Posted inଫୁରସତ

ଜାଣନ୍ତି ଅପରେଶନ ସମୟରେ ଡାକ୍ତରମାନେ କାହିଁକି ପିନ୍ଧିଥାନ୍ତି ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ

ହସ୍ପିଟାଲରେ ଡାକ୍ତରମାନେ ଅପରେଶନ କରିବା ସମୟରେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିବା ନିଶ୍ଚିତ ଦେଖିଥିବେ। କେବେ ମନକୁ ପ୍ରଶ୍ନ ଆସିଛି କି ଏତେ ରଙ୍ଗ ଥାଇ ଡାକ୍ତରମାନେ କାହିଁକି ଏହି ଦୁଇ ରଙ୍ଗର କପଡ଼ା ପିନ୍ଧୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ସମ୍ପର୍କରେ…


କୁହାଯାଏ, ହସ୍ପିଟାଲରେ ସମସ୍ତ କର୍ମଚାରୀ ଧଳା ରଙ୍ଗର କପଡ଼ା ପିନ୍ଧୁଥିଲେ। ମାତ୍ର ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ପୋଷାକକୁ ସବୁଜ ରଙ୍ଗକୁ ପରିବର୍ତ୍ତନ କରିଦେଇଥିଲେ। ସେବେଠାରୁ ଏହି ପରମ୍ପରା ଚଳିଆସୁଛି। କିଛି କିଛି ହସ୍ପିଟାଲରେ ଡାକ୍ତରମାନେ ନୀଳ ରଙ୍ଗର କପଡ଼ା ପିନ୍ଧିଥାନ୍ତି। ସେହିପରି ଡାକ୍ତରଖାନାର ସ୍କ୍ରିନ୍‌ର ରଙ୍ଗ ମଧ୍ୟ ସବୁଜ କିମ୍ବା ନୀଳ ରଙ୍ଗ ହୋଇଥାଏ। ଏହା ବ୍ୟତୀତ ମାସ୍କ ମଧ୍ୟ ନୀଳ ରଙ୍ଗର।
ଏକ ରିପୋର୍ଟ ଅନୁଯାୟୀ, ଅପରେଶନ ସମୟରେ ସବୁଜ ରଙ୍ଗର କପଡ଼ା ପିନ୍ଧିବା ୧୯୯୮ ମସିହାରୁ ଆରମ୍ଭ ହୋଇଛି। କାରଣ ଏହା ଆଖିକୁ ଆରାମ ଦେଇଥାଏ। ଅନ୍ୟ କୌଣସି ରଙ୍ଗର କପଡ଼ା ପିନ୍ଧିଲେ ଆଖିରେ ଥକ୍କା ଅନୁଭବ ହୋଇଥାଏ। ସୂର୍ଯ୍ୟକିରଣ କିମ୍ବା ଅନ୍ୟ କୌଣସି ଚମକଦାର ଜିନିଷ ଦେଖିଲା ପରେ ଆମ ଆଖିକୁ କିଛି ସମୟ ଦେଖାଯାଏ ନାହିଁ। ସେହି ସମୟରେ ସବୁଜ ରଙ୍ଗ ଦେଖିବା ପାଇଁ ପରାମର୍ଶ ଦିଆଯାଇଥାଏ। କାରଣ ଏହି ରଙ୍ଗ ଆଖିକୁ ଆରାମ ଦେଇଥାଏ।


ଯଦି ବୈଜ୍ଞାନିକ ଦୃଷ୍ଟିକୋଣକୁ ଦେଖାଯାଏ ତେବେ, ଆମ ଆଖିର ଜୈବିକ ନିର୍ମାଣ ଏମିତି ହୋଇଛି ମୂଳତଃ ଏହା ଲାଲ୍‌, ସବୁଜ ଏବଂ ନୀଳ ରଙ୍ଗକୁ ସହଜରେ ଦେଖିପାରେ। ଏହି ରଙ୍ଗର ମିଶ୍ରଣରୁ ତିଆରି ଅନ୍ୟ ରଙ୍ଗଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରେ। କିନ୍ତୁ ଆଖି ପାଇଁ ସବୁଠୁ ଭଲ ସବୁଜ ଏବଂ ନୀଳ ରଙ୍ଗ। ତେଣୁ ଏହି କାରଣରୁ ହସ୍ପିଟାଲରେ ସବୁଜ ରଙ୍ଗର କପଡ଼ା ବ୍ୟବହାର କରାଯାଇଥାଏ।
ବିଶେଷକରି ଅପରେଶନ ସମୟରେ ଡାକ୍ତରମାନେ ସବୁଜ ରଙ୍ଗର କପଡ଼ା ପିନ୍ଧିଥାନ୍ତି। ଏହାର ବଡ଼ କାରଣ ହେଲା ରୋଗୀଙ୍କ ରକ୍ତ ବା ଅନ୍ୟ କିଛି ଅଙ୍ଗ ଦେଖିଲେ ଡାକ୍ତରମାନେ ମାନସିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି। ତେଣୁ ସବୁଜ ରଙ୍ଗ ଦେଖିଲେ ସେମାନଙ୍କର ମସ୍ତିଷ୍କ ଚିନ୍ତାମୁକ୍ତ ରହେ। କେବେକେବେ ନୀଳ ରଙ୍ଗର କପଡ଼ା ମଧ୍ୟ ପିନ୍ଧିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?