Posted inଜାତୀୟ

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରିନାହାନ୍ତି କ’ଣ ପାଇଁ ବୋଲି ସୁପ୍ରିମକୋର୍ଟ ସୋମବାର ପ୍ରଶ୍ନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାମିନ ପାଇଁ ତଳକୋର୍ଟରେ ଆବେଦନ କରାଯାଇଥିଲା କି ବୋଲି ଶୁଣାଣି ବେଳେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତଳ କୋର୍ଟରେ ଜାମିନ ପାଇଁ ଆବେଦନ କରାଯାଇ ନ ଥିବା କେଜ୍‌ରିଓ୍ବାଲଙ୍କ ଓକିଲ ଅଭିଷେକ ସିଂଘ୍‌ଭି ଜଣାଇଥିଲେ। ଆପ୍‌ ନେତାଙ୍କୁ ବେଆଇନ ଭାବେ ଗିରଫ କରାଯିବା ସହ ବିଭିନ୍ନ କାରଣକୁ ନେଇ ତଳକୋର୍ଟରେ ଜାମିନ ଆବେଦନ ହୋଇ ନ ଥିବା ସିଂଘ୍‌ଭି କହିଥିଲେ। ସୂଚନାଯୋଗ୍ୟ, ଇଡି ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିବା ପରେ ସେ ଏବେ ତିହାର ଜେଲରେ ରହିଛନ୍ତି। ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ୧୫ ତାରିଖରେ ଇଡିକୁ ଜବାବ ମାଗିଥିଲେ। ବର୍ତ୍ତମାନ ରଦ୍ଦ ହୋଇଥିବା ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାର ତଦନ୍ତରେ ସାମିଲ ହେବା ପାଇଁ ଇଡି କେଜ୍‌ରିଓ୍ବାଲଙ୍କୁ ବାରମ୍ବାର ସମନ କରିବା ସତ୍ତ୍ୱେ ସେ ହାଜର ହୋଇ ନ ଥିଲେ। ତେଣୁ ତାଙ୍କୁ ଗିରଫ କରିବା ବ୍ୟତୀତ ଇଡି ପାଖରେ ଅନ୍ୟ ବିକଳ୍ପ ନ ଥିଲା ବୋଲି ଗତ ୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତା ହସ୍ତାନ୍ତର ଘୋଷଣା କଲେ ସିଦ୍ଦାରାମାୟା , କହିଲେ-ରାହୁଲ ଗାନ୍ଧୀ ଯାହା କହିବେ ମୁଁ ତାହା କରିବି…

ବେଙ୍ଗାଲୁରୁ, ୨୮।୫: କର୍ନାଟକ କଂଗ୍ରେସ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା କ୍ଷମତା ହସ୍ତାନ୍ତର ଏବେ ପଥ ପରିଷ୍କାର କରିଛି। ସୂତ୍ର ଅନୁଯାୟୀ, ଦିଲ୍ଲୀରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

ବିନା ପେଟ୍ରୋଲ୍‌ରେ ଚାଲିବ ବାଇକ୍‌! Hero ଆଣୁଛି ଦେଶର ପ୍ରଥମ ଇଥାନଲ୍ ଚାଳିତ ଫ୍ଲେକ୍ସ-ଫ୍ୟୁଏଲ୍ ବାଇକ୍‌; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୫: ଭାରତରେ ପରିବେଶ ଅନୁକୂଳ ତଥା ବିକଳ୍ପ ଜାଳେଣିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୁଇଚକିଆ ଯାନ…

‘VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୮ା୫: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କରିଛନ୍ତି ସରକାର। ସୋସିଆଲ ମିଡିଆରେ ସୁରକ୍ଷା ସୂଚନା ଶେୟାର୍‌ କଲେ ଏଣିକି ହେବ କାର୍ଯ୍ୟାନୁଷ୍ଠାନ।…

ମା’ଙ୍କୁ ନେଇ ହସ୍ପିଟାଲ ଯାଉଥିବା ବେଳେ ଜଳିଗଲା କାର୍; ୪ ଜୀବନ୍ତ ଦଗ୍ଧ, ଜିଲା ପରିଷଦ…

ଜୟପୁର,୨୮ା୫:  ରାଜସ୍ଥାନର ଆଜମେର ଜିଲାର ବୋରାଡା ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମପୁରା ଗାଁରେ ଗୁରୁବାର ସକାଳେ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଘଟିଛି । ହଠାତ୍…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ଭାଜପା ସାଂଗଠନିକ ସ୍ତରରେ ବଡ଼ଧରଣର ଅଦଳବଦଳ: ୪ ରାଜ୍ୟ ପାଇଁ ନୂଆ ସଭାପତି ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାଜପା ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୁରୁବାର ଦଳ ୪ଟି ରାଜ୍ୟରେ ରାଜ୍ୟ ସଭାପତିଙ୍କ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ ବୀରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri