ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ

ନୂଆଦିଲ୍ଲୀ,୬।୭ : ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ମାନୁଫାକଚରିଂର ଯୋଗଦାନ ୧୫% ରହିଛି। ଏଭଳି ସ୍ଥିତିରେ ଚାଇନା ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନୁଫାକଚରିଂ ଉପରେ ନିର୍ଭର କରିଥାଏ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉକ୍ତ ଦେଶର ସାମଗ୍ରୀ ବର୍ଜନ କରିବାକୁ ଜୋରଦାର ପ୍ରୟାସ ହୋଇଛି। ଭାରତକୁ ଚାଇନା ଭଳି ମାନୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ମଧ୍ୟ ପ୍ରୟାସ ହୋଇଛି। ଭାରତ ଯଦି ଏହି ଲକ୍ଷ୍ୟ ହାସଲ କରିନିଏ ତେବେ ଦେଶରେ ନିଯୁକ୍ତି ସୁଯୋଗ ସହ ରପ୍ତାନି ମଧ୍ୟ ବଢିବ। ହେଲେ ଭାରତକୁ ମାନୁଫାକଚରିଂ ହବ୍‌ ଭାବେ ରୂପାନ୍ତରିତ କରିବା ବହୁ କଷ୍ଟସାଧ୍ୟ ବ୍ୟାପାର ବୋଲି ମାରୁତି ସୁଜୁକି ଇଣ୍ଡିଆ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ମତପ୍ରକାଶ କରିଛନ୍ତି।
ନିଜ ଲିଖିତ ପୁସ୍ତକ ‘ଗେଟିଂ କମ୍ପିଟିଟିଭ ଏ ପ୍ରାକ୍ଟିସନର୍ସ ଗାଇଡ ଫର ଇଣ୍ଡିଆ’ରେ ଭାର୍ଗବ କହିଛନ୍ତି ଯେ, ଅତ୍ୟାଧୁନିକ ଚାଇନା ନିର୍ମାଣ ହେବାରେ ବେଶି ସମୟ ଲାଗି ନାହିଁ। ଚାଇନାର କାହାଣୀର ମାତ୍ର ୩ ଦଶନ୍ଧି ହେବ। ସେଠାକାର ସରକାରଙ୍କ ବିଚାରଧାରା କିଛି ଭିନ୍ନ ରହିଥିଲେ ମଧ୍ୟ ବଢୁଥିବା ବେରୋଜଗାରୀକୁ ନଜରରେ ରଖି ନିବେଶ ଲାଗି ଦ୍ୱାର ଖୋଲିବା ପଦକ୍ଷେପ ନିଆଗଲା। ନିବେଶକଙ୍କୁ ଅନୁକୂଳ ହେଉଥିବା ସବୁ ପଦକ୍ଷେପ ନେବାକୁ ସେଠାକାର ସରକାର ଅଗ୍ରାଧିକାର ଦେଲେ। ଲୋକଙ୍କୁ ରୋଜଗାର ମିଳୁଥିବାରୁ ଚାଇନାର ବ୍ୟବସ୍ଥା ବିରୋଧରେ ଲୋକ ଗଲେ ନାହିଁ। ଦେଖୁ ଦେଖୁ ଚାଇନା ବିଶ୍ୱର ପ୍ରମୁଖ ମାନୁଫାକଚରିଂ ହବରେ ରୂପାନ୍ତରିତ ହେଲା। ଗୋଟିଏ କଥାରୁ ଚାଇନାର ଶକ୍ତି ବିଷୟରେ ଅନୁମାନ ଲଗାଇ ହେବ। କରୋନା ଆରମ୍ଭ ହେବା ବେଳେ ସାରା ଦୁନିଆର ଯୋଗାଣ ଚେନ୍‌କୁ ଶକ୍ତ ଧକ୍କା ଲାଗିଲା। କାରଣ ଏହି ଦେଶ ସାରା ବିଶ୍ୱକୁ ସାମଗ୍ରୀ ଯୋଗାଣ କରିବାରେ ଏକ ବୃହତ୍ତ ଅଂଶ ହାସଲ କରିଛି।
ଭାର୍ଗବ ପୁଣି କହିଛନ୍ତି, ସାମାଜିକ ଦୃଷ୍ଟିକୋଣରୁ ଭାରତରେ ଏକ ଉଚିତ ସମାଜ ଗଠନ କରିବା ବହୁ କଠିନ କାମ। କାରଣ ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧି ପରେ ମଧ୍ୟ ଭାରତ ଏକ ଔଦ୍ୟୋଗିକ ଦେଶ ହେବାକୁ ସକ୍ଷମ ହୋଇ ପାରିନାହିଁ। ଏହାଦ୍ୱାରା ଦେଶ ମଧ୍ୟରେ ସମସ୍ୟା ବଢିଗଲା। ଧନୀ ଏବଂ ଗରିବଙ୍କ ମଧ୍ୟରେ ସମସ୍ୟା ବୃଦ୍ଧି ପାଇ ଚାଲିଲା। ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାହା ଦ୍ୱାରା ବଜାରରେ ପ୍ରତିଦ୍ୱନ୍ଦ୍ୱିତା, ମାନୁଫାକଚରିଂ ଏବଂ ସାମାଜିକ ନ୍ୟାୟ ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ଲାଗି ଅନୂକୂଳ ହୋଇପାରିଲା ନାହିଁ। ମାନୁଫାକଚରିଂ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଆଣିବା ଲାଗି ବହୁ ପଥ ଅତିକ୍ରାନ୍ତ କରିବାକୁ ହେବ। ସାମାଜିକ ଏବଂ ଆର୍ଥତ୍କ ଦୂରତ୍ୱ ହାସଲ କରିବା ଏକ ବଡ ସ୍ବପ୍ନ ଭାବେ ଉଭା ହୋଇଛି। ମାତ୍ର ଭାରତ ବଜାରକୁ ନେଇ ଭାର୍ଗବ ଆଶାବାଦୀ ରହିଛନ୍ତି। ସମସ୍ୟା ଯାହା ବି ହେଉ ଯାହା ଆମେ ହାସଲ କରିବାକୁ ଆଜିଯାଏ ସକ୍ଷମ ହୋଇନେ ସେହି ଦିଗରେ ବଢିବା ଜରୁରୀ। କିଛି ବି ହାସଲ କରାଯାଇପାରେ। ଦେଶକୁ ମାନୁଫାକଚରିଂ ହବ୍‌ ଭାବେ ଗଢିତୋଳିବା ଲାଗି ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି ଭାର୍ଗବ ଆହ୍ବାନ ଜଣାଇଛନ୍ତି। ସରକାର ଏବଂ ଉଦ୍ୟୋଗ ଜଗତ ଏହି କାମ ଏକାକି କରିପାରିବ ନାହିଁ। ଏଥିରେ ପ୍ରତି ବ୍ୟକ୍ତିଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri