ପାରାଙ୍କୁ ଘୃଣା କାହିଁକି

ମାନେକା ଗାନ୍ଧୀ

ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍‌ ପାଇଥିଲି ଯେ, ପୌର କମିଶନର ହଠାତ୍‌ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ନିର୍ମିତ ୨୦ ବର୍ଷର ପୁରୁଣା ଫିଡିଂ ପ୍ଲାଟ୍‌ଫର୍ମ (କବୁତରଖାନା)କୁ ବନ୍ଦ କରିଦେଇଛନ୍ତି। କବୁତରଖାନା ଉପରେ ପ୍ଲାଷ୍ଟିକ୍‌ ଚଦର ଘୋଡ଼ାଇଦେବା ସହ ପକ୍ଷୀମାନଙ୍କୁ ଯେପରି କେହି ଖାଇବାକୁ ଦେଇ ନ ପାରିବେ ସେଥିପାଇଁ ପୋଲିସ ଜଗୁଆଳି ମୁତୟନ କରିଛନ୍ତି। ଭିତରେ ରହିଯାଇଥିବା ପାରାମାନେ ଅନାହାରରେ ମୃତ୍ୟୁ ବରଣ କରିଛନ୍ତି, କାରଣ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା କି ଭିତରେ ଖାଇବାକୁ ଦିଆଯାଇ ନ ଥିଲା। ବାହାରେ ଥିବା ପାରାମାନେ, ଯେଉଁମାନଙ୍କୁ ବର୍ଷ ବର୍ଷ ଧରି ଏଇଠି ଖାଇବାକୁ ମିଳୁଥିଲା, ସେମାନେ ଖାଦ୍ୟ ସନ୍ଧାନରେ ଆଉ କେଉଁଆଡ଼େ ନ ଯାଇ କିଏ କାଳେ ଖାଇବାକୁ ଦେବ ବୋଲି ଆଶାକରି ରାସ୍ତାରେ ବସିରହିଲେ। ଫଳରେ ଶହ ଶହ ପାରା ଉପରେ ଗାଡ଼ି ଚଢ଼ିଯିବା ଯୋଗୁ ମଲେ। ସେମାନଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଧରିନେଇ ଥାନାରେ ବସାଇଦେଲା। ଏହି ସମୟ ମଧ୍ୟରେ ପୌର କମିଶନରଙ୍କର ସ୍ଥାନୀୟ ଖବରକାଗଜଗୁଡ଼ିକରେ ଅନେକ ମିଥ୍ୟା ପ୍ରବନ୍ଧ ପ୍ରକାଶ ପାଇଲା, ଯେଉଁଥିରେ ମାନବ ସ୍ବାସ୍ଥ୍ୟ ପାଇଁ ପାରା ବିପଦପୂର୍ଣ୍ଣ ବୋଲି ଲେଖା ଥିଲା।
ମୁଁ କମିଶନରଙ୍କ ସହ କଥା ହେଲି ଏବଂ ପାରାମାନଙ୍କ ଗଣହତ୍ୟା ପାଇଁ ମୋତେ ସେ ଯେଉଁ କାରଣ ଦର୍ଶାଇଲେ ତାହା ଥିଲା ନିମ୍ନ ପ୍ରକାର: ପାରାମାନେ ଅଣ୍ଡା ଦିଅନ୍ତି। ସେ ଅଣ୍ଡାକୁ କାଉମାନେ ଖାଆନ୍ତି। ଆମେ କାଉମାନଙ୍କୁ ଚାହୁଁନାହୁଁ। ତେଣୁ ଯଦି ଆମେ ପାରାମାନଙ୍କୁ ମାରିଦେବୁ, ତେବେ କାଉମାନେ ବି ଆପେ ଆପେ ଚାଲିଯିବେ।
ଏପରି ମୂର୍ଖତାପୂର୍ଣ୍ଣ କଥା ମୁଁ ଜୀବନରେ କାହାଠାରୁ ଶୁଣିନାହିଁ। ପାରା ଅଣ୍ଡା ସହ କାଉମାନଙ୍କ ବଂଶବୃଦ୍ଧିର କିଛି ସମ୍ପର୍କ ଥିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। କାଉ ଏକ ମେହେନ୍ତର ବା ସଫେଇବାଲା ପକ୍ଷୀ। ଯେପର୍ଯ୍ୟନ୍ତ ମଣିଷମାନେ ଅଳିଆ କରିବେ ତାକୁ ସଫା କରିବା ପାଇଁ ସେ ପର୍ଯ୍ୟନ୍ତ ସେମାନେ ବଂଶବୃଦ୍ଧି ଜାରି ରଖିବେ।
ଆମେ ଜାଣିବା ଦରକାର ଯେ ସହରରେ ଏତେ ପାରା କାହିଁକି? ହଜାର ହଜାର ଲୋକ ସେମାନଙ୍କୁ ଖାଇବାକୁ ଦିଅନ୍ତି- ଦିଲ୍ଲୀରେ କିଛି ନିର୍ଦ୍ଦିଷ୍ଟ ଫିଡିଂ ଏରିଆ ଅଛି ଏବଂ ଲୋକମାନେ ପାରାଙ୍କୁ ଖାଇବାକୁ ଦେବା ପାଇଁ ସ୍କୁଟର ଓ କାରରେ ସେଠାକୁ ଆସନ୍ତି। ମୋ ହସ୍ପିଟାଲରେ ଏକ ହଜାରରୁ ଅଧିକ ପାରା ଅଛନ୍ତି, ଯେଉଁମାନେ ବିଲେଇ, କୁକୁର ଏବଂ କାର ଦ୍ୱାରା ଆଘାତ ପାଇ ଆସିଛନ୍ତି।
ଜଙ୍ଗଲରେ ଆଉ ପାରା ନାହାନ୍ତି। ସେମାନେ କିପରି କୁକୁର ଏବଂ ବିଲେଇ ପରି ସହରୀ ଜୀବ ହୋଇଗଲେ?
ଆଜି ଆମେ ଜାଣିଥିବା ପାରା ହେଉଛି ରକ୍‌ ଡୋଭ୍‌ (କଲମ୍ବିଆ ଲିଭିୟା)ର ବଂଶଧର ଯେଉଁମାନେ ସହର ଅପେକ୍ଷା ଉପକୂଳର ପାହାଡ଼ିଆ ପାର୍ଶ୍ୱ (କ୍ଲିଫ୍‌)କୁ ପସନ୍ଦ କରୁଥିଲେ। ମିଳୁଥିବା ରେକର୍ଡଗୁଡିକ ଅନୁସାରେ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ମେସୋପଟାମିଆ (ବର୍ତ୍ତମାନ ଇରାକ) ଏବଂ ଇଜିପ୍ଟର ଲୋକମାନେ ସେମାନଙ୍କୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଚିନ୍ତାକଲେ। ଏହି ଲୋକମାନେ ସେମାନଙ୍କୁ ଖାଇବାକୁ ଦେବା ସହ ମାନବ ବସତି ନିକଟରେ ପ୍ରଜନନ କରିବାକୁ ଉତ୍ସାହିତ କଲେ। ପରେ ଏହି ପକ୍ଷୀମାନଙ୍କୁ ମାରି ମାଂସ ଖାଇଲେ। ଲୋକମାନେ ଖାଇବା ପାଇଁ କୁକୁଡ଼ା ପରି ପାରାମାନଙ୍କ ପ୍ରଜନନ ଆରମ୍ଭ କଲେ। ଏହିପରି ପ୍ରଜନନ କରିବା ଓ ଘରେ ପାଳିବା ଯୋଗୁ ଆଜି ଆମ ସହରଗୁଡ଼ିକରେ ଦେଖାଯାଉଥିବା ସେହି ରକ୍‌ ଡୋଭ୍‌ଙ୍କ ଉପଜାତିମାନେ ସୃଷ୍ଟି ହୋଇଛନ୍ତି।
ସମୟ କ୍ରମେ ଲୋକମାନେ ସେମାନଙ୍କୁ ଖାଇବା ବନ୍ଦ କରି ଏକ ହବି ଭାବରେ ପାଳିବା ଆରମ୍ଭ କଲେ। ଏକ ହବି ଭାବେ ପାଳିବା ପାଇଁ ପାରାମାନଙ୍କୁ ଜାହାଜ ଦ୍ୱାରା ବିଶ୍ୱର ସମସ୍ତ ଅଞ୍ଚଳକୁ ନିଆଯାଇଥିଲା। ପରେ ଅନେକେ ପଳାଇ ସହରଗୁଡିକରେ ମୁକ୍ତ ଭାବରେ ବଂଶବୃଦ୍ଧି କରିବାକୁ ଲାଗିଲେ। ସମୟକ୍ରମେ ସେମାନେ ମଣିଷମାନଙ୍କ ସହ ସ୍ବଚ୍ଛନ୍ଦରେ ଚଳିବାକୁ ଲାଗିଲେ ଏବଂ କୋଠାଘରର ଖୋପ, ଝରକା କାନ୍ଥ ପ୍ରଭୃତିରେ ବସା ବାନ୍ଧିଲେ।
ଲୋକମାନେ ହୃଦୟଙ୍ଗମ କଲେ ଯେ ପାରାମାନଙ୍କର ନେଭିଗେଶନ୍‌ (ଦିଗନିର୍ଣ୍ଣୟ)ର ଏକ ଭଲ ପ୍ରତିଭା ଅଛି। ତେଣୁ ସମୁଦ୍ରରେ ଦିଗହରା ନାବିକମାନେ ଜାହାଜଗୁଡ଼ିକୁ ସ୍ଥଳ ଆଡକୁ ବାଟ କଢ଼େଇ ନେବା ପାଇଁ ପାରାମାନଙ୍କୁ ବ୍ୟବହାର କରିବା ଆରମ୍ଭ କଲେ। ଆକାଶମାର୍ଗରେ ବାର୍ତ୍ତା ବହନ କରି ନେବା ପାଇଁ ପାରାମାନଙ୍କୁ ବ୍ୟବହାର କରାଗଲା। ଏପରି କି ସୈନ୍ୟବାହିନୀଗୁଡ଼ିକ ସେମାନଙ୍କୁ ବ୍ୟବହାର କରିବା ଆରମ୍ଭ କଲେ। ପାରା ପୋଷ୍ଟଗୁଡିକ ସମଗ୍ର ବିଶ୍ୱରେ ସ୍ବୀକୃତିପ୍ରାପ୍ତ। ଚେଙ୍ଗିଜ୍‌ ଖାନ୍‌ ଉଭୟ ଶତ୍ରୁ ଓ ମିତ୍ରଙ୍କ ପାଇଁ ଦୈନିକ ଦୂତ ଭାବରେ ପାରାମାନଙ୍କୁ ବ୍ୟବହାର କରୁଥିଲେ। ଉଭୟ ବିଶ୍ୱଯୁଦ୍ଧରେ ପାରାମାନଙ୍କୁ ବହୁଳ ଭାବରେ ବ୍ୟବହାର କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ କେବଳ ଆମେରିକା ୨,୦୦,୦୦୦ ପାରାଙ୍କୁ ବ୍ୟବହାର କରିଥିଲା। ସାହସିକତା ପାଇଁ ପାରାମାନଙ୍କୁ ପଦକ ବି ଦିଆଯାଇଥିଲା।
କ୍ରମେ ପାରାମାନେ କୋଳି, କୀଟପତଙ୍ଗ ଓ ମଞ୍ଜିଠାରୁ ଆରମ୍ଭ କରି ଯେକୌଣସି ଖାଦ୍ୟପଦାର୍ଥ ଦ୍ୱାରା ନିଜର କ୍ଷୁଧା ନିବାରଣ କରିବାରେ ଅଭ୍ୟସ୍ତ ହୋଇଯାଇଥିଲେ, ଯାହା ମଣିଷ ସେମାନଙ୍କୁ ଖାଇବାକୁ ଦେଉଥିଲା। ଏପରିକି ଆଇସ୍କ୍ରିମ୍‌ ଓ ବିସ୍କୁଟ ପର୍ଯ୍ୟନ୍ତ ବି ସେମାନେ ଖାଉଥିଲେ।
ଉଭୟ ମାଆ ଓ ବାପା ଛୁଆମାନଙ୍କୁ ପାଳନ କରିଥାନ୍ତି। ସେମାନେ ଛୁଆଙ୍କୁ କୀଟ, ପୋକ ଓ ମଞ୍ଜି ବଦଳରେ ବେକରେ ଥିବା କ୍ରପ୍‌ ନାମକ ଥଳିରେ ଉତ୍ପାଦିତ ପ୍ରୋଟିନ୍‌ ଓ ଚର୍ବିଯୁକ୍ତ କ୍ଷୀର ଖାଇବାକୁ ଦିଅନ୍ତି। ଯେପର୍ଯ୍ୟନ୍ତ ସେମାନେ ଖାଇପାରିବେ, ସେମାନଙ୍କର ଛୁଆମାନେ ବଞ୍ଚିପାରିବେ। ତେଣୁ ଯେତେବେଳେ ଅନ୍ୟ ପକ୍ଷୀମାନେ କଠିନ ସହରୀ ପରିବେଶରେ ବଞ୍ଚିବାର କ୍ଷମତା ଛାଡି ମରିଗଲେ ପାରାଟି ବଞ୍ଚିରହିଲା। କାଉ ସହିତ ଏହା ହେଉଛି ଏକମାତ୍ର ପକ୍ଷୀ ଯାହାକୁ ଅଧିକାଂଶ ସହରର ପିଲାମାନେ ଦେଖିଥିବେ। ଯେଉଁ ପିଲାଙ୍କୁ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ଅନୁମତି ଦିଆଯାଇଥାଏ, ସେମାନଙ୍କ ବ୍ୟକ୍ତିତ୍ୱର ମାନବୀୟ ଦିଗର ବିକାଶ ଘଟେ।
ପାରାମାନଙ୍କୁ ଘୃଣା କରିବାର କ’ଣ କାରଣ ଅଛି? ସେମାନେ ଇନ୍ଦ୍ରଧନୁ ପରି ରଙ୍ଗବେରଙ୍ଗର ବେକ ଏବଂ ବିଭିନ୍ନ ରଙ୍ଗରେ ସୁନ୍ଦର ଦେଖାଯାନ୍ତି। ଯେଉଁମାନେ ଆହତ ପାରାଙ୍କୁ ପାଳିଛନ୍ତି, ସେମାନେ ସେହି ପାରାକୁ ଘରର ପ୍ରିୟ ସଦସ୍ୟ ବୋଲି କୁହନ୍ତି। ପାରାମାନେ ଚିତ୍ତାକର୍ଷକ, ସ୍ନେହଶୀଳ ଓ ସ୍ବତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ। ଯେତେବେଳେ ସେମାନେ ଘର ଭିତରେ ରୁହନ୍ତି, ନିଜକୁ ବହୁତ ପରିଷ୍କାର ରଖନ୍ତି ଏବଂ ଗାଧୋଇବାକୁ ଭଲ ପାଆନ୍ତି! ସେମାନଙ୍କୁ ପଟୀରେ ପାଇଖାନା ଯିବାକୁ ଅଭ୍ୟସ୍ତ କରାଇବା ସହଜ। ସହରର ପରିଷ୍କାର ପରିଚ୍ଛନ୍ନତା ପାଇଁ ପାରାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାଉମାନେ ଲୋକଙ୍କ ପାଖକୁ ଆସିବାକୁ ସଂକୋଚ କରନ୍ତି। କିନ୍ତୁ ପାରାମାନେ ରାସ୍ତା କଡ଼ରେ ଆମେ ପକାଉଥିବା ସମସ୍ତ ଆବର୍ଜନା ଖାଆନ୍ତି।
ସେମାନଙ୍କର ମହତ୍ତ୍ୱ କ’ଣ? ଆମକୁ ହକ୍‌, ଇଗଲ, ଫାଲକନ୍‌ ଏବଂ କାଇଟ (ବିଭିନ୍ନ ପ୍ରଜାତିର ବାଜପକ୍ଷୀ) ଦରକାର ଏବଂ ପାରାମାନେ ସେମାନଙ୍କ ଖାଦ୍ୟ। ପାରା ମଳର କମ୍ପୋଷ୍ଟ ଖତ ଭିତରେ ସର୍ବୋତ୍ତମ। ଚାଷରେ ଏହାକୁ ବ୍ୟବହାର କରି ଭଲ ଫସଲ ଅମଳ କରାଯାଉଥିଲା। ମଧ୍ୟପ୍ରାଚ୍ୟରେ, ଯେଉଁଠାରେ ପାରା ମାଂସ ଖାଇବା ନିଷିଦ୍ଧ ଥିଲା, ସେଠାରେ କେବଳ ଫଳଗଛକୁ ଖତ ଯୋଗାଇବା ପାଇଁ ପାରାମାନଙ୍କ ପାଇଁ ଖୋପଯୁକ୍ତ ଘର ନିର୍ମାଣ କରାଯାଉଥିଲା ଏବଂ ଏହି ଅଭ୍ୟାସ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିଲା। ପାରା ମଳର ଖତ ଅତ୍ୟଧିକ ନାଇଟ୍ରୋଜେନ୍‌ ସମୃଦ୍ଧ। ଏହି ଖତ ବିକ୍ରି ପାଇଁ ନେଟ୍‌ରେ ବିଜ୍ଞାପନ ଦିଆଯାଉଛି ଏବଂ ଏହା ଅନ୍ୟ ଖତଠାରୁ ଦୁଇଗୁଣ ମୂଲ୍ୟରେ ବିକ୍ରି ହୁଏ। ଟମାଟୋ, ତରଭୁଜ, ବାଇଗଣ, ଗୋଲାପ ଓ ଅନ୍ୟାନ୍ୟ ଫସଲକୁ ସାର ଦେବା ପାଇଁ ପାରା ମଳର କମ୍ପୋଷ୍ଟ ଅତୁଳନୀୟ। ମରକ୍କୋରେ ପାରା ମଳ ସଂଗ୍ରହ କରାଯାଇ ଚମଡ଼ା ଟ୍ୟାନେରୀରେ ବିକ୍ରି କରାଯାଏ। କାରଣ ଚମଡ଼ାକୁ ପାରା ମଳରେ ଭିଜାଇଲେ ତାହା ଅଧିକ ନରମ ହୋଇଯାଏ। ମରକ୍କୋ ଚମଡ଼ା ପୃଥିବୀରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।
ସେହିମାନେ ପାରାଙ୍କୁ ଘୃଣା କରନ୍ତି, ଯେଉଁମାନେ ପରିଷ୍କାର ପରିଚ୍ଛନ୍ନତା ଓ ବିକାଶ ନାଁରେ ବନ୍ଧ୍ୟା ଆନନ୍ଦହୀନ ରାସ୍ତାଗୁଡ଼ିକୁ ବାଛନ୍ତି। ପକ୍ଷୀମାନଙ୍କ ଦ୍ୱାରା ରୋଗ ବ୍ୟାପୁଛି ବୋଲି ସେମାନେ ମନଗଢ଼ା କାହାଣୀ ତିଆରି କରନ୍ତି। ପାରାମାନେ ରୋଗ ବିସ୍ତାର କରନ୍ତି କି? ନା। ଯଦି ସେମାନେ ତାହା କରିଥାନ୍ତେ ତେବେ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ପାରାମାଂସ ଖାଉଥିଲେ ମଧ୍ୟ ଏବଂ ପାଳି ଆସିଥିଲେ ମଧ୍ୟ ସେମାନଙ୍କ ଯୋଗୁ କୌଣସି ରୋଗ ବ୍ୟାପିଥିବାର ରିପୋର୍ଟ କାହିଁକି ନାହିଁ? ପ୍ରତ୍ୟେକ ଦେଶରେ ଅମଲାତନ୍ତ୍ରୀମାନେ (ବୈଜ୍ଞାନିକମାନେ ନୁହନ୍ତି) ପାରାମାନଙ୍କ ଦ୍ୱାରା ରୋଗ ବ୍ୟାପୁଥିବା ଅଭିଯୋଗ କରନ୍ତି। ମୁମ୍ବାଇ କମିଶନର ସେମାନଙ୍କ ଯୋଗୁ ଯକ୍ଷ୍ମା ହେଉଥିବାର ଅଭିଯୋଗ କରିଛନ୍ତି। ମୋର ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ରୋଗଗ୍ରସ୍ତ ଓ ଅସୁସ୍ଥ ପାରାମାନଙ୍କର ଯତ୍ନ ନିଅନ୍ତି। ସେମାନେ ଗ୍ଲୋଭସ୍‌ ଏବଂ ଫେସ୍‌ ପ୍ରୋଟେକ୍ଟର୍‌ ବିନା କାମ କରନ୍ତି। କିନ୍ତୁ ଗତ ୪୦ ବର୍ଷ ମଧ୍ୟରେ କେହି କେବେ ଅସୁସ୍ଥ ହୋଇନାହାନ୍ତି।
ପାରା କିମ୍ବା ସେମାନଙ୍କର ମଳ ମଣିଷକୁ ରୋଗ ସଂକ୍ରମଣ କରେ କି? ଉତ୍ତର ନା, କରେ ନାହିଁ। ପକ୍ଷୀଠାରୁ ମନୁଷ୍ୟକୁ ରୋଗ ହେବାର ସମ୍ଭାବନା ଏତେ କମ୍‌ ଯେ ତାହା ବିଚାରକୁ ନେବା ଯୋଗ୍ୟ ନୁହେଁ। ଏ ସମ୍ପର୍କରେ ଅନେକ ବିଶେଷଜ୍ଞଙ୍କ ରିପୋର୍ଟ ପ୍ରକାଶ ପାଇଛି, ଯାହା ନେଟ୍‌ରେ ଉପଲବ୍ଧ।

gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri