ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ ପାଇଁ ମଧ୍ୟସ୍ଥତା କରାଯାଉଛି ଏବଂ ଯିଏ ମଧ୍ୟସ୍ଥତା କରୁଛି ଉଭୟଙ୍କ ପ୍ରତି ଆମର ଏଭଳି ବିତୃଷ୍ଣା ରହିଛି। କାରଣ ଆମର ସମସ୍ତ ସରକାରରେ ଦୃଢ଼ ଭାବେ କୁହାଯାଇଛି ଯେ ସବୁପ୍ରସଙ୍ଗ ଦ୍ୱିପାକ୍ଷିକ ଏବଂ ସେଗୁଡ଼ିକ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବା ଉଚିତ। ଏହା ବିଶେଷ ରୂପରେ ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ପଡ଼ୋଶୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଏବଂ ଅନ୍ତର୍ଜାତୀୟ ମଧ୍ୟସ୍ଥଙ୍କ ପ୍ରତି ତିରସ୍କାରପୂର୍ଣ୍ଣ ମତାମତ ଆମ ବୈଦେଶିକ ମନ୍ତ୍ରୀ ପ୍ରକାଶ କରି ସେମାନଙ୍କୁ ଦଲାଲ ବୋଲି କହିଛନ୍ତି। ଆମେ ଯେଉଁ ସମସ୍ୟାରେ ଜଡ଼ିତ ଏବଂ ପ୍ରଭାବିତ ତାହାର ସମାଧାନ ପାଇଁ ଏବେ କ’ଣ କରୁଛୁ ତାହା ଅସ୍ପଷ୍ଟ। ଆମେ ଏଥିରେ ଜଡ଼ିତ କାରଣ କଷ୍ଟ ପାଉଛୁ ଯେଭଳି ଅନ୍ୟ ଦେଶଗୁଡ଼ିକ ମୂଲ୍ୟବୃଦ୍ଧି ଏବଂ ଅଭାବ ଦୃଷ୍ଟିରୁ ଯନ୍ତ୍ରଣା ଭୋଗୁଛନ୍ତି। କିନ୍ତୁ ଆମେ କେଳବ ଦର୍ଶକ ଭାବେ ରହି ଆଶା କରୁଛୁ ଯେ ସଙ୍କଟ ଆପେ ଆପେ ସମାଧାନ ହେବ କିମ୍ବା ଅନ୍ୟ କେହି ଆସି ଏହାକୁ ସମାଧାନ କରିବେ, ଯାହା ଦ୍ୱାରା ସ୍ଥିତି ଆମ ପାଇଁ ସ୍ବାଭାବିକ ରହିବ। ଚାଲିଥିବା ଯୁଦ୍ଧ ପ୍ରତି ଭାରତ ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ପ୍ରଭାବୀ ଢଙ୍ଗରେ ପ୍ରୟୋଗ କରାଯାଉ ନ ଥିବା ଅନ୍ୟ ଦୃଷ୍ଟିକୋଣ ବିଷୟରେ ମୁଁ ଏଠାରେ ଲେଖିବାକୁ ଚାହିଁଲି। ଏହା କ’ଣ ହୋଇପାରେ ସେ ବିଷୟରେ ଆମକୁ ଆକଳନ କରିବାକୁ ପଡ଼ିବ ନାହିଁ। କ’ଣ କରିବାକୁ ପଡ଼ିବ ବି ସେ ବିଷୟରେ ପୂର୍ବ ସରକାର ଏକ ଦସ୍ତାବିଜ ଛାଡ଼ିଦେଇଯାଇଛନ୍ତି। ୪ ନଭେମ୍ବର ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ପରିଭାଷିତ କରୁଥିବା ପାଞ୍ଚଟି ନୀତି ଦର୍ଶାଇଥିଲେ। ପ୍ରଥମତଃ ବିଶ୍ୱର ପ୍ରମୁଖ ଶକ୍ତି ଏବଂ ଏସୀୟ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ଏହାର ବିକାଶମୂଳକ ପ୍ରାଥମିକତା ଦ୍ୱାରା ଗଢ଼ିଉଠିଛି ବୋଲି ସ୍ବୀକାର କରିବା। ସିଂ କହିଥିଲେ, ଭାରତୀୟ ବୈଦେଶିକ ନୀତିର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଆମ ଦେଶର କଲ୍ୟାଣ ପାଇଁ ଏକ ଅନୁକୂଳ ତଥା ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି କରିବା। ଦ୍ୱିତୀୟତଃ, ବିଶ୍ୱ ଅର୍ଥନୀତି ସହିତ ଅଧିକ ସମନ୍ବୟ ଭାରତ ପାଇଁ ଲାଭଦାୟକ ଏବଂ ଭାରତୀୟଙ୍କୁ ସେମାନଙ୍କର ସୃଜନଶୀଳ ସମ୍ଭାବନାକୁ ସାକାର କରିବାରେ ସକ୍ଷମ ହେବ। ତୃତୀୟତଃ, ସମସ୍ତ ପ୍ରମୁଖ ଶକ୍ତି ସହିତ ସ୍ଥିର, ଦୀର୍ଘକାଳୀନ ଏବଂ ପାରସ୍ପରିକ ଲାଭଦାୟକ ସମ୍ପର୍କ ରଖିବା। ସମସ୍ତ ରାଷ୍ଟ୍ର ପାଇଁ ଲାଭଦାୟକ ଏକ ବିଶ୍ୱ ଅର୍ଥନୈତିକ ଓ ସୁରକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ମିଳିତ ଭାବେ କାମ କରିବା। ଚତୁର୍ଥତଃ, ଭାରତୀୟ ଉପମହାଦେଶର ସହଭାଗୀ ଭବିଷ୍ୟତ ପାଇଁ ଆଞ୍ଚଳିକ ସହଯୋଗ ଏବଂ ଯୋଗାଯୋଗର ଆବଶ୍ୟକତାକୁ ସ୍ବୀକାର କରିବା। ପଞ୍ଚମରେ, କେବଳ ସ୍ବାର୍ଥ ଦ୍ୱାରା ନୁହେଁ ବରଂ ଭାରତୀୟଙ୍କ ପ୍ରିୟ ମୂଲ୍ୟବୋଧ ଦ୍ୱାରା ନିର୍ଦ୍ଧାରିତ ଏକ ବୈଦେଶିକ ନୀତି; ଯାହା ବିବିଧତା, ଧର୍ମନିରପେକ୍ଷ ଏବଂ ଉଦାରବାଦୀ ଗଣତନ୍ତ୍ର ଢାଞ୍ଚାରେ ଅର୍ଥନୈତିକ ବିକାଶ ହାସଲ କରିବାର ଭାରତର ପରୀକ୍ଷଣ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରଣା ଦେଇଛି, ତାହାକୁ ଜାରି ରଖିବା ଉଚିତ।
ସଂକ୍ଷେପରେ କହିବାକୁ ଗଲେ ଏହି ବୈଦେଶିକ ନୀତି ବ୍ୟବହାର କରି ଭାରତ ଆର୍ଥିକ ବିକାଶକୁ ଆଗକୁ ବଢ଼ାଇବ; ଏହା ବିଶ୍ୱର ବୃହତ୍‌ ଶକ୍ତି ଓ ଏହାର ପଡ଼ୋଶୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବ ଏବଂ ଏହା କରି ଏକ ବିବିଧତାପୂର୍ଣ୍ଣ ତଥା ଧର୍ମନିରପେକ୍ଷ ଗଣତନ୍ତ୍ର ହୋଇ ରହିବ। ଯଦି ଆମେ ଏକମତ ହେବା, ଭାରତୀୟ ବୈଦେଶିକ ନୀତିର ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଭାରତର କଲ୍ୟାଣ ପାଇଁ ଏକ ବିଶ୍ୱସ୍ତରୀୟ ପରିବେଶ ସୃଷ୍ଟି କରିବା; ତେବେ ଏହି ପରିବେଶ ଯେଭଳି ନଷ୍ଟ ନ ହୁଏ ତାହା ନିଶ୍ଚିତ କରିବାକୁ ପଡ଼ିବ। ଭାରତ ହେଉଛି ଏକମାତ୍ର ରାଷ୍ଟ୍ର, ଯାହାର ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଭଲ ସମ୍ପର୍କ ଅଛି। ସେମାନଙ୍କ ମଧ୍ୟରୁ ଦୁଇଟି ସହିତ ପାକିସ୍ତାନର ବି ବନ୍ଧୁତା ରହିଛି। ଉପସାଗରୀୟ ଯୁଦ୍ଧ ଆମର ଅର୍ଥନୀତି, ସାର ଏବଂ ଇନ୍ଧନ ଯୋଗାଣକୁ କ୍ଷତି ପହଞ୍ଚାଇବ ଏବଂ ଅସ୍ଥିରତା ସୃଷ୍ଟି କରିବ ବୋଲି ଆମେ ଜାଣିଥିଲୁ। ଏଣୁ ଯୁଦ୍ଧ କିଭଳି ନ ହେବ ଆମେ ନିଶ୍ଚିତ କରିବା ଉଚିତ ଥିଲା। ହେଲେ ତାହା କରିବାକୁ ଚାହିଁଲୁ ନାହିଁ। ସମନ୍ବୟର ଦ୍ୱିତୀୟ ବିନ୍ଦୁ ହେଉଛି ଯେଉଁ ବିଷୟରେ ଗତ ଦଶନ୍ଧିରେ ସତର୍କତା ଅବଲମ୍ବନ କରିଥିଲୁ ଏବେ ଆହୁରି ସତର୍କ ହୋଇଛୁ। ଆମେ ପ୍ରାୟ ୧୫ଟି ଏସିଆ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରକୁ ନେଇ ଗଠିତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତାରେ ପ୍ରବେଶ ନ କରିବାକୁ ଚାହଁିଛୁ। ତୃତୀୟ ବିନ୍ଦୁରେ ସମସ୍ତ ଶକ୍ତି ସହ ଦୀର୍ଘକାଳୀନ ପାରସ୍ପରିକ ଲାଭଦାୟକ ସମ୍ପର୍କ ରଖିବାର ମାନେ ଚାଇନା ସମ୍ପର୍କରୁ ବୁଝିହୁଏ। ୨୦୨୦ ପରଠାରୁ ଆମେ ଏଥିପାଇଁ କେତେ ଏଜେନ୍ସି ପ୍ରୟୋଗ କରିଛୁ ଏବଂ ସ୍ଥିତି କେଉଁଠି ଅଛି ତାହା ସ୍ପଷ୍ଟ।
ମୋ ଜାଣିବାରେ ସିଂ ଉପସ୍ଥାପନ କରିଥିବା ଚତୁର୍ଥ ଏବଂ ପଞ୍ଚମ ବିନ୍ଦୁରେ ୨୦୧୪ ପରଠାରୁ ସର୍ବାଧିକ ବିଚ୍ୟୁତି ଘଟିଛି। ଦକ୍ଷିଣ ଏସିଆରେ ସୀମା ସ୍ଥିତି ଜଟିଳ ରହିଛି କିମ୍ବା ବନ୍ଦ ରହିଛି; ମୁକ୍ତ ଯାତାୟାତ ଅସମ୍ଭବ। ଶେଷରେ, ୧୯୪୭ ପରେ ପ୍ରଥମ ଥର ପାଇଁ ଆମେ ଏକ ରାଜନୈତିକ ଆନ୍ଦୋଳନର ସମ୍ମୁଖୀନ ହେଉଛୁ ଯାହା ଭାରତର ବିବିଧତା, ଧର୍ମନିରପେକ୍ଷ ଏବଂ ଉଦାରବାଦୀ ବିଚାରର ବିରୋଧୀ। ଇସ୍ରାଏଲ ସହିତ ଆମର ନୂତନ ଗଭୀର ବନ୍ଧୁତାକୁ ଏହି ଦୃଷ୍ଟିରୁ ବୁଝିବାକୁ ହେବ। ଇସ୍ରାଏଲ ଆମର ୪୯ତମ ବୃହତ୍ତମ ରପ୍ତାନି ଏବଂ ୪୮ତମ ବୃହତ୍ତମ ଆମଦାନୀ ଅଂଶୀଦାର, ସବୁଠାରୁ ନିମ୍ନତମ ଅଂଶୀଦାରଙ୍କ ମଧ୍ୟରୁ ଗୋଟିଏ। ଇସ୍ରାଏଲ ପ୍ରତି ଆମର ଏତେ ପ୍ରୀତି କାହିଁକି? କାରଣ ଇସ୍ରାଏଲ ତା’ର ସଂଖ୍ୟାଲଘୁଙ୍କ ପ୍ରତି ଯାହା କରୁଛି, ଆମେ ଆମ ସଂଖ୍ୟାଲଘୁଙ୍କ ପ୍ରତି ତାହା କରିବାକୁ ତୀବ୍ର ଇଚ୍ଛୁକ। ଯଦି ଆମେ ଭାବୁଛୁ ଯେ ଆମକୁ ନିଜର ପଥ ସଂଶୋଧନ କରିବାକୁ ପଡ଼ିବ, ତେବେ ମନମୋହନ ସିଂଙ୍କ ଦଶନ୍ଧି ପୂର୍ବର ବିଜ୍ଞ, ସରଳ ଏବଂ ସୁଚିନ୍ତିତ ପରାମର୍ଶରୁ ଆରମ୍ଭ କରିବା ସବୁଠୁ ଭଲ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri