ଓର୍ବାନ୍‌ କାହିଁକି ଜିତିଲେ

ଡୋରୋତ୍ୟା ସିଜକ୍ରା, ମିଚେଲ୍‌ ଏ.ଓରିିନ୍‌ଷ୍ଟାଇନ

ହଙ୍ଗେରୀର ଏକଚ୍ଛତ୍ରବାଦୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିବେ ବୋଲି ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଏକ ଭ୍ରଷ୍ଟ ନିର୍ବାଚନ ପଦ୍ଧତି ଏବଂ ସରକାର ନିୟନ୍ତ୍ରଣାଧୀନ ମିଡିଆ ହେତୁ ମିଳିତ ବିରୋଧୀ ମେଣ୍ଟ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇପାରିଲା ନାହିଁ। କିନ୍ତୁ ଯେଉଁ ପରିମାଣ ଭୋଟରେ ଓର୍ବାନ ବିଜୟ ହାସଲ କଲେ ସେଥିରେ ଅଧିକାଂଶ ପର୍ଯ୍ୟବେକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ। ୟୁନାଇଟେଡ୍‌ ଫର୍‌ ହଙ୍ଗେରୀର ପ୍ରାର୍ଥୀ ପିଟର୍‌ ମାର୍କି ଜେ ପପୁଲାର ଭୋଟ୍‌ ୩୫% ପାଇଥିବାବେଳେ ଓର୍ବାନ ପାଇଛନ୍ତି ୫୩%। ଫଳରେ ଓର୍ବାନ୍‌ଙ୍କ ଫାଇଡ୍‌ଜି ପାର୍ଟି ବଡ଼ ଅନ୍ତରରେ ନିର୍ବାଚନ ଜିତି ପାର୍ଲାମେଣ୍ଟରେ ବୃହତ୍‌ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏହା ମଧ୍ୟ ୟୁରୋପୀୟ ସଂଘ ପାଇଁ ବଡ଼ ପରାଜୟ। ଓର୍ବାନଙ୍କ ସପକ୍ଷରେ ଆସିଥିବା ନିର୍ବାଚନ ପରିଣାମ ସମ୍ଭବତଃ ହଙ୍ଗେରୀର ମିଳିତ ବିରୋଧୀଙ୍କୁ ଆର୍ଥିକ କାରଣଗୁଡ଼ିକ ଉପରେ ଅଧିକ ବିଚାର କରିବାକୁ ବାଧ୍ୟ କରିବ। ୨୦୧୦ ନିର୍ବାଚନରେ ଫାଇଡ୍‌ଜିର ବ୍ୟାପକ ବିଜୟ ପରେ, ବର୍ଷ ବର୍ଷ ଧରି ଆର୍ଥିକ କଠିନ ସ୍ଥିତିରେ ଅଧିକାଂଶ ହଙ୍ଗେରୀବାସୀ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ହୋଇଥିବା ଅନୁଭବ କରିଥିଲେ। ୨୦୧୪ ପରେ ଆସିଥିବା ଆର୍ଥିକ ସୁଧାର ଅନେକ ହଜାର ଚାକିରି ସୃଷ୍ଟି କରିଥିଲା ଏବଂ ଏହା ଓର୍ବାନ୍‌ଙ୍କୁ ସାହାଯ୍ୟ କଲା। ତାଙ୍କ ନୀତିଗୁଡ଼ିକ ଫାଇଡ୍‌ଜି ପାଇଁ ଆର୍ଥିକ ଏବଂ ସାମାଜିକ ସ୍ତରରେ ବିଭିନ୍ନ ବର୍ଗର ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସଂଗଠିତ କରିପାରିଥିଲା। ହଙ୍ଗେରୀର ଉଦାରବାଦୀ ବିରୋଧୀ ଏହି ନୀତିଗୁଡ଼ିକୁ ଉପହାସ କରିଛି ଏବଂ ଏହାର ବିକଳ୍ପ ଯୋଗାଇଦେବାକୁ ବି ଅକ୍ଷମ ହୋଇଛି।
ନିର୍ବାଚନ ପୂର୍ବରୁ କେତେକ ମିଡିଆ ରିପୋର୍ଟ ଓର୍ବାନଙ୍କ ସ୍ଥିର ଗ୍ୟାସ୍‌ ଦର ଏବଂ ଖାଦ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଲୋକମାନଙ୍କୁ ଦିଆଯାଉଥିବା ବ୍ୟାପକ ସୁବିଧା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୨୦୨୧ ଶେଷରେ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ବୃଦ୍ଧିକୁ ଦୃଷ୍ଟିରେ ରଖି ଓର୍ବାନ ଅଟା, ଚିନି, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକେନ୍‌ ମୂଲ୍ୟକୁ ନିୟନ୍ତ୍ରଣରେ ରଖିଥିଲେ। ଏପରିକି ସରକାର ମଧ୍ୟ ଗ୍ୟାସ୍‌ ଷ୍ଟେଶନ୍‌ଗୁଡ଼ିକରେ ଇନ୍ଧନ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ଆବଶ୍ୟକ ମଣିଲେ।ଏଥିପାଇଁ ୟୁକ୍ରେନ୍‌ ଯୁଦ୍ଧ ପରେ ଏକମାତ୍ର ୟୁରୋପୀୟ ଦେଶ ଭାବେ ହଙ୍ଗେରୀରେ ତୈଳ ଦର ବଢ଼ି ନ ଥିଲା। ଏହି ସବୁ କାର୍ଯ୍ୟକଳାପ ଓର୍ବାନଙ୍କ ଭାବମୂର୍ତ୍ତିକୁ ପୁଣି ଥରେ ମଜଭୁତ କଲା ଏବଂ ସାଧାରଣ ଲୋକଙ୍କ ହୃଦୟ ଜିତିପାରିଲା। କିନ୍ତୁ ଭୋଟରମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ଲାଗି ଓର୍ବାନଙ୍କ ଦୀର୍ଘମିଆଦୀ ନୀତିଗୁଡ଼ିକ ଅଧିକାଂଶ ବିଶ୍ଳେଷକଙ୍କ ନଜର ଆଢୁଆଳରେ ରହିଥିବା ଭଳି ମନେ ହେଉଛି। ଏହି ନୀତିଗୁଡ଼ିକ ଓର୍ବାନଙ୍କ ସ୍ଥାୟୀ ଲୋକପ୍ରିୟତା ଓ ସମର୍ଥନର ଆଧାର ହୋଇଥିବା ସତ୍ତ୍ୱେ ଏଗୁଡ଼ିକୁ ସେମାନେ ଅଣଦେଖା କରିଥିବା ଜଣାପଡ଼ୁଛି। ଏହିସବୁ ନୀତି ରୋଜଗାର ବୃଦ୍ଧି ଏବଂ ଟିକସ ଓ ଜୀବନବୀମା କାଟିବା ପରେ କର୍ମଚାରୀ ପାଉଥିବା ଦରମା, କାମ କରୁ ନ ଥିବା ଗରିବଙ୍କ ତୁଳନାରେ ସନ୍ତାନ ଥିବା କର୍ମଜୀବୀ ପରିବାରଗୁଡ଼ିକୁ ଅତ୍ୟଧିକ ସାମାଜିକ ସୁବିଧା ଯୋଗାଇଦେବା ଆଦି ଜାତୀୟ ପୁନର୍ଗଠନ ସମ୍ପର୍କିତ ଆଲୋଚନାରେ ଅଧିକ ପ୍ରକାଶ କରାଗଲା।
୧୯୮୯ ପରେ ନବଉଦାରବାଦର ପରିବର୍ତ୍ତିତ ନୀତିଗୁଡ଼ିକ ଯୋଗୁ ହଙ୍ଗେରୀରେ ୧୦ ଲକ୍ଷ ଚାକିରି ହ୍ରାସ ପାଇଥିଲା। ଓର୍ବାନ କ୍ଷମତାକୁ ଆସିବା ପରେ ଚାକିରି ଫେରାଇଆଣିବା ପାଇଁ ପ୍ରୟାସ ଜାରି ରଖିଲେ। ତାଙ୍କ ସରକାର ବିଭିନ୍ନ ପଦ୍ଧତିରେ ରୋଜଗାର ବଢ଼ାଇ ଏକ ‘କର୍ମ ଆଧାରିତ ସମାଜ’ ଗଠନ କରିବା ସହ ଅଧିକ କର୍ମଚାରୀଙ୍କ ପାଇଁ ଟିକସ ରିହାତି କରି ଏହାକୁ ସୁଧାରିବାକୁ ଚାହଁିଲେ। ଗ୍ରାମାଞ୍ଚଳରେ ଗରିବଙ୍କ ପାଇଁ ଏକ ଲୋକପ୍ରିୟ ସାର୍ବଜନୀନ ନିର୍ମାଣ କାର୍ଯ୍ୟକ୍ରମ ଆରମ୍ଭ କଲେ ଯାହା ୨ ଲକ୍ଷ ଚାକିରି ସୃଷ୍ଟି କରିପାରିଲା। ଯେଉଁମାନେ ନବଉଦାରବାଦ ଆର୍ଥିକ ପରିବର୍ତ୍ତନରେ ପଛରେ ପଡ଼ିଯାଇଥିଲେ ବୋଲି ମନେକରୁଥିଲେ ସେମାନେ ଏହି ଚାକିରି ଯୋଜନାକୁ ସମର୍ଥନ କଲେ ଓ ଏହା ଓର୍ବାନଙ୍କ ଲୋକପ୍ରିୟତା ବଢ଼ାଇଲା। ଓର୍ବାନଙ୍କ ସରକାର ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଲାଗି ଟିକସ ଓ ଅନ୍ୟ ନୀତିଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ତାହାକୁ ଲାଗୁ କରିବା ଯୋଗୁ କମ୍‌ ଆୟବର୍ଗର ଲୋକଙ୍କ ସହ ଅଧିକାଂଶ ହଙ୍ଗେରୀବାସୀ ସୁଖଦ ଅନୁଭବ କଲେ। ୨୦୧୦ ଦଶନ୍ଧିର ମଧ୍ୟ ଭାଗରୁ ସରକାର ଭଲ କରୁଛନ୍ତି ବୋଲି ସେମାନଙ୍କର ହୃଦ୍‌ବୋଧ ହେଲା। ଓର୍ବାନ ପ୍ରତିବର୍ଷ ଧୀରେ ଧୀରେ ବାଧ୍ୟତାମୂଳକ ସର୍ବନିମ୍ନ ମଜୁରି ବୃଦ୍ଧି କଲେ । ୨୦୧୮ରେ ଜୀବନଧାରଣ ଲାଗି ଥିବା ସର୍ବନିମ୍ନ ମଜୁରି ସ୍ତରକୁ ଅତିକ୍ରମ କରିବା ଯାଏ ସେ ଏହା କରିଚାଲିଲେ। ୧୯୮୯ ପରଠାରୁ ଏଭଳି ବୃଦ୍ଧି ପ୍ରଥମ ଥର ହୋଇପାରିଲା। ଏବକାର ନିର୍ବାଚନ ପାଇଁ ଓର୍ବାନ ସରକାର ପୁଣି ଥରେ ସର୍ବନିମ୍ନ ମଜୁରି ୨୦% ବୃଦ୍ଧି କରିଥିଲେ। ଏହାଦ୍ୱାରା ୧୦ ଲକ୍ଷ କର୍ମଚାରୀ ସିଧାସଳଖ ଉପକାର ପାଇଲେ।
ଚାକିରି ଓ ମଜୁରିରେ ଏହିସବୁ ସୁବିଧା ଯୋଗାଇଦେବା ସହ ଓର୍ବାନ ମଧ୍ୟ ପରିବାର ନୀତିଗୁଡ଼ିକ ମାଧ୍ୟମରେ ତାଙ୍କ ଲୋକପ୍ରିୟତା ବଢାଇଥିଲେ। ସେ ସନ୍ତାନ ଥିବା ପରିବାରଗୁଡ଼ିକୁ ଅଭୂତପୂର୍ବ ଭାବେ ସରକାରୀ ସଂସାଧନ ଯୋଗାଇ ଦେଇଥିଲେ। ବେରୋଜଗାର ପରିବାର, ସରକାରୀ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ଅର୍ଥ ବ୍ୟବସ୍ଥାରେ ବିତ୍ତୀୟ ଓ ଅନ୍ୟ କାରବାରରେ ଅନୈତିକ କାର୍ଯ୍ୟକଳାପରେ ଜଡ଼ିତ ଲୋକମାନଙ୍କୁ ବାଦ୍‌ ଦେଇ ଓର୍ବାନ ସଂଗଠିତ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ପରିବାରଗୁଡ଼ିକ ଉପରେ ତାଙ୍କ ସରକାରୀ ସଂସାଧନଗୁଡ଼ିକୁ କେନ୍ଦ୍ରିତ କରିଥିଲେ। ଉଦାହରଣସ୍ବରୂପ, ତିନି କିମ୍ବା ଚାରିଟି ସନ୍ତାନ ଥିବା ପରିବାରଗୁଡ଼ିକୁ ୨୦୧୨ରୁ ବ୍ୟକ୍ତଗତ ଆୟ କର (ପିଆଇଟି)ରୁ ମୁକ୍ତ କରାଯାଇଛି। ୨୦୧୯ରୁ ପରିବାରଗୁଡ଼ିକ କାର୍‌ ଏବଂ ଘର ନିର୍ମାଣ କିମ୍ବା କିଣିବା ଲାଗି ଅଧିକ ଅନୁଦାନ ଓ ଋଣ ପାଇଛନ୍ତି ଏବଂ ୨୦୨୨ର ପ୍ରାରମ୍ଭରେ ସମ୍ପୂର୍ଣ୍ଣ ପିଆଇଟି ଦାଖଲ କରିଛନ୍ତି। ୨୦୧୪ ପରେ ରୋଜଗାର ବଢ଼ିଥିବାରୁ ଅଧିକରୁ ଅଧିକ ପରିବାର ଲାଭବାନ୍‌ ହୋଇଛନ୍ତି। ପରିବାର ସପକ୍ଷବାଦୀ ନୀତିଗୁଡ଼ିକର ଗୁରୁତ୍ୱ ପ୍ରକାଶ କରିବାକୁ ଯାଇ ମାର୍ଚ୍ଚରେ ଫାଇଡ୍‌ଜି ନିୟନ୍ତ୍ରଣାଧୀନ ପାର୍ଲାମେଣ୍ଟ ଏହି ନୀତିଗୁଡ଼ିକୁ ଲାଗୁ କରିବା ଦାୟିତ୍ୱରେ ଥିବା ମନ୍ତ୍ରୀ କଟାଲିନ୍‌ ନୋଭାକଙ୍କୁ ହଙ୍ଗେରୀର ପ୍ରଥମ ରାଷ୍ଟ୍ରପତି କରିବାକୁ ଚୟନ କରିଥିଲା।
ବିଭିନ୍ନ ଶତ୍ରୁଙ୍କ ବିରୋଧରେ ଲଢ଼େଇ କରିବା ପାଇଁ ଓର୍ବାନ ତାଙ୍କ ସରକାରଙ୍କ ଆର୍ଥିକ ନୀତିଗୁଡ଼ିକ ପ୍ରସ୍ତୁତ କରିଛନ୍ତି। ମୁଖ୍ୟତଃ ମୁସଲ୍‌ମାନ ଅନୁପ୍ରବେଶକାରୀ ଏବଂ ୨୦୨୦ରୁ ପ୍ରଚାର କରାଯାଉଥିବା ଏଲ୍‌ଜିବିଟିକ୍ୟୁ ସିଦ୍ଧାନ୍ତ ବିରୋଧରେ ଏହା କରାଯାଇଛି। ସେ ଲୋକମାନଙ୍କୁ ଭୟଭୀତ କରାଇବାରେ ଏବଂ ନିଜକୁ ହଙ୍ଗେରୀର ରକ୍ଷକ ଭାବେ ଉପସ୍ଥାପିତ କରିବା ଏବଂ ପାରମ୍ପରିକ ପରିବାରକୁ ମଜଭୁତ କରିବାରେ ପୂରା ଗୁରୁ। ହଙ୍ଗେରୀର ପିଲାମାନଙ୍କ ସୁରକ୍ଷାକୁ ନେଇ ଦେଶସାରା ହୋର୍ଡିଂରେ ଜଣେ ରୁଷୀୟ ମା’ ଏବଂ ଝିଅର ଛବି ବ୍ୟବହାର କରି ଫାଇଡ୍‌ଜି ତା’ ନିର୍ବାଚନ ପ୍ରଚାର ଚଳାଇଲା। ସମଲିଙ୍ଗୀ ସିଦ୍ଧାନ୍ତକୁ ପ୍ରତ୍ୟାଖ୍ୟାନ କରିବା ଲାଗି ଭୋଟରମାନଙ୍କୁ ପ୍ରାର୍ଥନା କରିବା ସହ ନିର୍ବାଚନ ସମୟରେ ଏହା ଉପରେ ଜନମତ ସଂଗ୍ରହ କରିଥିଲା। କୌଣସି ଭୁଲ୍‌ ନ କରି ଓର୍ବାନଙ୍କ ଅର୍ଥନୈତିକ ନୀତିଗୁଡ଼ିକ ତାଙ୍କୁ ରାଜନୈତିକ ସଫଳତା ଦେବାରେ ବଡ଼ ଭୂମିକା ନେଇଛି। ତେବେ ବିରୋଧୀ ପ୍ରଭାବୀ ପ୍ରତିକ୍ରିୟା ପ୍ରକାଶ କରିବାରେ ଅକ୍ଷମ ହୋଇଛନ୍ତି। ଏହା ବ୍ୟତୀତ ଅନେକ ଭୋଟର ମାର୍କି ଜେ ଏବଂ ତାଙ୍କ ପଛରେ ଥିବା ଦଳଗୁଡ଼ିକୁ ହଙ୍ଗେରୀର କ୍ଷତି କରିଥିବା ନବଉଦାରବାଦୀ ଅର୍ଥନୈତିକ ନୀତି ଓ ୧୯୯୦ ଦଶକରେ କମ୍ୟୁନିଷ୍ଟ ଶାସନ ଥିବା ଦେଶଗୁଡ଼ିକ ସହ ଗଭୀର ସମ୍ପର୍କ ରହିଛି ବୋଲିି ଭାବିଲେ। ଏଥିରୁ ବୁଝାପଡ଼ୁଛି, ହଙ୍ଗେରୀବାସୀ ୟୁରୋପୀୟ ନୀତିଗୁଡ଼ିକୁ ଉଲ୍ଲଂଘନ କରୁଥିବା ଜଣେ ଦୃଢ ନେତାଙ୍କୁ ଭୋଟ ଦେବାକୁ ଚାହଁୁଛନ୍ତି। ଆଥିର୍ର୍କ ଓ ସାମାଜିକ ନୀତିଗୁଡ଼ିକୁ ନେଇ ଅଧିକ ଭୋଟରଙ୍କୁ ଆକର୍ଷିତ କରିପାରୁଥିବା ଏକ ସମ୍ମିଳିତ ନୀତିି ପ୍ରସ୍ତୁତ କରିବା ଏବେ ହଙ୍ଗେରୀ ବିରୋଧୀଙ୍କ ପାଇଁ ଆହ୍ବାନ। ଏହାସହ ବର୍ଦ୍ଧିତ ମଧ୍ୟମ ବର୍ଗ ଓ ଯେଉଁମାନେ ଆର୍ଥିକ ପରିବର୍ତ୍ତନ ଏବଂ ଓର୍ବାନଙ୍କ ନୀତିଗୁଡ଼ିକ ଦ୍ୱାରା ପଛରେ ରହିଯାଇଛନ୍ତି, ସେମାନଙ୍କୁ ମଧ୍ୟ ଆକର୍ଷିତ କରିବାକୁ ବିରୋଧୀ ଦଳ କାର୍ଯ୍ୟ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri