରାଜ ପରିବାରର ମହାରାଜା ରାଜ ସିଂଙ୍କୁ ବହୁତ ଭଲ ପାଉଥିଲେ। ସେ ମହାରାଜା ଲତାଙ୍କ ଭାଇ ହୃଦୟନାଥ ମଞ୍ଜେଶକରଙ୍କ ବନ୍ଧୁ ମଧ୍ୟ ଥିଲେ। କିନ୍ତୁ ଏହି ପ୍ରେମ କାହାଣୀ ପୂରଣ ହୋଇପାରିଲା ନାହିଁ। କୁହାଯାଏ ଯେ, ରାଜ ତାଙ୍କ ମାତାପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ସାଧାରଣ ପରିବାରର କୌଣସି ଝିଅକୁ ନିଜ ଘରର ବୋହୂ କରିବେ ନାହିଁ। ରାଜ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରତିଜ୍ଞା ପାଳନ କରିଥିଲେ।
ବିବାହକୁ ନେଇ ଲତା ଜୀ କୁହନ୍ତି ତାଙ୍କ ଉପରେ ସମ୍ପୂର୍ଣ୍ଣ ଘରର ଦାୟିତ୍ୱ ଥିଲା। ସେଥିପାଇଁ ସେ କେବେ ବିବାହ କରି ନ ଥିଲେ। କିନ୍ତୁ ଲତାଙ୍କ ପରି ରାଜ ମଧ୍ୟ ସାରା ଜୀବନ ଅବିବାହିତ ରହିଥିଲେ। ରାଜ ଲତାଙ୍କଠାରୁ ୬ ବର୍ଷ ବଡ ଥିଲେ। ରାଜ କ୍ରିକେଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ ବହୁ ବର୍ଷ ଧରି ବିସିସିଆଇ ସହିତ ଜଡିତ ଥିଲେ। ରାଜ ସ୍ନେହରେ ଲତାଙ୍କୁ ମିଠୁ ଡାକନ୍ତି। ତାଙ୍କ ପକେଟରେ ସବୁବେଳେ ଏକ ଟେପ ରେକଡର୍ର୍‌ ଥିଲା। ଏଥିରେ ଲତାଙ୍କ ପସନ୍ଦର ଗୀତ ବାଜୁଥିଲା। ରାଜ ସିଂ ୧୨ ସେପ୍ଟେମ୍ବର ୨୦୦୯ରେ ମୃତ୍ୟୁବରଣ କରିଥିଲେ। ତେବେ ଲତା ମଞ୍ଜେଶକରଙ୍କ ନାମ ରାଜଙ୍କ ବ୍ୟତୀତ ଅନ୍ୟ କାହା ସହିତ ଜଡିତ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri