କାହିଁକି ଅଧିକ ୭ ଦିନ କ୍ୱାରାଣ୍ଟାଇନରେ ରହିବେ ରୋହିତ୍‌ ଶର୍ମା

ଦୁବାଇ, ୨୭।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌କୁ ୟୁଏଇରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଛି। ଏହି ଅବସରେରେ ସମସ୍ତ ୮ଟି ଫ୍ରାଞ୍ଚାଇଜ ୟୁଏଇରେ ପହଞ୍ଚି ସାରିଛନ୍ତି। ଏପରିକି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ସେମାନଙ୍କ କ୍ୱାରାଣ୍ଟାଇନ ଅବଧି ୭ ଦିନ ପୂରଣ କରି ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ସେହିଭଳି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର୍‌ କିଙ୍ଗ୍ସର କ୍ୱାରାଣ୍ଟାଇନ ଅବଧି ମଧ୍ୟ ପୂରଣ ହୋଇଛି। ଉଭୟ ଦଳ ଖୁବ୍‌ ଶୀଘ୍ର ସେମାନଙ୍କ ଅଭ୍ୟାସ ଆରମ୍ଭ କରିପାରନ୍ତି। କିନ୍ତୁ ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଦଳ ଆହୁରି ୭ ଦିନ ଅଧିକା କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ ଉଭୟ ମୁମ୍ବାଇ ଓ କୋଲକାତା ଆବୁଧାବିରେ ରହୁଛନ୍ତି। ଆବୁଧାବିର ସ୍ଥାନୀୟ ନିୟମ ଅନୁଯାୟୀ ଜଣେ ବିଦେଶୀ ବାହାରକୁ ଯିବା ପୂର୍ବରୁ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ। ଅପରପକ୍ଷରେ ଆଇପିଏଲ୍‌ ଅବଶିଷ୍ଟ ୬ଟି ଦଳ ଦୁବାଇରେ ରହୁଛନ୍ତି। ଯେଉଁଠାରେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ସମୟ ୭ ଦିନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, କୋଲକାତା ଅଗଷ୍ଟ ୨୦ରେ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଗଷ୍ଟ ୨୧ରେ ୟୁଏଇରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?