କାହିଁକି ହେଲାନି ଭାରତ-ପାକିସ୍ତାନ ଯୁଦ୍ଧ! ଜଣାପଡିଲା ବଡ଼ କାରଣ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ଏହି ସମୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଟ୍ବିଟ କରି ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଜଣା ପଡିଛି।

ଏହାପରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ଉଭୟ ସହମତି ହୋଇଛୁ। ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି ହୋଇଛି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି। ଆସନ୍ତା ୧୨ ତାରିଖ ୧୨ଟାରେ DGMO ସ୍ତରୀୟ ପୁଣି ଆଲୋଚନା ହେବ।

ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରିଛନ୍ତି, ‘ଆମେରିକାର ମଧ୍ୟସ୍ଥତାରେ ଦୀର୍ଘ ରାତିର ଆଲୋଚନା ପରେ, ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଏବଂ ପାକିସ୍ତାନ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଏହି ସମୟରେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଟ୍ବିଟ କରି ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଜଣା ପଡିଛି।

ଗୁଳିବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉପରେ ସହମତି ରହିଛି। ବୈଦେଶିକ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଡିଜିଏମଓ ଏବଂ ପାକିସ୍ତାନ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ପକ୍ଷ ଯୁଦ୍ଧବିରତି ଉପରେ ସହମତ ହୋଇଛନ୍ତି। ବିକ୍ରମ ମିଶ୍ର କହିଛନ୍ତି ଯେ ଶନିବାର ସଂଧ୍ୟା ୫ଟାରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି।

ଭାରତ- ପାକିସ୍ତାନ ଅସ୍ତ୍ରବିରତି ପରେ ଭାରତର କୂଟନୈତିକ ବିଜୟ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ଭାରତ ଏହି ଅସ୍ତ୍ର ବିରତିରେ ନିଜର ଅନେକ ସର୍ତ୍ତ ରଖିଛି । ଫଳରେ ପାକିସ୍ତାନ ହାତରେ ନ ହେଲେ ବି ଭାତରେ ପରାଜୟର ସାମ୍ନା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ରାଜନୀତିରେ ବଡ଼ ହଲଚଲ: ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ TMCର ବିଦ୍ରୋହୀ, କହିଲେ- ଆପଣ ଲଢ଼ିଲେ ଆମେ…

କୋଲକାତା,୧୦।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ନ୍ତୁ ବୋଲି…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri