ଏତେ ମାମଲା କାହିଁକି

ରାଜୀବ କୁମାର ନାୟକ

ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ ବିଳମ୍ବ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଏକପ୍ରକାର ଦଣ୍ଡ। କିଛିଦିନ ତଳେ ଏକ ଓଡ଼ିଆ ଦୈନିକ ଖବରକାଗଜ ମାଧ୍ୟମରେ ମଧ୍ୟ ବହୁତ ମାତ୍ରାରେ ମାମଲା ପଶ୍ଚିମ ଓଡ଼ିଶାର ବିଭିନ୍ନ କୋର୍ଟରେ ପଡ଼ି ରହିଥିବା ବିଷୟ ସାମ୍‌ନାକୁ ଆସିଥିଲା। ଖବର ଅନୁଯାୟୀ କେବଳ ପଶ୍ଚିମ ଓଡ଼ିଶାର ଦଶଟି ଜିଲାରେ ପାଖାପାଖି ୩.୫ ଲକ୍ଷ ମାମଲା କୋର୍ଟରେ ବିଚାରାଧୀନ ରହିଛି, ଯେଉଁଥିରେ ଅତି ଛୋଟ ଦେବଗଡ଼ ଜିଲାରେ ୮୭୯୪ ଏବଂ ସୁନ୍ଦରଗଡ଼ ଭଳି ବଡ଼ ଜିଲାରେ ୮୮,୩୪୭ଟି ମାମଲା ରହିଛି। ଏହି ଚିତ୍ରରୁ କଳନା କଲେ ସମଗ୍ର ଓଡ଼ିଶାର ବିଭିନ୍ନ ନ୍ୟାୟାଳୟ ଏବଂ ତା’ ସାଙ୍ଗକୁ କିଶୋର ନ୍ୟାୟ ବୋର୍ଡରେ ପଡ଼ି ରହିଥିବା ମାମଲା ସଂଖ୍ୟା କେତେ ହେବ ତାହା ସହଜରେ ଅନୁମେୟ।
ଏଭଳି ସ୍ଥିତିରେ ଏତେସବୁ ମାମଲା କୋର୍ଟ ତଥା କିଶୋର ନ୍ୟାୟ ବୋର୍ଡରେ କାହିଁକି ପଡ଼ିଛି ତର୍ଜମା କଲେ ଆମ ସାମ୍‌ନାରେ ସ୍ବତଃ କିଛି କାରଣ ଉଦ୍ରେକ ହେଉଛି। ପ୍ରଥମତଃ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କୋଭିଡ୍‌-୧୯ କାରଣରୁ ସମସ୍ତ ଅଦାଲତ କାର୍ଯ୍ୟ ଧିମା ହୋଇଯାଇଛି କହିଲେ ଚଳେ। କେବଳ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଆଇନଜୀବୀମାନେ ଜରୁରୀ କାମ ଯଥା- ଜେଲରେ ଥିବା ବିଚାରାଧୀନ କଏଦୀ ବା ନୂଆ କେସ୍‌ ସ୍ଥଳେ ବେଲ୍‌ ଆବେଦନ ଇତ୍ୟାଦି ଛାଡ଼ି ଅନ୍ୟ କାମ ନ କରିବା ବିଚାର ବ୍ୟବସ୍ଥାକୁ ଅନେକେ ମାତ୍ରାରେ ପ୍ରଭାବିତ କରିଛି। ଜାଗା ବିଶେଷରେ ସମସ୍ତଙ୍କୁ ଟିକା ନ ମିଳିବା ଯାଏ ଜରୁରୀ କାମକୁ ଛାଡ଼ି ସାକ୍ଷୀ ଇତ୍ୟାଦି କରିବା ପାଇଁ ବାର୍‌ ଆସୋସିଏଶନଗୁଡ଼ିକ ମନା କରିଦେଇଥିବା ଜଣାଯାଏ। ଏ କ୍ଷେତ୍ରରେ କୋର୍ଟ ବା କିଶୋର ନ୍ୟାୟ ବୋର୍ଡରେ ଅଳ୍ପ ସଂଖ୍ୟକ ଶୁଣାଣି ହେଉଛି । କୋର୍ଟ ବା କିଶୋର ନ୍ୟାୟ ବୋର୍ଡରେ ମଧ୍ୟ ଭିଡ଼ କମାଇବା ପାଇଁ ଅନେକ ସାକ୍ଷୀଙ୍କୁ ଗୋଟିଏ ଦିନରେ ଡକା ନ ଯାଇ ଗୋଟିଏ ବା ଦୁଇଟି କରି ଡକାଯାଇ ପାରନ୍ତା, ଯାହାକି ହେଉନାହିଁ। କିଶୋର ନ୍ୟାୟ ବୋର୍ଡ କୋର୍ଟ ବାହାରେ ଥିଲେ ମଧ୍ୟ କୋର୍ଟର ଜଟିଳ ବ୍ୟବସ୍ଥାରୁ ମୁକ୍ତ ନୁହେଁ ଏବଂ ଏହା ମଧ୍ୟ ପ୍ରାୟ ସମାନ ରୀତିରେ କାର୍ଯ୍ୟ କରିଥାଏ, ଯାହାର ବିଚାର ପଦ୍ଧତିରେ ଅନ୍ୟ କୋର୍ଟ ଭଳି ପ୍ରତ୍ୟକ୍ଷଦର୍ଶୀ, ଜାମିନଦାର, ପୋଲିସ, ଡାକ୍ତର, ଓକିଲ ଇତ୍ୟାଦିଙ୍କ ବିନା ଉପସ୍ଥିତିରେ କେସ୍‌ର ଅଗ୍ରଗତି ହୋଇ ନ ଥାଏ। ତେଣୁ ଆଇନଜୀବୀମାନଙ୍କ ଦୀର୍ଘଦିନ ଧରି କାମ ବନ୍ଦ ଅଦାଲତରେ ଥିବା ମାମଲା ସଂଖ୍ୟାକୁ ବଢ଼ାଇବାରେ ସହାୟକ ହେଉଛି।
ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାର କଥା ଦେଖିଲେ, କୋଭିଡ୍‌ ପୂର୍ବରୁ ହାଇକୋର୍ଟର ସ୍ଥାୟୀବେଞ୍ଚ ଦାବିନେଇ ଆଇନଜୀବୀମାନେ ଦୀର୍ଘଦିନ ଧରି କୋର୍ଟ ବର୍ଜନ କରିଥିଲେ। ଆହୁରି ମଧ୍ୟ କୋର୍ଟରେ ଗ୍ରୀଷ୍ମ ଅବକାଶ, ଦଶହରା ଛୁଟି ଏବଂ ଶୀତଛୁଟି ହୋଇଥାଏ। ଏତେ ସମୟ କୋର୍ଟ ଓ ବୋର୍ଡ ବନ୍ଦ ହେଲେ ମାମଲା ଫଇସଲା ହେବାରେ ବିଳମ୍ବ ହେବା ସ୍ବାଭାବିକ। ଏହା ବାଦ୍‌ ବୋର୍ଡ କିମ୍ବା କୋର୍ଟର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଫୌଜଦାରି ମାମଲାରେ ବିଶେଷକରି ଯେକୌଣସି ମାମଲାଟିଏ ପୋଲିସ ଦ୍ୱାରା ହସ୍ତଗତ ହେଲେ ପୋଲିସ ତାହାକୁ ନିଜ ସ୍ତରରେ ବେଲ୍‌ ଦେଇ ମାମଲାଟିକୁ ବୋର୍ଡକୁ ପଠାଇ ଦେଇପାରେ ବା ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁକୁ ବୋର୍ଡ ଆଗରେ ଉପସ୍ଥିତ କରାଇପାରେ। ବୋର୍ଡ ଆଗରେ ଦୁଇଟି ବିକଳ୍ପ ବେଲ୍‌ ଦିଆଯିବ ନତୁବା ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ, ଯଦିଓ ଜଘନ୍ୟ ଅପରାଧ ଭଳି କିଛି କେସ୍‌କୁ ଛାଡ଼ି ଅନ୍ୟ ସବୁରେ ବେଲ୍‌ ପାଇବା ଶିଶୁର ଅଧିକାର ଏବଂ ବେଲ୍‌ ନାମାଞ୍ଜୁରକୁ ବ୍ୟତିକ୍ରମ ବୋଲି ଧରା ଯାଇଥାଏ । ଥାନାରୁ ମିଳୁଥିବା ବେଲ୍‌ ବା ଜାମିନ ସ୍ଥଳେ ବର୍ଷବର୍ଷ ଧରି ଶିଶୁଟି ବୋର୍ଡ ସାମ୍‌ନାରେ ଉପସ୍ଥିତ ନ ହେବା ନଜିର ଅନେକ ରହିଛି, ଯେଉଁଥିସକାଶେ କେସ୍‌ ଅଗ୍ରଗତି କରିପାରି ନ ଥାଏ। କିଛିକାଂଶରେ ଅଭିଯୁକ୍ତ ଫେରାର ହେବା କାରଣରୁ ମଧ୍ୟ ମାମଲା ଦୀର୍ଘଦିନ ପର୍ଯ୍ୟନ୍ତ ଅଗ୍ରଗତି ନ ହୋଇ ପଡ଼ିରହିଥାଏ। ପ୍ରଥମ ପର୍ଯ୍ୟାୟ କୌଣସି ହିସାବରେ ସରିଗଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ ପାଖରୁ ଚାର୍ଜଶିଟ୍‌ ନ ଆସିବା ପର୍ଯ୍ୟନ୍ତ ପୁନର୍ବାର କେସ୍‌ରେ କିଛି ଅଗ୍ରଗତି ହୋଇପାରି ନ ଥାଏ।
ଆଜି ତାରିଖରେ ଦେଖିଲେ ବୋର୍ଡ କିମ୍ବା କୋର୍ଟରେ ହଜାର ସଂଖ୍ୟାରେ ମାମଲା ଚାର୍ଜଶିଟ୍‌ ଅଭାବରୁ ବର୍ଷ ବର୍ଷ ଧରି ପଡ଼ିରହିଛି। ଚାର୍ଜଶିଟ୍‌ ଆସିଲା ପରେ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତ ପୁନଶ୍ଚ କୋର୍ଟରେ ହାଜର ହୋଇ ବେଲ୍‌ ସକାଶେ ଆବେଦନ କରିବା କଥା, କିନ୍ତୁ ଅନେକ ସ୍ଥଳେ ଏହି ଆପିୟରେନ୍ସ ମଧ୍ୟ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ କିମ୍ବା ଅଭିଯୁକ୍ତ ନ ଆସିବା ଫଳରେ ହୋଇପାରି ନ ଥାଏ। ଆପିୟରେନ୍ସ ହେଲା ପରେ ଯାଇ ସାକ୍ଷ୍ୟ ବୟାନ ରେକର୍ଡ କରା ଯାଇଥାଏ, ଯାହାଫଳରେ ଏହି ହେତୁରୁ ଅହେତୁକ ବିଳମ୍ବ ହୋଇଥାଏ। ସାକ୍ଷ୍ୟ ବୟାନ ସମୟରେ ମଧ୍ୟ ଅନେକ ସ୍ଥଳେ ସାକ୍ଷୀମାନଙ୍କ ଦ୍ୱାରା ଦିଆଯାଇଥିବା ଠିକଣା ଏବଂ ବର୍ତ୍ତମାନର ଠିକଣାରେ ଅମେଳ କାରଣରୁ ସମନ ଫେରି ଆସୁଥିବା ପରିଲକ୍ଷିତ ହୋଇଥାଏ। ଠିକ୍‌ ସେହିପରି ମେଡିକାଲ ଅଫିସରଙ୍କ ବଦଳି(ଯିଏ ଡାକ୍ତରୀ ରିପୋର୍ଟ ପ୍ରଦାନ କରିଥିବେ), ଅନୁସନ୍ଧାନକାରୀ ପୋଲିସ ଅଫିସରଙ୍କ ବଦଳି ମଧ୍ୟ ମାମଲା ଫଇସଲାରେ ବିଳମ୍ବର କାରଣ ହୋଇଥାଏ। ଏତଦ୍‌ଭିନ୍ନ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ କିମ୍ବା ଅଭିଯୁକ୍ତମାନେ ଦୂରଦୂରାନ୍ତ ଏପରିକି ଅନ୍ୟ ଜିଲା ତଥା ପ୍ରଦେଶର ହୋଇଥିବା କାରଣରୁ ସାକ୍ଷ୍ୟ ଗ୍ରହଣରେ ବିଳମ୍ବ କେସ୍‌ ଫଇସଲା ହେବାରେ ବିଳମ୍ବର ଅନ୍ୟତମ କାରଣ ପାଲଟିଥାଏ।
ସବୌପରି ଗଣତନ୍ତ୍ରରେ ଚାପଗୋଷ୍ଠୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋର୍ଟ ଏବଂ ଥାନା ଏହି ଦୁଇଟି ଅନୁଷ୍ଠାନକୁ ସାଧାରଣ ନାଗରିକଙ୍କ ଭାରି ଭୟ। ତେଣୁ ସେଠି କ’ଣ ହୁଏ ବହୁତ ଲୋକ ଜାଣିନାହାନ୍ତି ବା ପ୍ରଶ୍ନ କରିନାହାନ୍ତି । ତେଣୁ ବିଭିନ୍ନ କାରଣରୁ ବୋର୍ଡ କିମ୍ବା କୋର୍ଟର ଦୈନନ୍ଦିନ କାମ ହେବାରେ ଅନ୍ତରାୟ ହେବାକୁ କେହି ଦୃଷ୍ଟି ଦିଅନ୍ତି ନାହିଁ। ଆଇନର ଭାବନାତ୍ମକ ଦିଗକୁ ପର୍ଯ୍ୟାଲୋଚନା କଲେ ଶିଶୁମାନଙ୍କର ବିରାଟ ଭବିଷ୍ୟତକୁ ଆଖି ଆଗରେ ରଖି ଶୀଘ୍ର କେସ୍‌ ଫଇସଲା ହେବା ନିମନ୍ତେ କେସ୍‌ର ଗୁରୁତ୍ୱ ଅନୁଯାୟୀ କେସ୍‌ ସବୁକୁ ସାଧାରଣ(୩ ବର୍ଷରୁ କମ୍‌ ଦଣ୍ଡ), ଗମ୍ଭୀର(୩ରୁ ୭ ବର୍ଷ ଦଣ୍ଡ) ଏବଂ ଜଘନ୍ୟ (ଅତି କମ୍‌ରେ ୭ ବର୍ଷ ଦଣ୍ଡ)ଶ୍ରେଣୀଭୁକ୍ତ କରାଯାଇଛି ଏବଂ କିଶୋର ନ୍ୟାୟ(ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ନାମରେ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରା ଯାଇଛି, କିନ୍ତୁ ଆହୁରି ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦଣ୍ଡ ପ୍ରକ୍ରିୟା ସଂହିତା(ସିଆରପିସି)ରେ କେବଳ ଜଣେ ବିଚାରପତି କ’ଣ କରିବେ ବୋଲି ନିର୍ଦ୍ଦେଶ ଥିବା ସ୍ଥଳେ ବୋର୍ଡ ମୋଟ୍‌ ଆକାରରେ କ’ଣ କରିବ ନିର୍ଦ୍ଦିଷ୍ଟ ଭାବରେ କିଛି ନାହିଁ। ତେଣୁ ବୋର୍ଡର କାର୍ଯ୍ୟକାରିତାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ଭାବରେ ଏକ ସଂହିତା କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି। ବୋର୍ଡ କୋର୍ଟରୁ ଅଲଗା ବୋଲି ଖାଲି କହିଲେ ହେବ ନାହିଁ ବା ଶିଶୁ ବୋର୍ଡରେ ଉପସ୍ଥିତ ହେବାର ୬ ମାସ ମଧ୍ୟରେ ସାଧାରଣ ଅପରାଧ କ୍ଷେତ୍ରରେ କେସ୍‌କୁ ସ୍ବତଃ ବନ୍ଦ କରିବାକୁ କହିବା ଭିନ୍ନ ପୋଲିସ, ଓକିଲ, ଡାକ୍ତର ପ୍ରତ୍ୟେକେ ଯଦି ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ସଂପନ୍ନ କରନ୍ତେ ମାମଲା ଶୀଘ୍ର ଫଇସଲା ହେବାର ରାସ୍ତା ପରିଷ୍କାର ହୁଅନ୍ତା।
ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri