ପ୍ରେମିକାଙ୍କ ବାହାଘରକୁ କାହିଁକି ଯାଇ ନ ଥିଲେ ଶାହିଦ କପୁର

ବଲିଉଡ ଅଭିନେତା ଶାହିଦ କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କରୀନା କପୁର ହେଉ କିମ୍ବା ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ, ଶାହିଦ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଲୋଚନାର ଶିକାର ହୁଅନ୍ତି। ଦିନ ଥିଲା ଅଭିନେତ୍ରୀ କରୀନା କପୁର ଏବଂ ଶାହିଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଶିଖରରେ ଥିଲା। ଏପରିକି ଉଭୟ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। କିନ୍ତୁ କ’ଣ ହେଲା କେଜାଣି ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଗଲା। ଏହା ପରେ ଶାହିଦଙ୍କ ଜୀବନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆସିଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠିଲା ନାହିଁ। ଏହାପରେ ଶାହିଦ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ପୂର୍ବତନ ପ୍ରେମିକା ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ରିସେପ୍ସନରେ ଶାହିଦ ତାଙ୍କ ସ୍ତ୍ରୀ ମୀରାଙ୍କ ସହ ତାଙ୍କ ପହଞ୍ଚିଥିଲେ। କିନ୍ତୁ ଶାହିଦ କରୀନାଙ୍କ ବିବାହଯୋଗ ଦେଇ ନ ଥିଲେ। ଏହାର କାରଣ ବିଷୟରେ ମଧ୍ୟ ସେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ।
ବ୍ରେକଅପ ପରେ ଶାହିଦ ଏବଂ କରୀନା ୨୦୧୬ରେ ‘ଉଡତା ପଞ୍ଜାବ’ରେ କାମ କରିଥିଲେ, କିନ୍ତୁ ଏକାଠି ପରଦାରେ ନଜର ଆସି ନ ଥିଲେ। ୨୦୧୯ ମସିହାରେ ଏକ ସାକ୍ଷାତକାରରେ ଶାହିଦଙ୍କୁ ପଚରାଯାଇଥିଲା ଯେ, ପ୍ରିୟଙ୍କା ଏବଂ ନିକଙ୍କ ରିସେପ୍ସନରେ ଯୋଗ ଦେଇଥିଲେ କିନ୍ତୁ ତାଙ୍କୁ ସୈଫ ଅଲି ଖାନ ଏବଂ କରୀନାଙ୍କ ରିସେପ୍ସନକୁ ନିମନ୍ତ୍ରଣ କରାଯାଇଥିଲା କି? ଏହା ଉପରେ ଶାହିଦ କହିଥିଲେ ଯେ ମୋର ମନେ ନାହିଁ, ଏହା ବହୁତ ଦିନ ହେଲାଣି। ମୁଁ ଭାବୁନାହିଁ ଯେ ମୋତେ ଡକାଯାଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ କରଣ ଜୋହରଙ୍କ ଚାଟ ଶୋ’ରେ ଶାହିଦଙ୍କୁ ପଚରାଯାଇଥିଲା ଯେ ସେ ପ୍ରିୟଙ୍କା କିମ୍ବା କରୀନାଙ୍କ କୌଣସି ସ୍ମୃତି ଲିଭାଇବାକୁ ଚାହୁଁଛନ୍ତି କି, ସେ କହିଥିଲେ ଯେ କରୀନାଙ୍କ ସହ ମୋର ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ପ୍ରିୟଙ୍କାଙ୍କ ସହ କିଛି ଦିନ ରହିଥିଲା। ମୁଁ ଅନୁଭବ କରୁଛି ଯେ, ମୁଁ ଏହି ସମସ୍ତ ଅନୁଭୂତି ହେତୁ ଆଜି ଏଠି ଅଛି। ସେଥିପାଇଁ ମୁଁ କୌଣସି ସ୍ମୃତି ଲିଭାଇବାକୁ ଚାହେଁ ନାହିଁ, କାରଣ ମୁଁ ଏଥିରୁ ବହୁତ କିଛି ଶିଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri