କାହିଁକି ଏନ୍‌ଏସି ଘୋଷଣା କରିଥିଲେ ନବୀନ ସରକାର, ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୯(ଅନିଲ ଦାସ): ନୂତନ ଏନ୍‌ଏସି ଗଠନକୁ ନେଇ ବିଧାନସଭାରେ ଦାବି ଜୋର୍‌ ଉଠିଛି। ଗତ ସରକାର ସମୟରେ ୫୭ଟି ଏନଏସି ପ୍ରସ୍ତାବ ଆସିଥିବା କୁହାଯାଉଥିବା ବେଳେ ଭାଜପା ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଙ୍ଗଳବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି।
ସରକାରୀ ପ୍ରସ୍ତାବରେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ନାହିଁ। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନ୍‌ଏସି ଘୋଷଣା କରିଥିଲେ। କିନ୍ତୁ ଏ ନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ବିଧାନସଭା ପ୍ରଶ୍ନକାଳରେ ବିଜେଡି ସଭ୍ୟ ପ୍ରତାପ ଦେବଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଗତ ସରକାର ସମୟରେ ୫୭ଟି ନୂତନ ଏନ୍‌ଏସି ପାଇଁ ପ୍ରସ୍ତାବ ଆସିଥିଲା। ସେହି ପ୍ରସ୍ତାବଗଡ଼ିକ ଜିଲାପାଳଙ୍କଠାରୁ ଆସିଥିଲା କି। ଯଦି ଆସିଥିଲା ତେବେ ଏହାର ସ୍ଥିତି କ’ଣ ଅଛି। ସେଥିରୁ ସରକାର କେତୋଟିକୁ ଏନ୍‌ଏସି କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏନେଇ ଜିଲାପାଳଙ୍କଠାରୁ କୌଣସି ସରକାରୀ ପ୍ରସ୍ତାବ ଆସିନାହିଁ। ଜିଲାପାଳମାନଙ୍କୁ କେବଳ ଚିଠି ହୋଇଥିଲା। ଜିଲାପାଳଙ୍କ ପାଖରୁ ଉତ୍ତର ମିଳିନାହିଁ। ଜିଲାପାଳଙ୍କ ପାଖରୁ ନୂଆ ଏନ୍‌ଏସି ନେଇ ଯଦି କୌଣସି ପ୍ରସ୍ତାବ ଆସିବ ସରକାର ତାହା ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ବିଜେଡି ସଭ୍ୟ ସଞ୍ଜୀବ ମଲ୍ଲିକ ପ୍ରଶ୍ନ ନମ୍ବର ୬୬୨ରେ ଭଦ୍ରକ ଜିଲା ବନ୍ତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ସରକାରଙ୍କ ପ୍ରସ୍ତାବ ଅଛି କିନାହିଁ ବୋଲି ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ ଉତ୍ତରରେ କହିଥିଲେ, ଭଦ୍ରକ ଜିଲାର ବନ୍ତଠାରେ ଏନ୍‌ଏସି ଗଠନ ସଂକ୍ରାନ୍ତ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇଛି। ଏ ସଂକ୍ରାନ୍ତ ବିଧିବଦ୍ଧ ପ୍ରସ୍ତାବ ଆସିବା ପରେ ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ ୧୯୫୦ ଓ ନିର୍ଦ୍ଦେଶାବଳୀର ବ୍ୟବସ୍ଥା ତଥା ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ଅନୁସାରେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ସରକାର କେବେ ଦେବେ। ଏହାକୁ ଏନ୍‌ଏସି କରାଯିବ କି ନାହିଁ ବୋଲି ପଚାରିଥିଲେ। ଭାଜପା ସଭ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା ଚିକିଟି, କଂଗ୍ରେସ ସଭ୍ୟ ପବିତ୍ର ସାଉଁଟା ଲକ୍ଷ୍ମୀପୁରକୁ ଏନ୍‌ଏସି କରିବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ବିଧିବ୍ୟବସ୍ଥା ଭିତରେ ଯଦି ଆସୁଥିବ ତେବେ ସେଗୁଡ଼ିକୁ ଏନ୍‌ଏସି କରିବାରେ ସରକାରଙ୍କର ଆପତ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?