ଟିକା ଉପରେ ସନ୍ଦେହ କାହିଁକି

ଡ. ନରେନ୍ଦ୍ର ସେଠୀ

 

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ୨୦୨୦ରେ କରୋନାକୁ ଏକ ବୈଶ୍ୱିକ ମହାମାରୀ ଘୋଷଣା କରିବା ପରେ ଏହାଦ୍ୱାରା ୩୦ ଲକ୍ଷରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଲାଣି। ଏଭଳି ସଙ୍କଟ ସମୟରେ ଭାରତରେ ଟିକାକରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସବୁଠୁ ସ୍ବଳ୍ପ ସମୟ ଭିତରେ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦେଇ ଭାରତ ବିଶ୍ୱ ରେକର୍ଡ କରିଛି। ଏବେ ଅଠର ବର୍ଷରୁ ଅଧିକ ସବୁ ଲୋକଙ୍କୁ ଟିକା ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି ଲୋକ ଟିକା ନେବେ କି ନ ନେବେ ଦ୍ୱନ୍ଦ୍ୱରେ ଅଛନ୍ତି। ଅମ୍ଳଜାନ ସଙ୍କଟରେ ଛଟପଟ ହୋଇ ଅନେକ ଜୀବନହାନି ହେଉଥିବାର ଖବର ଆଖିରେ ଦେଖି ମଧ୍ୟ ଲୋକମାନେ ଟିକାର କ୍ଷମତା ଉପରେ ପ୍ରଶ୍ନବାଚୀ ଉଠେଇ ଚାଲିଛନ୍ତି।
ନିକଟରେ ଆମେରିକାର ଜଣେ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ ତଥା ହ୍ବାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡାକ୍ତର ଆନ୍ତନି ଫାଉଚି ଭାରତ ବାୟୋଟେକ୍‌ ନିର୍ମିତ କୋଭାକ୍‌ସିନର ଉଚ୍ଚ ପ୍ରଶଂସା କରି ଏହା କରୋନା ଭୂତାଣୁକୁ ନିଷ୍କ୍ରିୟ କରିବାରେ ଅତ୍ୟନ୍ତ ସହାୟକ ବୋଲି ମତବ୍ୟକ୍ତ କରିଛନ୍ତି। ଭାରତରେ କରୋନାର ଦ୍ୱିତୀୟ ଲହର ବେଳେ କେବଳ ଟିକାକରଣ ଏକମାତ୍ର ପ୍ରତୀକାତ୍ମକ ଉପାୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଗତ କିଛିଦିନ ତଳେ ନ୍ୟୁୟର୍କ ଟାଇମ୍‌ସ ଖବରକାଗଜରେ କୋଭାକ୍‌ସିନ ଟିକା କରୋନା ଭାଇରସ ବିରୋଧରେ ଶକ୍ତିଶାଳୀ ଆଣ୍ଟିବଡି ତିଆରି କରିଥାଏ ବୋଲି ପ୍ରକାଶ କରି ଏହାକୁ ଆହୁରି ବିଶ୍ୱସନୀୟ କରି ସାରିଛି। ଯଦିଓ ଭାରତ ସରକାର ଗତ ୩ ଜାନୁୟାରୀ ଦିନ ଏହି ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହା ଏବେ ସର୍ବଜନ ଆଦୃତ ହୋଇପାରିଛି। ତେବେ ଠିକ୍‌ ଏହି ସମୟରେ ଭାରତ ବାୟୋଟେକ୍‌ ତା’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି କୋଭାକ୍‌ସିନ ପ୍ରାୟ ଅଶୀ ଭାଗ ପର୍ଯ୍ୟନ୍ତ ସଫଳତା ପାଇଛି ବୋଲି ନିଜ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଗମ୍ଭୀର ଶ୍ରେଣୀର କୋଭିଡ୍‌ ଭୂତାଣୁ ବିରୋଧରେ ଏହା ଶହେ ପ୍ରତିଶତ ସହାୟକ ବୋଲି ପ୍ରମାଣିତ ହୋଇଛି। ଅଶୀ ପ୍ରତିଶତର ଅର୍ଥ ହେଲା ଟିକା ନେଇଥିବା ଲୋକମାନଙ୍କର ଥରେ କୋଭିଡ୍‌ ହେବାର ସମ୍ଭାବନା ଅଶୀ ପ୍ରତିଶତ କମିଯାଇ ଥାଏ। ଏହା ନିଶ୍ଚିତ ଭାବରେ ସମାଲୋଚନା କରୁଥିବା ଲୋକମାନଙ୍କୁ ଏକ ଉତ୍ତର। ତଥାପି ସବୁଠୁ ବଡ଼ ପ୍ରଶ୍ନ ହେଲା ଟିକା ନେବା କଅଣ ନିହାତି ଜରୁରୀ? ଏହାର ଠିକ୍‌ ଓ ଏକମାତ୍ର ଉତ୍ତର ହେଲା ହଁ । ଟିକା ଏକମାତ୍ର ଓ କେବେଳ ଗୋଟିଏ ଉପାୟ ଯାହାଦ୍ୱାରା କରୋନାକୁ ହରେଇ ଦିଆଯାଇପାରିବ। ଗାଁ କନିଆ ସିଙ୍ଘାଣି ନାକି ଆଳରେ ଭାରତ ନିର୍ମିିତ ଟିକା ଉପରେ ପ୍ରଶ୍ନବାଚୀ କଲା ବେଳେ ଆମକୁ ମନେରଖିବାକୁ ପଡ଼ିବ ଯେ ବିଶ୍ୱର କୌଣସି ଟିକା ଶତ ପ୍ରତିଶତ ସକ୍ଷମ ନୁହେଁ। ଆଉ ଗୋଟିଏ କଥା ଏଠାରେ ମନେ ରଖିବା ଉଚିତ ଯେ ଟିକା ନେବାର ଅର୍ଥ ନୁହେଁ ଯେ ଆଉ ଆପଣଙ୍କୁ କରୋନା ହେବ ନାହିଁ। ଟିକା ନେବା ଦ୍ୱାରା ଶରୀର ଭିତରେ ଭୂତାଣୁ ବିରୋଧରେ ଶକ୍ତ ପ୍ରତିରୋଧକ ବା ହାର୍ଡ ଇମ୍ୟୁନିଟି ଶୀଘ୍ର ତିଆରି ହୁଏ; ଯାହା ପ୍ରାକୃତିକ ରୂପରେ ତିଆରି ହେବା ପାଇଁ ଅନେକ ସମୟ ନେଇଥାନ୍ତା। କେବଳ ଦୁଇଟି ଟିକା ନେବାର ପନ୍ଦର ଦିନ ପରେ ଜଣେ ନିଜକୁ ସୁରକ୍ଷିତ ମଣିପାରିବ। ଏଇଟା ପ୍ରମାଣିତ ତଥ୍ୟ ଯେ ଟିକା ନେଲାପରେ ମଧ୍ୟ କରୋନା ସଂକ୍ରମିତ ହେଲେ ବ୍ୟକ୍ତି ଗୁରୁତର ହେବାର ସମ୍ଭାବନା ବହୁତ କମ୍‌। ତେଣୁ ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ଟିକା ବର୍ତ୍ତମାନ ଉପଲବ୍ଧ ତାହା ଅବିଳମ୍ବେ ନେଇଯିବା ଉଚିତ।
ନିଜ ଦେଶରେ ତିଆରି ଟିକା ଉପରେ ବିଶ୍ୱାସ କରୁ ନ ଥିବା ଲୋକମାନେ ଯଦି ବିଦେଶରୁ ଆସିବାକୁ ଥିବା ରୁଷିଆର ସ୍ପୁଟନିକ କିମ୍ବା ଆମେରିକାରେ ତିଆରି ଫାଇଜର ଟିକା ଅପେକ୍ଷାରେ ରହିବେ ତାହା ବୁଦ୍ଧିମାନର କାମ ନୁହେଁ I
କାରଣ ବିଦେଶରୁ ଆସୁଥିବା ଟିକା ଆସି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ସମୟ ସାପେକ୍ଷ। ତେଣୁ ଖୁବ୍‌ଶୀଘ୍ର ଅଧିକ ପ୍ରାଣହାନିରୁ ରକ୍ଷା କରିବା, ଦେଶର ଆର୍ଥିକ ମେରୁଦଣ୍ଡକୁ ପୁଣି ଟାଣ କରିବା ଓ ପୂର୍ବପରି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବାକୁ ଟିକା ନେବା ନିହାତି ଆବଶ୍ୟକ। ଏହା ଦ୍ୱାରା ପୁଣି ଥରେ ସଂକ୍ରମିତ ହେବାର ସମ୍ଭାବନା କମିଯାଏ ଓ ସଂକ୍ରମିତ ହେଲେ ଗୁରୁତର ହେବାର ସମ୍ଭାବନା ମଧ୍ୟ ଅପେକ୍ଷାକୃତ ହ୍ରାସପାଏ। ଟିକା ନେବା ପରେ ମାସ୍କ ଓ ସଂଗରୋଧ ଭଳି ନିୟମ କାହଳ କରିବା ଅନୁଚିତ। ତେଣୁ ଟିକା ନେବା କି ନ ନେବା ଭଳି ଏକ ମୂଲ୍ୟହୀନ ପ୍ରଶ୍ନ ପଛରେ ନ ପଡ଼ି ଆଖି ବୁଜି ଟିକା ନିଅନ୍ତୁ। ଟିକା କୌଣସି ରାଜନୈତିକ ଦଳର କିମ୍ବା ନିର୍ଦ୍ଦିଷ୍ଟ ବିଚାରଧାରାରେ ବିଶ୍ୱାସ କରୁଥିବା ବ୍ୟକ୍ତି ବିଶେଷଙ୍କର ସମ୍ପତ୍ତି ନୁହେଁ। ଏହା ଆମ ଭାରତରେ ତିଆରି ଓ ଶହେରୁ ଅଧିକ ଦେଶର ଲୋକ ଆପଣେଇ ନେଇଥିବା ଏକ ଯୁଗାନ୍ତକାରୀ ଆବିଷ୍କାର। ତେଣୁ ଆସନ୍ତୁ କିଛି ସନ୍ଦେହ ନ କରି ଟିକା ନେବା। କରୋନାକୁ ହରେଇବା।
ଯାଦୁଗୁଡା, ପଶ୍ଚିମ ସିଂଭୂମ, ଝାଡ଼ଖଣ୍ଡ
ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri