Posted inଜାତୀୟ

ଗଣବଳାତ୍କାରୀଙ୍କୁ କାହିଁକି ମୁକ୍ତ କଲ

ନୂଆଦିଲ୍ଲୀ,୧୯।୪: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ରାଜ୍ୟ ସରକାର ଜେଲରୁ ମୁକ୍ତ କରିଥିଲେ। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ମାଫ ନୀତି) ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଇଥିବା ସେତେବେଳେ ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ବିଲ୍‌କିସ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ତାଙ୍କ ପିଟିଶନର ଶୁଣାଣି କରି ୧୧ ଦୋଷୀଙ୍କୁ କାହିଁକି ଛଡ଼ାଗଲା ବୋଲି ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଦଣ୍ଡାଦେଶ ଭୋଗୁଥିବା ସମୟରେ ଦୋଷୀମାନଙ୍କ ଅପରାଧର ଗମ୍ଭୀରତାକୁ ରାଜ୍ୟ ସରକାର ଠିକ୍‌ ଭାବେ ବିଚାରକୁ ନେବା ଉଚିତ ଥିଲା ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ ଏବଂ ବି.ଭି ନାଗରନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଅଁା ଲଗାଇଦେଇଥିଲେ। ଫଳରେ ଉକ୍ତ ଟ୍ରେନ୍‌ରେ ଅଯୋଧ୍ୟାରୁ ଫେରୁଥିବା କାରସେବକଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲ୍‌ଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ଦାହୋଦ ଜିଲା ରନ୍ଧିକାପୁର ନିକଟରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ଏଥିରେ ୪ ମହିଳା ଓ ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଲ୍‌କିସ୍‌ଙ୍କ ୨ ବର୍ଷୀୟା ଝିଅ ସଲେହା ମଧ୍ୟ ଥିଲେ। ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ଙ୍କୁ ଗଣବଳାତ୍କାର କରି ମୃତ୍ୟୁ ମୁଖକୁ ଠେଲିଦେଇଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଥିଲେ ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ ପାଇଁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ, ଯାହାକି ଅଦ୍ୟାବଧି ଜାରି ରହିଛି। ଗଣବଳାତ୍କାରୀଙ୍କୁ ଜେଲରୁ ଛାଡ଼ିଦିଆଯିବା ନିଷ୍ପତ୍ତି ବିରୋଧରେ ବିଲ୍‌କିସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାର୍ଚ୍ଚ ୨୭ରେ ଶୀର୍ଷ ଅଦାଲତ ଗୋଧ୍ରା ଦଙ୍ଗାକୁ ଏକ ଭୟଙ୍କର କାଣ୍ଡ ବୋଲି ଅଭିହିତ କରିବା ସହ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ରେମିଶନ ପ୍ରଦାନ ସମ୍ପର୍କିତ ମୂଳ ଫାଇଗୁଡ଼ିକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାମଲାଗୁଡ଼ିକର ଦୋଷୀମାନଙ୍କୁ ମୁକ୍ତ କରିବା ସମୟରେ ସମାନ ବିଷୟକୁ ବିଚାରକୁ ନିଆଯାଇଥିଲା କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ମଙ୍ଗଳବାର କେନ୍ଦ୍ର ଓ ଗୁଜରାଟ ସରକାର ଉକ୍ତ ରାୟର ସମୀକ୍ଷା ପାଇଁ ଆବେଦନ କରିପାରନ୍ତି ବୋଲି ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଜଣେ ଗର୍ଭବତୀ ମହିଳାଙ୍କୁ ଗଣବଳାତ୍କାର ସହ ଅନେକ ଲୋକଙ୍କୁ ହତ୍ୟା କରାଗଲା। ପୀଡ଼ିତାଙ୍କ ମାମଲାକୁ ସରକାର ମାମୁଲି ୩୦୨ (ହତ୍ୟା) ମାମଲା ସହ ତୁଳନା କରିପାରିବେ ନାହିଁ। ଗଣହତ୍ୟାକୁ ଗୋଟିଏ ହତ୍ୟା ଭାବେ ଅଭିହିତ କରିବା ସେଓକୁ କମଳା ସହ ତୁଳନା ସଦୃଶ। ଅପରାଧ ସାଧାରଣତଃ ସମାଜ ଓ ସମ୍ପ୍ରଦାୟ ବିରୋଧରେ ଘଟାଯାଇଥାଏ। ଅସମାନତା କେବେହେଲେ ସମାନତା ସହ ତୁଳନୀୟ ନୁହେଁ। ପ୍ରଶ୍ନ ହେଉଛି, ରେମିସନ୍‌ ପ୍ରଦାନ ବେଳେ ସରକାର ନିଜ ବୁଦ୍ଧି ପ୍ରୟୋଗ କରିଛନ୍ତି କି ଏବଂ କେଉଁ ଆଧାରରେ ଦୋଷୀମାନଙ୍କୁ ଛାଡ଼ିଦିଆଯାଇଛି। ଆଜି ବିଲ୍‌କିସ୍‌, କାଲି ଆଉ କେହି ଏପରି ବର୍ବରତାର ଶିକାର ହୋଇପାରନ୍ତି। ତେଣୁ ସରକାର ରେମିଶନ୍‌ ପ୍ରଦାନର କାରଣ ଦର୍ଶାଇ ନ ପାରିଲେ ଆମେ ନିଜ ହିସାବରେ ନିଷ୍କର୍ଷରେ ପହଞ୍ଚତ୍ବୁ ବୋଲି ଖଣ୍ଡପୀଠ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଏଥିସହ ବିଲ୍‌କିସ୍‌ଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨ରେ କରିବାକୁ ଧାର୍ଯ୍ୟ କରିଛନ୍ତି। ନୋଟିସ ପାଇଥିବା ସମସ୍ତ ଦୋଷୀଙ୍କୁ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଭ୍ୟୁ ପିଟିଶନ ଦାଖଲ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri