ଡାରଉଇନ୍‌ଙ୍କ ତତ୍ତ୍ୱକୁ ଭୟ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏନ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରୁ ବୈଜ୍ଞାନିକ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ସମ୍ପର୍କିତ ବିଷୟଟିକୁ ହଟେଇବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ଆଇଆଇଟି, ଆଇଜର ତଥା ବିଶ୍ୱବିଦ୍ୟାଳୟର ଶହ ଶହ ଗବେଷକ, ବୈଜ୍ଞାନିକ ଓ ପ୍ରଫେସର ଏହାର ପ୍ରତିବାଦ କରିବା ସହ ପୂର୍ବପରି ପାଠ୍ୟପୁସ୍ତକରେ ତାକୁ ଅବ୍ୟାହତ ରଖିବାକୁ ଦାବିକରି ସରକାରଙ୍କୁ ଚିଠି ଦେଇଛନ୍ତି।
ଯଦିଓ ଉଭୟ ଏନ୍‌ସିଇଆର୍‌ଟି ଓ ସରକାରଙ୍କ ପକ୍ଷରୁ କୋଭିଡ୍‌ ମହାମାରୀ ହେତୁ ପାଠ୍ୟକ୍ରମକୁ ‘ଯୁକ୍ତିସଙ୍ଗତ‘ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ପାଠର ବୋଝକୁ ହ୍ରାସ କରିବାକୁ ଏପରି କରାଯାଇଛି ବୋଲି ସ୍ପଷ୍ଟୀକରଣ ଦିଆଯାଇଛି, ତେବେ ତାହା ସାଧାରଣରେ ବିଶ୍ୱାସ ସୃଷ୍ଟି କରିପାରିନି। ପିଲାଙ୍କ ପାଠପଢ଼ା ଏବେ ସ୍ବାଭାବିକ ହୋଇସାରିଥିବା ବେଳେ କୋଭିଡ୍‌ ଆଳରେ ଏଭଳି ପଦକ୍ଷେପ ନିଶ୍ଚିତରୂପେ ହାସ୍ୟାସ୍ପଦ ମନେହୁଏ। ବିଶେଷକରି ନିକଟ ଅତୀତରେ ଇତିହାସ ଓ ରାଜନୀତି ବିଜ୍ଞାନ ପରେ ଏବେ ବିଜ୍ଞାନ ପୁସ୍ତକରୁ ବାଦ୍‌ ପଡ଼ିଥିବା ଅଂଶ ଓ ବିଷୟକୁ ଦେଖିଲେ ସରକାର କୌଣସି ଯୁକ୍ତିସଙ୍ଗତ କାରଣରୁ ନୁହେଁ ବରଂ ନିଜର ରୂଢ଼ିବାଦୀ ଓ ସାମ୍ପ୍ରଦାୟିକ ବିଚାର ଅନୁରୂପ ହଟେଇଥିବା ସ୍ପଷ୍ଟ ଜଣାପଡ଼ୁଛି।
ଜୀବସୃଷ୍ଟି ସମ୍ପର୍କରେ ବ୍ରିଟିଶ୍‌ ବେଜ୍ଞାନିକ ଚାର୍ଲସ୍‌ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ୍‌ର ତତ୍ତ୍ୱ ବିଶ୍ୱର ବିଜ୍ଞାନ ଓ ଧର୍ମ ଜଗତରେ ଏକଦମ୍‌ ଚହଳ ସୃଷ୍ଟି କରିଥିଲା। ୧୮୩୧ ମସିହାରେ ଇଂଲଣ୍ଡର ରୟାଲ ନୌବାହିନୀର ପର୍ଯ୍ୟବେକ୍ଷଣ ଜାହାଜ ଏଚ୍‌ଏମ୍‌ଏସ୍‌ ବିଏଗ୍ଲିରେ ଜଣେ କ୍ୟାବିନ୍‌ ସହାୟକ ଭାବେ ସେ ବିଶ୍ୱର ଅନେକ ଦେଶ ପରିଭ୍ରମଣ କରିଥିଲେ। ମାତ୍ର ୨୨ ବର୍ଷ ବୟସରେ ଯାତ୍ରା ଆରମ୍ଭ କରିବା ବେଳେ ସେ ବାଇବେଲରେ ବର୍ଣ୍ଣିତ ସୃଷ୍ଟିତତ୍ତ୍ୱ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ। କିନ୍ତୁ ଦୀର୍ଘ ଆଠବର୍ଷରେ ୪୦ ହଜାର କି.ମି.ରୁ ଅଧିକ ଜଳଯାତ୍ରା ସମୟରେ ସେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରକୃତିର ରହସ୍ୟକୁ ଦେଖୁ ଦେଖୁ ଜଣେ ବସ୍ତୁବାଦୀ ଦାର୍ଶନିକ ଭାବେ ରୂପାନ୍ତରିତ ହୋଇଯାଇଥିଲେ। ତାହା ହିଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ପ୍ରକୃତି ବିଜ୍ଞାନୀ ହିସାବରେ ପରିଚିତ କରିଥିଲା।
ଡାରଉଇନ୍‌ଙ୍କ ତତ୍ତ୍ୱଟି ଆଦୌ କଳ୍ପନାପ୍ରସୂତ ନ ଥିଲା। ଲଗାତର ଭାବେ ପରୀକ୍ଷା, ପର୍ଯ୍ୟବେକ୍ଷଣ ଓ ସେଥିରୁ ସିଦ୍ଧାନ୍ତକୁ ବାହାର କରିବାର ବୈଜ୍ଞାନିକ ପ୍ରକ୍ରିୟା ଜରିଆରେ ସେ ସତ୍ୟରେ ଉପନୀତ ହୋଇଥିଲେ। ଜଳଯାତ୍ରାରୁ ଫେରି ଦୀର୍ଘ ଦୁଇ ଦଶକ ଧରି ବିପୁଳ ପରିମାଣର ତଥ୍ୟ ଓ ଯୁକ୍ତି ଦେଇ ସେ ତାଙ୍କର ପ୍ରଥମ ପୁସ୍ତକ ‘ପ୍ରାକୃତିକ ଚୟନ ଜରିଆରେ ପ୍ରଜାତିର ସୃଷ୍ଟି’କୁ ପ୍ରସ୍ତୁତ କରିଥିଲେ। ଏହି ପୁସ୍ତକ ବୌଦ୍ଧିକ ଜଗତକୁ ଏକଦମ୍‌ ଦୋହଲାଇ ଦେଇଥିଲା। ବିଭିନ୍ନ ଧର୍ମ ବିଶେଷକରି ବାଇବେଲ ଦ୍ୱାରା ପ୍ରଚାରିତ ‘ପ୍ରଜାତି ଅପରିବର୍ତ୍ତନଶୀଳ ଓ ଈଶ୍ୱରଙ୍କ ସୃଷ୍ଟି’ ବୋଲି ସେଯାଏ ରହିଥିବା ଭାବବାଦୀ ଧାରଣାକୁ ଏହି ତତ୍ତ୍ୱ ଏକ ଶକ୍ତ ଆଘାତ ଦେଇଥିଲା। ନିର୍ଜୀବ ବସ୍ତୁଠାରୁ ସଜୀବ ବସ୍ତୁ, ଏକକୋଷୀ ପ୍ରାଣୀଠାରୁ ବହୁକୋଷୀ ପ୍ରାଣୀ, ଜଳଠାରୁ ସ୍ଥଳ ସବୁଜାଗାରେ କିପରି ପ୍ରାଣର ବିସ୍ତାର ହୋଇଛି, ତା’ର ଏକ ବୈଜ୍ଞାନିକ ବ୍ୟାଖ୍ୟା ଦେବାରେ ଡାରଉଇନ୍‌୍‌ଙ୍କ ଉପରୋକ୍ତ ପୁସ୍ତକ ଏକ ଶକ୍ତିଶାଳୀ ପ୍ରୟାସ କରିଥିଲା।
ଏଠାରେ କହିବା ଉଚିତ ହେବ, କେନ୍ଦ୍ର ସରକାରଙ୍କ ଦ୍ୱାରା ଡାରଉଇନ୍‌ଙ୍କ ବିବର୍ତ୍ତନବାଦ୍‌କୁ ସ୍କୁଲ ପାଠ୍ୟକ୍ରମରୁ ହଟାଇବା ଏବଂ କିଛିବର୍ଷ ପୂର୍ବରୁ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ ଏହି ତତ୍ତ୍ୱକୁ ଭୁଲ୍‌ ବୋଲି କହି ତାକୁ ପାଠ୍ୟପୁସ୍ତକରୁ ହଟେଇବାକୁ ଦେଇଥିବା ବୟାନ କୌଣସି ବିଚ୍ଛିନ୍ନ ଘଟଣା ଆଦୌ ନୁହେଁ। ଉଭୟ କ୍ଷେତ୍ରରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଓ ତା’ର ସମଭାବାପନ୍ନ ସଂଗଠନଗୁଡ଼ିକ ବିଚାରଧାରାର ଏହା ପରିପ୍ରକାଶ ମାତ୍ର।
ଆମ ଦେଶର ସମ୍ବିଧାନର ଧାରା ୫୧(କ)(ଜ)ରେ ବୈଜ୍ଞାନିକ ମନୋଭାବର ପ୍ରଚାର ପ୍ରସାର ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। କିନ୍ତୁ ଆଜି ଅବସ୍ଥା ଏପରି ହୋଇଛି ଯେ ସମ୍ବିଧାନର ଶପଥ ନେଇ ଶାସନରେ ବସିଥିବା ଲୋକେ ଅତ୍ୟନ୍ତ ନିର୍ଭୀକ ଭାବେ ରୁଢ଼ିବାଦୀ ଓ ଅବୈଜ୍ଞାନିକ କଥାସବୁ କହିଯାଉଛନ୍ତି। ଏଠାରେ କେହି ପ୍ରଶ୍ନ କରିପାରନ୍ତି, ଅବୈଜ୍ଞାନିକ ବିଶ୍ୱାସ ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନିଜସ୍ବ ବୟାନକୁ ନେଇ ଆମେ ଚିନ୍ତିତ ହେବା କ’ଣ ଦରକାର? କିନ୍ତୁ ବାସ୍ତବ କଥା ହେଲା ଦାୟିତ୍ୱପୂର୍ଣ୍ଣ ପଦପଦବୀରେ ବସିଥିବା ଏହି ବ୍ୟକ୍ତିମାନଙ୍କ ଅବୈଜ୍ଞାନିକ ମନ୍ତବ୍ୟ କେବଳ ସେମାନଙ୍କ ନିଜସ୍ବ କୋଠରି ମଧ୍ୟରେ ସୀମିତ ରହି ନ ଥାଏ। ବରଂ ଏହି ବୟାନଗୁଡ଼ିକ ପଛରେ ରହିଥିବା ବିଚାରର ପ୍ରଭାବ ଦେଶର ନୀତି ଉପରେ ପଡ଼ୁଥିବା ଦେଖାଯାଉଛି।
ଚାଇନା, ଆମେରିକା, ଜାପାନ ପରି ବିଶ୍ୱର ଉନ୍ନତ ଦେଶଗୁଡ଼ିକ ବିଜ୍ଞାନ ଓ ଗବେଷଣା ପାଇଁ ଆମଠାରୁ ଅନେକ ଗୁଣ ଅଧିକ ଖର୍ଚ୍ଚ କରୁଥିବା ବେଳେ ଆମ ଦେଶରେ ପ୍ରତିବର୍ଷ ବଜେଟ୍‌ରେ ଏ ବାବଦରେ ବ୍ୟୟବରାଦ କମିବା ଦେଖାଯାଉଛି। ଆଇଆଇଟି, ଏନ୍‌ଆଇଟି, ନାଇଜର ଓ ଆଇଜର ପରି ଜାତୀୟସ୍ତରର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଂସ୍ଥାଗୁଡ଼ିକୁ ସରକାର ଲଗାତର ଅନୁଦାନ ହ୍ରାସ ସହିତ ଘରୋଇ କମ୍ପାନୀଙ୍କ ସହାୟତାରେ ନିଜର ଖର୍ଚ୍ଚ ବାହାର କରିବାକୁ କୁହାଯାଉଛି। ବିଜ୍ଞାନର ଉଚ୍ଚତର ଗବେଷଣାରେ ନିୟୋଜିତ ଗବେଷକମାନଙ୍କ ଷ୍ଟାଇପେଣ୍ଡ ବର୍ଷ ବର୍ଷ ଧରି ନ ବଢ଼ିବା ଦେଖାଯାଇଛି। ମାଧ୍ୟମିକସ୍ତରରୁ ବୈଜ୍ଞାନିକ ଗବେଷଣା ପାଇଁ ମେଧାବୀ ପିଲାଙ୍କୁ ଆକର୍ଷିତ କରିବାକୁ ଉଦ୍ଦିଷ୍ଟ କିଶୋର ବୈଜ୍ଞାନିକ ବୃତ୍ତି ଯୋଜନାକୁ ଇତିମଧ୍ୟରେ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ରୁଢ଼ିବାଦ ଓ ଅବୈଜ୍ଞାନିକ ବିଚାରରେ ବିଶ୍ୱାସୀ ଦେଶର ଶାସକ ଗୋଷ୍ଠୀଙ୍କ ପକ୍ଷରୁ ବିଜ୍ଞାନ ଉପରେ ଲଗାତର ଆକ୍ରମଣ ସହିତ ଛଦ୍ମ ବିଜ୍ଞାନ ବା ଅବୈଜ୍ଞାନିକ ଚିନ୍ତାକୁ ଲଦିଦେବାର ଉଦ୍ୟମଟି ଅତ୍ୟନ୍ତ ବିପଜ୍ଜନକ।
ବିବର୍ତ୍ତନବାଦ ପଢ଼ିବାର ପରିଣାମ ହେଉଛି ସୃଷ୍ଟିକର୍ତ୍ତାର ଧାରଣାରୁ ମଣିଷକୁ ବାହାର କରିଦେବା। କାରଣ ଡାରଉଇନ୍‌ବାଦ ବା ବିବର୍ତ୍ତନବାଦ କହୁଛି ସବୁକିଛି ଈଶ୍ୱରଙ୍କ ଦ୍ୱାରା ନୁହେଁ ବରଂ ପ୍ରକୃତିରୁ ସୃଷ୍ଟି ହୋଇଛି। ଏହି ପୃଥିବୀ, ଗ୍ରହ ଉପଗ୍ରହ, ସମସ୍ତ ପ୍ରାଣୀ ସବୁକିଛି ପ୍ରକୃତିର ବିଭିନ୍ନ କ୍ରିୟା ପ୍ରତିକ୍ରିୟା ଦେଇ ସୃଷ୍ଟି ହୋଇଛନ୍ତି। ଅତଏବ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ ପାଇଁ ବିବର୍ତ୍ତନର ପ୍ରକ୍ରିୟାକୁ ଜାଣିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଧର୍ମୀୟ ରୂଢ଼ିବାଦୀ ଓ ଅବୈଜ୍ଞାନିକ ବିଚାର ରଖୁଥିବା ସରକାରମାନେ ପିଲାମାନଙ୍କୁ ସୃଷ୍ଟି ସମ୍ପର୍କରେ ସତ୍ୟ ନ ଜଣାଇବାକୁ ବିବର୍ତ୍ତନବାଦ ପଢ଼ିବାରୁ ବଞ୍ଚତ୍ତ କରିବା ଦେଖାଯାଇଛି, ଯାହାକି ଆମ ଶିକ୍ଷାକୁ ଏକ ପ୍ରହସନରେ ପରିଣତ କରିବାକୁ ଯାଉଛି।
ଡାରଉଇନ୍‌ଙ୍କ ତତ୍ତ୍ୱ ବିଜ୍ଞାନକୁ ସବୁଠାରୁ ଶ୍ରେଷ୍ଠ ଉପହାର ହୋଇଥିବା ବେଳେ ସାରା ବିଶ୍ୱର ରୂଢ଼ିବାଦୀ ଓ ଧର୍ମୀୟ ମୌଳବାଦୀ ଶକ୍ତିମାନେ ତାକୁ ନିଜର ଅସ୍ତିତ୍ୱ ପାଇଁ ବିପଦ ବୋଲି ମନେକରି ଆସିଛନ୍ତି। ଆମେରିକାଠାରୁ ଆରମ୍ଭକରି ମଧ୍ୟପ୍ରାଚ୍ୟ ଏପରି କି ଭାରତ ପର୍ଯ୍ୟନ୍ତ ବିଭିନ୍ନ ଧର୍ମର ମୌଳବାଦୀ ଓ ରୂଢ଼ିବାଦୀ ଶକ୍ତିମାନେ ସର୍ବଦା ତା’ ବିରୋଧରେ ମୁଖର ହୋଇ ଆସିଛନ୍ତି। ତେବେ ବିବର୍ତ୍ତନବାଦ୍‌ ନେଇ ଅସହମତି ସତ୍ତ୍ୱେ ବିଶ୍ୱର ବହୁତ କମ୍‌ ଦେଶ ହିଁ ନିଜର ପାଠ୍ୟପୁସ୍ତକରେ ଏହାକୁ ସ୍ଥାନ ନ ଦେଇ ନିଜ ପିଲାଙ୍କୁ ତାକୁ ପଢ଼ିବାରୁ ବଞ୍ଚତ୍ତ କରିବା ଦେଖାଯାଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଆରବ ଅଥବା ଭାରତର ପଡ଼ୋଶୀ ଇସ୍‌ଲାମିକ ଦେଶଗୁଡ଼ିକ ରହିଛନ୍ତି। ପାକିସ୍ତାନ, ବାଂଲାଦେଶ ପରି ଇସ୍‌ଲାମିକ୍‌ ଦେଶରେ ପାଠ୍ୟପୁସ୍ତକରେ ଇସ୍‌ଲାମ୍‌ ଧର୍ମର ସୃଷ୍ଟିତତ୍ତ୍ୱ ସହିତ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ୍‌କୁ ମଧ୍ୟ ସ୍ଥାନ ଦିଆଯାଇଥିବା ବେଳେ ସାଉଦି ଆରବ, ଓମାନ୍‌, ଆଲଜେରିଆ ଏବଂ ମର୍‌କୋ ନିଜ ଦେଶରେ ଏହି ତତ୍ତ୍ୱକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ଜୋର୍ଡାନରେ ଏହାକୁ ଧର୍ମର ପରିଧି ମଧ୍ୟରେ ଶିଖିବାର ବ୍ୟବସ୍ଥା ରହିଥିବା ବେଳେ ଇଜିପ୍ଟ୍‌ ଓ ଟ୍ୟୁନିସିଆର ପାଠ୍ୟପୁସ୍ତକରେ ଏହାକୁ ଏକ ପ୍ରମାଣ ନ ଥିବା ତତ୍ତ୍ୱ ରୂପେ ଉପସ୍ଥାପିତ କରାଯାଇଛି। ଆମେରିକାର ଖ୍ରୀଷ୍ଟିୟାନ ରୁଢ଼ିବାଦୀ ଶକ୍ତିମାନେ ଏହା ବଦଳରେ ବାଇବେଲର ସୃଷ୍ଟିତତ୍ତ୍ୱକୁ ପିଲାଙ୍କୁ ପଢ଼ାଇବାକୁ ଲଗାତର ଦାବି କରିଆସିଛନ୍ତି। ତେବେ ନିକଟ ଅତୀତରେ ତୁର୍କୀକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ଏହାକୁ ଆଦର୍ଶଗତ ଭାବେ ବିରୋଧ କରି ନିଜର ପାଠ୍ୟପୁସ୍ତକରୁ ହଟେଇ ନାହାନ୍ତି। ୨୦୧୮ରେ ତୁର୍କୀରେ ଇସ୍‌ଲାମିକ୍‌ ମୌଳବାଦୀମାନେ ଶାସନ କ୍ଷମତା ଉପରେ ନିଜର ପ୍ରଭାବକୁ ସୁଦୃଢ଼ କରିବା ପରେ ସେଠାକାର ପାଠ୍ୟପୁସ୍ତକରୁ ବିବର୍ତ୍ତନବାଦକୁ ହଟେଇବା ଦେଖାଯାଇଛି। ନିକଟରେ ଆମ ଦେଶରେ କୋଭିଡ୍‌ ଓ ପାଠର ବୋଝ କମାଇବା ବାହାନାରେ ଏନ୍‌ସିଇଆର୍‌ଟିର ପାଠ୍ୟପୁସ୍ତକରୁ ବିବର୍ତ୍ତନବାଦକୁ ହଟେଇବାର ନିଷ୍ପତ୍ତି ନେଇ ଆମେ ନିଜକୁ ସେସବୁ ମୌଳବାଦୀ ଦେଶଙ୍କ ଧାଡ଼ିରେ ସାମିଲ କରିନାହୁଁ କି?
ମୋ:୯୪୩୭୧୭୬୩୭୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri