Posted inଫୁରସତ

ଅନ୍ତରୀକ୍ଷ ଅନ୍ଧକାରମୟ କାହିଁକି

ଅନ୍ତରୀକ୍ଷ ଅନ୍ଧକାରମୟ କ’ଣ ପାଇଁ ତା’ର ଉତ୍ତର ଆମର ଦେଖିବା ପ୍ରକ୍ରିୟା ସହ ଜଡ଼ିତ। ପ୍ରକୃତ କଥା ହେଲା ଆମେ ଆଲୋକକୁ ସେତେବେଳ ପର୍ଯ୍ୟନ୍ତ ଦେଖିପାରି ନ ଥାଉ ଯେପର୍ଯ୍ୟନ୍ତ ଆମ ଆଖି ତାକୁ ଅବଶୋଷିତ ନ କରିଥାଏ। ଅର୍ଥାତ୍‌ କୌଣସି ଜିନିଷ ଆମକୁ ସେତେବେଳେ ଦେଖାଯାଏ ଯେବେ ପ୍ରକାଶ ତା’ସହ ବାଧାପ୍ରାପ୍ତ ହୋଇ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆମେ ସେଇ ପ୍ରକାଶକୁ ଦେଖିପାରୁ ଯାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚିଥାଏ। ଉଦାହରଣସ୍ବରୂପ ଯେତେବେଳେ ଅନ୍ଧାର ଘରେ ଟର୍ଚ୍ଚ ମରାଯାଏ ତାର ପ୍ରକାଶ ସିଧା ସଳଖ ଆମ ଆଖିକୁ ପହଞ୍ଚତ୍ ନ ଥାଏ। ବରଂ ଟର୍ଚ୍ଚ ଆଲୋକ ଯେଉଁ ଦିଗରେ ଯାଇଛି ସେହି ଦିଗର ଧୁଳିକଣା ସହ ତାହା ବାଧାପ୍ରାପ୍ତ ହୋଇ ପ୍ରତିବିମ୍ବିତ ହୁଏ ଓ ସେହି ପ୍ରତିବିମ୍ବିତ ଆଲୋକ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆଉ ଆମେ ଜାଣିପାରୁ ଯେ, ଟର୍ଚ୍ଚ ଜଳି ଆଲୋକିତ ହେଉଛି। ଆମ ପୃଥିବୀର ବି ବାୟୁମଣ୍ଡଳ ଅଛି। ସୂର୍ଯ୍ୟଙ୍କ ପ୍ରକାଶ ବାୟୁମଣ୍ଡଳର କଣିକାରେ ବାଡେଇ ହୋଇ ଆମକୁ ଚାରିଆଡ ଆଲୋକିତ ହେବାର ଅନୁଭବ ଦିଏ। ଅର୍ଥାତ୍‌ କୋଠରୀରେ ଯଦି ଧୂଳିକଣା ଅବା ବାୟୁ କଣିକା ନ ଥାଆନ୍ତା ତେବେ କେବଳ କାନ୍ଥରେ ବାଜି ଫେରୁଥିବା ଟର୍ଚ୍ଚର ଆଲୋକ ଦେଖାଯାଇଥାନ୍ତା। ଆଉ ଯଦି କାନ୍ଥ ବି ନ ଥାନ୍ତା ତେବେ ଆଖି ପର୍ଯ୍ୟନ୍ତ ପ୍ରତିବିମ୍ବିତ ଆଲୋକ ପହଞ୍ଚି ନ ଥାଆନ୍ତା। ଆଉ ଆମକୁ କିଛି ଦେଖାଯାଇ ନ ଥାଆନ୍ତା। ଠିକ ଏମିତି କିଛି ଘଟେ ଅନ୍ତରୀକ୍ଷରେ। ଅନ୍ତରୀକ୍ଷରେ ଆମେ ଯେବେ ସୂର୍ଯ୍ୟଙ୍କ ସହ ଆଖପାଖର ଅନ୍ତରୀକ୍ଷକୁ ଦେଖିବାକୁ ପ୍ରୟାସ କରୁ ଆମକୁ କିଛି ଦେଖା ଯାଇ ନ ଥାଏ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏଠାରେ ଆମକୁ ଏହା ବି ବୁଝିବାକୁ ହେବ ଯେ, ଯଦି ଆମକୁ କିଛି ଦେଖା ଯାଉ ନାହିଁ ତେବେ ଆମ ମସ୍ତିସ୍କ ତାକୁ ଅନ୍ଧାରଭରା ବୋଲି ଭାବି ନିଏ। ଅନ୍ତରୀକ୍ଷ ହେଉଛି ଏମିତି ଏକ କୋଠରୀ ସଦୃଶ ଯାହାର ନା କାନ୍ଥ ଅଛି ନା ପଦାର୍ଥର କୌଣସି କଣିକା ଅଛି। ଯେଉଁ ପିଣ୍ଡ ଅଛି ତାହା ବହୁତ ଦୂରରେ ଅଛି। ଯେତେବେଳେ ଆମେ ଚନ୍ଦ୍ର କିମ୍ବା ଅନ୍ୟ ଗ୍ରହକୁ ଦେଖୁ ସେତେବେଳେ ପ୍ରକୃତରେ ଆମେ ସେଠାରୁ ବାଧାପ୍ରାପ୍ତ ହୋଇ ଫେରୁଥିବା ସୂର୍ଯ୍ୟଙ୍କ କିରଣକୁ ଦେଖୁ। ତେବେ ଅନ୍ତରୀକ୍ଷ ଓ ଚନ୍ଦ୍ରରେ କୌଣସି ବାୟୁମଣ୍ଡଳ ନାହିଁ, ତେଣୁ ଆଲୋକ ବାଧାପ୍ରାପ୍ତ ହୋଇ ବିଚ୍ଛୁରିତ ହୁଏ ନାହିଁ। ଆଉ ତାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏହାଛଡ଼ା ଦୂରରେ ଦେଖାଯାଉଥିବା ତାରା ଓ ଗାଲାକ୍ସି ଧୀରେ ଧୀରେ ଆମଠୁ ଦୂରେଇ ଯାଉଛନ୍ତିି। କାରଣ ୟୁନିଭର୍ସର ବିସ୍ତାର ହେଉଛି। ଯଦି ଆମେ ଏକ ଅପରିବର୍ତ୍ତିତ ଓ ଏକ ସୀମିତ ବିଶ୍ୱ ଭିତରେ ରହୁଥାନ୍ତେ ତେବେ ଆକାଶ ସବୁ ସମୟରେ ଆଲୋକିତ ଦେଖାଯାଉଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri