ଅସ୍ବୀକାର କାହିଁକି

ଆକାର ପଟେଲ

ଶାସନ ବ୍ୟବସ୍ଥା ନିମ୍ନଗାମୀ ହୋଇଥିବା ବିଭିନ୍ନ ସୂଚକାଙ୍କର ତଥ୍ୟକୁ ଭିତ୍ତି କରି ଭାରତର ସ୍ଥିତିରେ ଉନ୍ନତି ଆଣିବା ଲାଗି ୨୦୨୦ରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ। ଏହି ସୂଚକାଙ୍କଗୁଡ଼ିକ ଦେଶକୁ ସମ୍ପୂର୍ଣ୍ଣ ନିରାଶ କରିଥିଲା। ବିଶେଷ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ-ଲାଭକାରୀ ସଂସ୍ଥାଠାରୁ ଆରମ୍ଭ କରି ଜାତିସଂଘ, ୱାର୍ଲଡ ଇକୋନୋମିକ ଫୋରମ ଏବଂ ଦି ଇକୋନୋମିଷ୍ଟ ଭଳି ଅନୁଷ୍ଠାନ ଦ୍ୱାରା ସରକାରଙ୍କ ତଥ୍ୟକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥିଲା। ସରକାର ବି ତାଙ୍କ ନିମ୍ନମୁଖୀ ଶାସନ ସମ୍ପର୍କରେ ସମ୍ପୂର୍ଣ୍ଣ ଚିନ୍ତିତ ଥିଲେ। ସରକାର ଜୁଲାଇ ୧୦ରେ ଜାରି କରିଥିବା ଏକ ପ୍ରେସ ରିଲିଜରୁ ଆମେ ଏହା ଜାଣିବାକୁ ପାଇଛୁ। ‘ବଛା ବଛା ୨୯ଟି ବୈଶ୍ୱିକ ସୂଚକାଙ୍କର ପ୍ରଦର୍ଶନ ଉପରେ ଅନୁଧ୍ୟାନ କରିବାକୁ ନୀତି ଆୟୋଗ ଏକ ଭର୍ଚ୍ଚୁଆଲ ଓ୍ବାର୍କଶପ ବା କର୍ମଶାଳା ଆୟୋଜନ କରିଛନ୍ତି’ ବୋଲି ଶୀର୍ଷକ ଥିଲା ଏହି ପ୍ରେସ ରିଲିଜର। ଉକ୍ତ କର୍ମଶାଳାରେ ସ୍ଥିର କରାଯାଇଥିତ୍ଲା ଯେ,ସରକାର ୨୯ଟି ବୈଶ୍ୱିକ ସୂଚକାଙ୍କ ପାଇଁ ଏକକ ସୂଚନାପ୍ରଦ ଡାସ୍‌ବୋର୍ଡ ପ୍ରସ୍ତୁତ କରିବେ। ଏହା ପ୍ରତ୍ୟେକ ସରକାରୀ ତଥ୍ୟର ମାନଦଣ୍ଡ ଏବଂ ପ୍ରକାଶନ ସଂସ୍ଥାଗୁଡ଼ିକ ଉପଯୋଗ କରିଥିବା ତଥ୍ୟର ଉତ୍ସ ଉପରେ ଅନୁଧ୍ୟାନ ବା ନିରୀକ୍ଷଣ କରିବ। କେବଳ ର଼୍ୟାଙ୍କରେ ଉନ୍ନତି ଆଣିବା ନୁହେଁ, ବରଂ ସମୁଦାୟ ବ୍ୟବସ୍ଥା ଓ ସଂସ୍କାରକୁ ଆଗକୁ ବଢାଇ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ବିଚାର ବା ଭାବମୂର୍ତ୍ତି କୁ ନୂଆ ରୂପ ଦେବା ଏହାର ଲକ୍ଷ୍ୟ ଥିଲା। ଏହି ଘଟଣା ଭାବମୂର୍ତ୍ତି ସହ ଜଡିତ, ଶାସନର ବାସ୍ତବତା ନୁହେଁ ବୋଲି ସରକାର ବିିଶ୍ୱାସ କରୁଥିବା ଜଣାପଡିଲା। କାରଣ ତା’ପର ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଗଲା ଯେ, ୨୯ଟି ବୈଶ୍ୱିକ ସୂଚକାଙ୍କ ଉପରେ ଭାରତ ତା’ର ଉନ୍ନତି ଆଣିବା ଲାଗି କାର୍ଯ୍ୟ କରୁଛି ଓ ଏହି ବାର୍ତ୍ତା ସ୍ପଷ୍ଟ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚାହଁୁଛି। ଯେଭଳି ଏକ ବୃହତ୍‌ ପ୍ରଚାର ଅଭିଯାନ ମାଧ୍ୟମରେ ନିଜସ୍ବ ବିଚାର ତଥା ଭାବମୂର୍ତ୍ତି ସମ୍ପର୍କରେ ବିଜ୍ଞାପନ ଦିଆଗଲା ଓ ମନ୍ତ୍ରଣାଳୟଗୁଡ଼ିକର ଓ୍ବେବ୍‌ସାଇଟରେ ପ୍ରକାଶ କରାଗଲା; ତାହା ଅପରପକ୍ଷରେ ସମସ୍ୟା, ମାନଦଣ୍ଡ ଏବଂ ବୈଶ୍ୱିକ ସୂଚକାଙ୍କଗୁଡ଼ିକର ଡେଟା ଉତ୍ସକୁ ଲୋକଲୋଚନକୁ ଆଣିଲା।
ଭାରତ ନିଜ ସମସ୍ୟା ଉପରେ ଧ୍ୟାନ ଦେଲା କି ? ଏହା କଲା ନାହିଁ। ସମସ୍ୟା ବିଚାର କିମ୍ବା ପକ୍ଷପାତର ନ ଥିଲା। ଆମକୁ ଖରାପ ଭାବେ ପ୍ରଦଶିର୍ର୍ତ କରିବାକୁ ବିଶ୍ୱ ମଧ୍ୟ ଷଡ଼ଯନ୍ତ୍ର କରି ନ ଥିଲା। ୨୦୧୪ରୁ ତଳକୁ ଖସିଆସିଥିବା ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବାକୁ ଜଣାଇବା ଲାଗି ଏହା ଉଦ୍ଦିଷ୍ଟ ଥିଲା। କିନ୍ତୁ ଭାରତ ସମସ୍ତ ସଂସ୍ଥା ଓ ଅନୁଷ୍ଠାନର ତଥ୍ୟକୁ ମାନୁନି। ଏଥିରୁ ବୁଝାପଡୁଛି କି, ଯେଉଁମାନେ ସମ୍ପୂର୍ଣ୍ଣ ଘଟଣାକୁ ନିରୀକ୍ଷଣ କରୁଥିଲେ ସେମାନଙ୍କ ଦୃଷ୍ଟିକୋଣ ବଦଳାଇବା ଲାଗି ଏହା କରାଯାଇଥିତ୍ଲା । ମୋଦିଙ୍କ ଶାସନରେ ଭାରତର ର଼୍ୟାଙ୍କ ତିନୋଟି ସୂଚକାଙ୍କରେ ବଢ଼ିଲା, ଦୁଇଟିରେ ସମାନ ରହିଲା। କିନ୍ତୁ ୪୧ଟି ରେ ତଳକୁ ଖସିଲା। ୨୦୧୪ରୁ ୪୧ଟି ଯାକ ସୂଚକାଙ୍କରେ ଭାରତ ଅତ୍ୟନ୍ତ ଖରାପ କରିଛି।
ଏଥିରେ ପରିବର୍ତ୍ତନ ଆଣିବା ଲାଗି ବିଜ୍ଞାପନ ଏବଂ ଅଧିତ୍କ ଓ୍ବେବ୍‌ସାଇଟ ମାଧ୍ୟମରେ ଭାରତର ଭାବମୂର୍ତ୍ତିକୁ ନୂଆ ରୂପ ଦେବାରେ ମୋଦି ସରକାରଙ୍କ ଭାବନା ଅଦ୍ଭୁତ ଲାଗେ। କିନ୍ତୁ ସରକାର ଏହା କରିବାକୁ ହିଁ ଠିକ୍‌ ଭାବିଲେ । କହିଲେ,ଏଭଳି ହ୍ରାସ ପାଇଁ ସେ ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି। ଏହାକୁ ଅସ୍ବୀକାର କରିବାର ମାନେ ଏହି ସମସ୍ୟାରୁ ସରକାର ସମ୍ପୂୂର୍ଣ୍ଣ ମୁଣ୍ଡ ଖସାଇ ଦେଲେ। କ୍ଷୁର୍ଣ୍ଣ ଭାବମୂର୍ତ୍ତିକୁ ସୁଧାରିବା ସମାଧାନର ବାଟ ନ ଥିଲା, ବରଂ ଉତ୍ତମ ଶାସନ ମାଧ୍ୟମରେ କାର୍ଯ୍ୟଧାରରେ ଉନ୍ନତି ଆଣିବା ଉଚିତ ଥିଲା। ତେବେ କୌଣସି କାରଣରୁ ପ୍ରଚାର ରଣନୀତି ବିଫଳ ହେଲା। ସରକାର ତା’ପରେ ୨୦୨୦ ଶେଷ ଆଡକୁ ସ୍ଥିର କଲେ ଯେ, ଯଦି ଶୀଘ୍ର ଓ ତଥ୍ୟ ନବୀକରଣ ନିିଶ୍ଚିତ କରିବାକୁ ମନ୍ତ୍ରଣାଳୟଗୁଡ଼ିକୁ କହିଥାଆନ୍ତେ ତେବେ ସୂଚକାଙ୍କରେ ଉନ୍ନତି ଅଣାଯାଇ ପାରିଥାଆନ୍ତା। ଏହା ଏକ କଳ୍ପନା ଥିଲା। କେବଳ ତଥ୍ୟରେ ପଛରେ ରହିଯିବା ଯୋଗୁ ଏଭଳି ତଳକୁ ଆମେ ଖସିଲୁ ବୋଲି ଭାବିବା ଭୁଲ୍‌ , କାରଣ ତଥ୍ୟ ନବୀକରଣ ପରେ ଯେଉଁ ସୂଚକାଙ୍କ ଆସିଲା ସେଥିତ୍ତ୍ରେ ବି ଲଗାତର ନିମ୍ନଗାମୀ ହେବା ଲକ୍ଷ୍ୟ କରାଗଲା। ଏହି ସପ୍ତାହରେ ଫ୍ରିଡମ୍‌ ହାଉସ୍‌ରୁ ରିପୋର୍ଟ ଆସିଛି,ଯେଉଁଥିତ୍ରେ ଭାରତ ସମ୍ପୂର୍ଣ୍ଣ ସ୍ବାଧୀନ ନୁହେଁ, ବରଂ ଆଂଶିକ ସ୍ବାଧୀନ ବୋଲି କୁହାଯାଇଛି। ସରକାର କହନ୍ତି, କିଛି ସୂଚକାଙ୍କକୁ ଆଧାର କରି ଏହାକୁ ଏକ ମତ ବୋଲି ସ୍ବୀକାର ଯାଇପାରିବନାହିଁ । ଫ୍ରିଡମ୍‌ ହାଉସ ଭାରତକୁ ରାଜନୈତିକ ଅଧିକାରରେ ୪୦ରୁ ୩୦ ନମ୍ବର ଦେଇଛି। ମୁକ୍ତ ଓ ଅବାଧ ନିର୍ବାଚନ, ନିର୍ବାଚନ କମିଶନଙ୍କ ନିରପେକ୍ଷତା, ରାଜନୈତିକ ଦଳ ଆରମ୍ଭ କରିବାର ସ୍ବାଧୀନତା, ବିରୋଧୀଙ୍କୁ ସେମାନଙ୍କ ଶକ୍ତି ବଢ଼ାଇବା ସୁଯୋଗ କ୍ଷେତ୍ରରେ ଏହା ପୂରା ନମ୍ବର ଦେଇଛି। କିନ୍ତୁ ହିଂସାରେ ନିର୍ବାଚନ ବାଧାପ୍ରାପ୍ତ ହେଉ କି ସାମ୍ପ୍ରଦାୟିକ ହିଂସାରେ ପ୍ରଭାବିତ ହେଉ, ଏଥିତ୍ରେ ସମ୍ପୂର୍ଣ୍ଣ ମାର୍କ ଦେଇନାହିଁ। ଏସବୁ ମିଳି ନ ଥିବ ବୋଲି ଆମେ ଜାଣିିଛେ। ଫ୍ରିଡମ ହାଉସ ମୋଟ ନମ୍ବରର ୪୦% ହେଉଛି ରାଜନୈତିକ ଅଧିକାର। ଆଉ ୬୦% ହେଉଛି ନାଗରିକ ଅଧିକାର। ଏ କ୍ଷେତ୍ରରେ ଆମ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଏଥିତ୍ରେ ଆମକୁ ମିଳିଛି ୬୦ରୁ ୩୩ ନମ୍ବର। ବାକ୍‌ ଓ ଧାର୍ମିକ ସ୍ବାଧୀନତା, ସମାବେଶ ଓ ପ୍ରତିବାଦ ସ୍ବାଧୀନତା, କାର୍ଯ୍ୟ କରିବାକୁ ଏନଜିଓ ପାଇଁ ସ୍ବାଧୀନତା, ଆଇନର ଶାସନ,ନ୍ୟାୟପାଳିକାର ସ୍ବାଧୀନତା, ପୋଲିିସ ଦ୍ୱାରା ଉଚିତ ପ୍ରକ୍ରିୟା ଆଦିରେ ଆମର ରେଟିଂ ପୂରା ଦୁର୍ବଳ। ଆମେ ଏହାକୁ ଅସ୍ବୀକାର କରିପାରିବା କି? ନା କେବେ ବି ନୁହେଁ। ସରକାର ଯେଭଳି ଏହାକୁ ଅସ୍ବୀକାର କଲେ ତାହା ବି ଠିକ୍‌ ନୁହେଁ। ଏହା କିଛି କାମ ଦେବ ନାହିଁ, କାରଣ ଆସନ୍ତା ସପ୍ତାହରେ ୟୁନିଭର୍ସିଟି ଅଫ ଗୋଥେନବର୍ଗରୁ ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସୀ ରିପୋର୍ଟ ଆସୁଛି। ଆମ ଗଣତାନ୍ତ୍ରିକ ବିଚାର ବା ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି ଓ ସାରା ବିଶ୍ୱରେ ଏହାକୁ ରେକର୍ଡ କରାଯାଇଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଆଶ୍ଚର୍ଯ୍ୟ ଯେ, ଭାରତରେ ଏହି ବିଷୟକୁ ଆମେ ଚିରାଚରିତ ଢଙ୍ଗରେ ହାଲୁକା ଭାବେ ନେଉଛୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri