Posted inଫୁରସତ

ଗାଡି ପଛରେ କାହିଁକି ଦୌଡନ୍ତି କୁକୁର

ବାଇକ ଅବା କାର୍‌ ଯାଉଥିବା ସମୟରେ ଦେଖିଥିବେ ଗଳିର କିଛି କୁକୁର ସେଇ ଗାଡି ପଛେ ପଛେ ଭୁକି ଭୁକି ଗୋଡାଇଥାନ୍ତି। ଫଳରେ କୁକୁରଙ୍କ ଭୟରେ ଅନେକ ସମୟରେ ଗାଡି ଚାଳକ ସନ୍ତୁଳନ ହରାଇ ବସନ୍ତି ଓ ଦୁର୍ଘଟଣା ଘଟିଯାଏ। ତେବେ କୁକୁର ଏଭଳି କାହିଁକି କରନ୍ତି ଜାଣନ୍ତି କି?

ସାଧାରଣତଃ କୁକୁରକୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ। ଏମାନେ ମଣିଷ ସହ ବହୁତ ଭଲରେ ରୁହନ୍ତି। ହେଲେ ଗାଡିରେ ବସି ଯାଉଥିବା ବ୍ୟକ୍ତିଙ୍କର ଏମାନେ କାହିଁକି ଶତ୍ରୁ ପାଲଟି ଯାଆନ୍ତି କେବେ ଭାବିଛନ୍ତି? ଡଗ୍‌ ଏକ୍ସପର୍ଟଙ୍କ ମୁତାବକ କୁକୁରଙ୍କର ଶତ୍ରୁତା ମଣିଷ ସହ ନ ଥାଏ। ବରଂ ଗାଡିର ଟାୟରରେ ନିଜର ଗନ୍ଧ ଛାଡିଥିବା ଅନ୍ୟ କୁକୁର ସହ ଥାଏ। କୁକୁରଙ୍କ ଘ୍ରାଣଶକ୍ତି ତୀବ୍ର ହୋଇଥାଏ। ସେମାନେ ଅନ୍ୟ କୁକୁରର ଗନ୍ଧ ତୁରନ୍ତ ଜାଣି ଯାଆନ୍ତି। ବେଳେବେଳେ କିଛି କୁକୁର ଗାଡିର ଚକରେ ପରିସ୍ରା କରି ଦେଇଥାନ୍ତି। ଆଉ ସେଇ ଗାଡି ଯେବେ ଅନ୍ୟ କୌଣସି ସାହି, ଗଳିକୁ ଯାଏ, ସେଠାରେ ଥିବା କୁକୁର ଟାୟାରରେ ଥିବା ଅନ୍ୟ କୁକୁରର ଗନ୍ଧକୁ ବାରି ଦିଅନ୍ତି। ଆଉ ଭାବନ୍ତି ତାଙ୍କ ଏରିଆକୁ କୌଣସି ନୂଆ କୁକୁର ଆସି ଯାଇଛି। ତେଣୁ ସେଠାକାର କୁକୁର ମେଳି ହୋଇ ଗାଡି ପଛେ ପଛେ କାମୁଡି ଗୋଡାନ୍ତି। କାରଣ କୁକୁରଙ୍କୁ ନିଜ ଅଞ୍ଚଳରେ ଅନ୍ୟ କୁକୁରର ପ୍ରବେଶ ଆଦୌ ପସନ୍ଦ ନୁହେଁ। କୁକୁରମାନେ ଏତେ ଜୋର୍‌ରେ ରାଗି ଗାଡିକୁ ଆକ୍ରମଣ କରନ୍ତି ଯେ, ଅନେକ ସମୟରେ ଗାଡି ଚାଳକ ଡରିଯାଇ ଗାଡି ଜୋର୍‌ରେ ଚଲାନ୍ତି। ଆଉ ସନ୍ତୁଳନ ହରାଇ ବେଳେବେଳେ ଦୁର୍ଘଟଣା ଘଟିଯାଏ। ତେବେ ବିଶେଷଜ୍ଞଙ୍କ ମତରେ ଏଭଳି କ୍ଷେତ୍ରରେ ଡରିଯାଇ ତୀବ୍ର ଗତିରେ ଗାଡି ନ ଚଳାଇ ବରଂ କିଛି ସମୟ ସ୍ଥିର ରହିଯିବା ଭଲ। ଯେମିତିକି କୁକୁରମାନେ ଜାଣିପାରିବେ ଯେ ତାଙ୍କ ଅଞ୍ଚଳକୁ ଅନ୍ୟ କୌଣସି କୁକୁର ପ୍ରବେଶ କରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri