ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ

ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ ଲକ୍ଷ ଲୋକ ଘରୁ ବାହାରୁ ନାହାନ୍ତି। ସୋମବାର ଆମେରିକୀୟ ଦୂତାବାସର ସୁରକ୍ଷା ଗାଡ଼ି ଓ ୟୁରୋପୀୟ ସଂଘ (ଇୟୁ) ପ୍ରତିନିଧିଙ୍କ ଘରକୁ ଟାର୍ଗେଟ କରାଯାଇଥିଲା। ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାଲିଥିବା ଏହି ସଂଘର୍ଷରେ କେତେଜଣ ଭାରତୀୟଙ୍କ ସମେତ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ୨୪ ଘଣ୍ଟିଆ ଅସ୍ତ୍ରବିରତି କରିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ସୁଦାନ ଶସ୍ତ୍ର ବଳ (ଏସ୍‌ଏଏଫ୍‌) ବିଦ୍ରୋହୀ ରାପିଡ୍‌ ସପୋର୍ଟ ଫୋର୍ସେସ୍‌ (ଆର୍‌ଏସ୍‌ଏଫ୍‌) ଏହି ଦିନିକିଆ ମାନବୀୟ ସନ୍ଧିକୁ ସ୍ବାଗତ କରିଛନ୍ତି। ଏହାସତ୍ତ୍ୱେ ସେନା ମୁଖ୍ୟାଳୟ ଓ ଏୟାରପୋର୍ଟ ସମେତ କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଖାର୍ତୁମ୍‌ରୁ ୨୧୫ କି.ମି. ଉତ୍ତର ପଶ୍ଚିମରେ ଥିବା ମେରେଓ୍ବେର ଏକ ରଣନୈତିକ ଏୟାରବେସ୍‌ରେ ମଧ୍ୟ ସଂଘର୍ଷ ଚାଲିଛି।
ତଥ୍ୟାନୁସାରେ ଶନିବାର ସଂଘର୍ଷ ଆରମ୍ଭ ହେବା ପରଠୁ ଅଦ୍ୟାବଧି ୨୦୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ୧,୮୦୦ରୁ ଅଧିକ ଆହତ ହେଲେଣି। ଅନ୍ୟପକ୍ଷେ ମୃତକଙ୍କ ମଧ୍ୟରୁ ୧୪୪ ନାଗରିକ ଥିବାବେଳେ ୧,୪୦୦ ଆହତ ହୋଇଥିବା ସୁଦାନ ଡକ୍ଟର୍ସ ସିଣ୍ଡିକେଟ୍‌ ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଜନବସତିରେ ଉଭୟ ପକ୍ଷର ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ରର ବ୍ୟବହାର ଦେଶରେ ଅସ୍ବାଭାବିକ ସ୍ଥିତି ଉପୁଜାଇବା ସହ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଆମେରିକୀୟ କୂଟନୀତିଜ୍ଞ ବ୍ଲିଙ୍କେନ୍‌ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସଶସ୍ତ୍ର ବଳ ମୁଖ୍ୟ ଜେନେରାଲ ବୁର୍‌ହାନ୍‌ ଏବଂ ଆର୍‌ଏସ୍‌ଏଫ୍‌ ନେତା ଜେନେରାଲ ମହମ୍ମଦ ହମ୍‌ଦାନ୍‌ ଦାଗାଲୋଙ୍କ ସହ ଆଲୋଚନା କରି ଶାନ୍ତି ବୁଝାମଣାର ପ୍ରସ୍ତାବ ଦେଇଛନ୍ତି। କୌଣସି ଆମେରିକୀୟ ଡିପ୍ଲୋମାଟ୍‌ଙ୍କ ଉପରେ ଆକ୍ରମଣ କିମ୍ବା ସେମାନଙ୍କ ପ୍ରତି ବିପଦ ସୃଷ୍ଟି ଆଦୌ ଗ୍ରହଣୀୟ ନୁହେଁ ବୋଲି ୭ ଧନୀ ରାଷ୍ଟ୍ରଙ୍କୁ ନେଇ ଗଠିତ ଜି-୭ର ଜାପାନ ସମ୍ମିଳନୀରେ ବ୍ଲିଙ୍କେନ୍‌ ଚେତାବନୀ ଦେଇଛନ୍ତି। ସେଠାରେ ଫସିରହିଥିବା ବିଦେଶୀ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ୨୪ ଘଣ୍ଟିଆ ଅସ୍ତ୍ରବିରତି ପ୍ରସ୍ତାବ ମଧ୍ୟ ଦେଇଛନ୍ତି, ଯାହାକୁ ଉଭୟ ପକ୍ଷ ଗ୍ରହଣ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri