Posted inଫୁରସତ

ଏତେ ତାରିଖ ଥାଇ ଜାନୁୟାରୀ ୧ରେ କାହିଁକି ପାଳନ କରାଯାଏ ନୂଆବର୍ଷ, ଜାଣନ୍ତୁ…

ଇଂରାଜୀ ନୂଆବର୍ଷ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି କିନ୍ତୁ କରୋନା ମହାମାରୀ ଲୋକଙ୍କ ଉତ୍ସବରେ ଏକପ୍ରକାର ବାଧା ସୃଷ୍ଟି କରିଛି। ତଥାପି ଲୋକମାନେ ନୂତନ ବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ। ୧ ଜାନୁୟାରୀ ୨୦୨୨କୁ ଅପେକ୍ଷା କରିଛନ୍ତି। ଅନେକ ଲୋକ ପୁରୁଣା ସ୍ମୃତି ଛାଡ଼ି ନୂତନ ବର୍ଷରେ ଏକ ନୂତନ ଆରମ୍ଭ କରିବାକୁ ଚାହାନ୍ତି। ବର୍ଷକ ୧୨ ମାସ। ଏହା ମଧ୍ୟରେ ଅନେକ ତାରିଖ ରହିଛି କିନ୍ତୁ ଜାନୁୟାରୀ ୧ରେ ଇଂରାଜୀ ନୂଆବର୍ଷ କାହିଁକି ପାଳନ କରାଯାଏ ଜାଣନ୍ତୁ ସେ ସମ୍ପର୍କରେ…

ପ୍ରକୃତରେ ପ୍ରଥମେ ନୂଆବର୍ଷ ଜାନୁୟାରୀ ୧ରେ ପାଳନ କରାଯାଇ ନ ଥିଲା। ୧୫ ଅକ୍ଟୋବର ୧୫୮୨ରେ ନୂଆବର୍ଷ ପାଳନ କରାଯାଇଥିଲା। ଏହାପୂର୍ବରୁ, ଲୋକମାନେ ୨୫ ମାର୍ଚ୍ଚରେ ଏବଂ ବେଳେବେଳେ ୨୫ ଡିସେମ୍ବରରେ ନୂଆବର୍ଷ ପାଳନ କରୁଥିଲେ।

ରୋମର ରାଜା ନୁମା ପମ୍ପିଲସ ରୋମାନ କ୍ୟାଲେଣ୍ଡରକୁ ବଦଳାଇଲେ, ଯାହା ପରେ ଜାନୁୟାରୀକୁ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଗଲା। ଏହା ପୂର୍ବରୁ ମାର୍ଚ୍ଚକୁ ବର୍ଷର ପ୍ରଥମ ମାସ କୁହାଯାଉଥିଲା। ମାର୍ଚ୍ଚ ଅନୁଯାୟୀ ମଙ୍ଗଳ ଗ୍ରହର ନାମକରଣ ବି କରାଯାଇଛି। ରୋମର ଲୋକମାନେ ମଙ୍ଗଳ ଗ୍ରହକୁ ଯୁଦ୍ଧର ଦେବତା ଭାବରେ ବିବେଚନା କରନ୍ତି। ସୃଷ୍ଟି ହୋଇଥିବା ପ୍ରଥମ କ୍ୟାଲେଣ୍ଡରର ମାତ୍ର ୧୦ ମାସ ଥିଲା। ଏହି ପରିପ୍ରେକ୍ଷୀରେ ଗୋଟିଏ ବର୍ଷରେ ୩୧୦ ଦିନ ଥିଲା ଏବଂ ୮ ଦିନକୁ ଏକ ସପ୍ତାହ ଭାବରେ ବିବେଚନା କରାଯାଉଥିଲା।

କୁହାଯାଏ, ରୋମାନ ଶାସକ ଜୁଲିୟସ ସିଜର କ୍ୟାଲେଣ୍ଡର ବଦଳାଇଲେ। ଜାନୁୟାରୀ ୧ରେ ସିଜର ହିଁ ନୂତନ ବର୍ଷ ଆରମ୍ଭ କରିଥିଲେ। ଜୁଲିୟସ କ୍ୟାଲେଣ୍ଡର ବଦଳାଇବା ପରେ ବର୍ଷକୁ ୧୨ ମାସ ବଢ଼ା ଯାଇଥିଲା। ଜୁଲିୟସ ସିଜର ଜ୍ୟୋତିର୍ବିଜ୍ଞାନୀଙ୍କ ସହ ସାକ୍ଷାତ କରିଥିଲେ, ଏହା ପରେ ଜଣାପଡ଼ିଥିଲା ଯେ, ପୃଥିବୀ ୩୬୫ ଦିନ ଏବଂ ୬ ଘଣ୍ଟା ମଧ୍ୟରେ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛି। ଏହାକୁ ଦୃଷ୍ଟିରେ ରଖି ଜୁଲିୟସ କ୍ୟାଲେଣ୍ଡରରେ ବର୍ଷକୁ ୩୬୫ ଦିନ କରିଥିଲେ।

ପ୍ରୋପ ଗ୍ରେଗୋରୀ ୧୫୮୨ ମସିହାରେ ଲ୍ୟାପ ବର୍ଷ ବିଷୟରେ ଜୁଲିୟସ କ୍ୟାଲେଣ୍ଡରରେ ଏକ ଭୁଲ୍‌ ଆବିଷ୍କାର କରିଥିଲେ। ସେହି ସମୟର ପ୍ରସିଦ୍ଧ ଧର୍ମଗୁରୁ ସେଣ୍ଟ୍‌ ଓ୍ବିଡ୍‌ କହିଥିଲେ, ଗୋଟିଏ ବର୍ଷରେ ୩୬୫ ଦିନ,୫ଘଣ୍ଟା ୪୬ ସେକେଣ୍ଡ ଅଛି। ଏହା ପରେ ରୋମାନ କ୍ୟାଲେଣ୍ଡର ପରିବର୍ତ୍ତନ କରାଯାଇଥିଲା ଏବଂ ଏକ ନୂତନ କ୍ୟାଲେଣ୍ଡର ସୃଷ୍ଟି ହେଲା। ସେହି ଦିନଠାରୁ ଜାନୁୟାରୀ ୧ରେ ଇଂରାଜୀ ନୂତନ ବର୍ଷ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri