Posted inଫୁରସତ

ରାଜନୀତିରେ ମୁଁ କାହିଁକି…

କଥାରେ ଅଛି ଚିହ୍ନା ବ୍ରାହ୍ମଣଙ୍କର ପଇତା ଲୋଡ଼ା ନାହିଁ। ଠିକ୍‌ ସେମିତି ପୁରୁଖା ରାଜନେତାଙ୍କ ପୁନର୍ବାର ପରିଚୟ ଦେବାର ଆବଶ୍ୟକତା ନାହିଁ। କାରଣ, ଆମେ ଭାବୁ ଚଳିତ ରାଜନୀତିରେ ଯାହାଙ୍କ ମୂଳଦୁଆ ଯେତେ ପୁରୁଣା ତାଙ୍କ ଶାସନ ଓ କାର୍ଯ୍ୟ ସେତେ ମଜଭୁତ। ହେଲେ ଧୀରେ ଧୀରେ ଏ ଧାରାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଆଉ ରାଜନୀତିରେ ଯୁବପିଢ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମନରେ ଉତ୍ସାହ ଆଉ ସମାଜରେ କିଛି ପରିବର୍ତ୍ତନର ସ୍ପୃହା ନେଇ ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ କରି ରାଜନୀତି ମଇଦାନରେ ପାଦଥାପିବାକୁ ଯାଉଥିବା କେତେଜଣ ଯୁବପିଢ଼ିଙ୍କୁ ନେଇ ବିଶେଷ ଉପସ୍ଥାପନା…

ସରକାରୀ ସୁବିଧା ଲୋକଙ୍କ ନିକଟରେ ପହଞ୍ଚୁ
ଜୟନ୍ତ ପ୍ରଧାନ (ଯୁଯୁମୁରା, ସମ୍ବଲପୁର)- ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ନିଜ ଦରମା ଏବଂ କାମକୁ ନେଇ ବେଶ୍‌ ଖୁସିଥିଲି। ହେଲେ କୋଭିଡ୍‌ ସମୟରେ ଯେବେ ଓ୍ବାର୍କ ଫ୍ରମ୍‌ ହୋମ୍‌ରେ ରହିଲି ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କ ସହାୟତା ପାଇଁ ହାତ ବଢ଼ାଇଲି, ସମାଜର ବାସ୍ତବ ଚିତ୍ର ମୋତେ ବ୍ୟତିବ୍ୟସ୍ତ କରିଥିଲା। ସରକାରୀ ସହାୟତା ଲୋକଙ୍କ ନିକଟରେ ଠିକ୍‌ ଭାବେ ନ ପହଞ୍ଚତ୍ପାରିବା, ସେମାନେ ଅନେକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଥିବାର ଦୃଶ୍ୟ ଦେଖି ଏ ସମସ୍ୟାର ସମାଧାନ କରିବାକୁ ମନ ବଳିଲା। କାରଣ, ନିଜର ଉନ୍ନତି କରିବା ସହଜ ହୋଇଥାଏ ହେଲେ ସାମାଜିକ ଉନ୍ନତି ପାଇଁ ଜନସାଧାରଣଙ୍କ ଉନ୍ନତି ହେବା ଦରକାର। ଏଥିପାଇଁ ରାଜନୀତି କ୍ଷେତ୍ରରେ ପାଦଥାପି ଜଣେ ୟୁଥ୍‌ ଲିଡର ଭାବେ ସଭିଙ୍କ ଅସୁବିଧା ସମୟରେ ଠିଆ ହେବା ଆଉ ଏହାର ସମାଧାନ କରିବାଠୁ ଭଲ ବାଟ ଆଉ କିଛି ନୁହେଁ ବୋଲି ମୋର ମନେ ହେଲା। ତେଣୁ ଚାକିରି ଛାଡ଼ି ପଞ୍ଚାୟତ ଇଲେକ୍ସନ୍‌ରେ ନାମାଙ୍କନ ଦାଖଲ କରିଛି। ସରପଞ୍ଚ ହେବାକୁ ଇଚ୍ଛାଥିଲେ ହେଁ ଏଥର ଆମ ଯୁଯୁମୁରା ପଞ୍ଚାୟତରେ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି। ଯଦି ଏଥିରେ ଜିତେ, ତେବେ ଯଥାସମ୍ଭବ ଲୋକଙ୍କ ସ୍ବାର୍ଥକୁ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିବି।

ସମସ୍ତଙ୍କୁ ମିଳୁ ସ୍ବାସ୍ଥ୍ୟ ସୁବିଧା
ଲିପିକା ମାଝି (ପାପଡ଼ାହାଣ୍ଡି, ନବରଙ୍ଗପୁର)- ପେସାରେ ଜଣେ ଡାକ୍ତର ହେବାକୁ ପିଲାବେଳୁ ଇଚ୍ଛା ଥିଲା। ସେଥିପାଇଁ ଦନ୍ତ ଚିକିତ୍ସା (ବିଡିଏସ୍‌)ରେ ୨୦୧୯ରେ ପଢ଼ା ସାରି ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକ୍‌ରେ ରୋଗୀ ସେବା କରୁଛି। ହେଲେ ଏହା ମାତ୍ର ଅଳ୍ପରେ ସୀମିତ ରହିଯାଉଛି ଏବଂ ଆବଶ୍ୟକ ସମୟରେ ଅନେକ ଲୋକ ଏଭଳି ସେବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇ ଦେବା ଲକ୍ଷ୍ୟରେ ରାଜନୀତିରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଛି। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ପାପଡ଼ାହାଣ୍ଡି ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌ ୨ ପାଇଁ କଂଗ୍ରେସରୁ ନାମାଙ୍କନ ଦାଖଲ କରିଛି। ତେବେ ମୋ ବାପା ଭୁଜବଳ ମାଝି ନବରଙ୍ଗପୁର ଜିଲା ଡାବୁଗଁା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଥିଲେ। ତାଙ୍କୁ ଦେଖି ପିଲାଦିନୁ ରାଜନୀତିକୁ ଆସବାକୁ ଅଭିଳାଷ ରହିଛି। ତେଣୁ ଏଥର ଜିତିଲେ ନିଃସ୍ବାର୍ଥପର ଭାବେ ରାଜନୀତି ସହ ରୋଗୀ ସେବା ଜାରି ରଖିବି ଏବଂ ଅଞ୍ଚଳର ବିକାଶ ସହ ସ୍ବାସ୍ଥ୍ୟସେବାକୁ ଅଗ୍ରାଧିକାର ଦେବି।

ଜନସାଧାରଣଙ୍କ ପାଇଁ ସ୍ବରୋତ୍ତୋଳନ କରିବି
ଅମୂଲ୍ୟ କୁମାର ସାହୁ (ପାରାପିଢ଼ି, ନୟାଗଡ଼)- ଯୁବ ସମାଜକୁ ପ୍ରତ୍ୟେକ କ୍ଷେତ୍ରରେ ସଭିଙ୍କ ଉପକାର ପାଇଁ ଆଗେଇ ଆସିବା ଦରକାର ବୋଲି ମୋର ବିଶ୍ୱାସ। ଆଉ ଏଥିପାଇଁ ନିଜେ ସର୍ବଦା ଚେଷ୍ଟା କରି ଆସିଛି। ବର୍ତ୍ତମାନ ନୟାଗଡ଼ ବିଜୁ ଛାତ୍ର ଜନତା ଦଳର ଜିଲା ଉପସଭାପତି ଭାବେ କାର୍ଯ୍ୟ କରୁଛି। ୨୦୧୭ ମସିହାରେ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ପ୍ରାର୍ଥୀ ଭାବେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ସାଇନ୍‌ ଏ ଡାଏ ହେବା କାରଣରୁ ଏଥିରୁ ବଞ୍ଚତ୍ତ ହୋଇଥିଲି। ପିଲାଟି ଦିନରୁ ଲୋକଙ୍କ ସେବା କରିବାକୁ ମୋର ଆଗ୍ରହ। ତେଣୁ ଜଣେ ଯୁବ ଦଳର ମୁଖ୍ୟ ଭାବେ ସମାଜସେବା କରିବାକୁ ଆଗେଇ ଆସିଛି ଆଉ ନୟାଗଡ଼ ଜିଲା ନୂଆଗଁା ବ୍ଳକ ପାରାଢିପି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛି। ଯୁକ୍ତ ୩ ପାସ୍‌ କରିବା ପରେ ବର୍ତ୍ତମାନ ଲ’ ପଢୁଛି। ଯଦିଓ ମୋ ପାଇଁ ଜୟ ପରାଜୟ ସେପରି କିଛିନାହିଁ, ତଥାପି ଏକ ପଦବୀରେ ରହିଲେ ଏହାର ଗୁରୁତ୍ୱ ସାଧାରଣ ମଣିଷଠାରୁ ଅଧିକ ଥିବାରୁ ନାମାଙ୍କନ କରିଛି। ଜିତେ ଅବା ହାରେ ସର୍ବଦା ଜନସାଧାରଣଙ୍କ ସୁବିଧା ପାଇଁ ସ୍ବର ଉତ୍ତୋଳନ କରିବି।

ରାଜନୀତି ନୁହେଁ, ସମାଜସେବା ଲକ୍ଷ୍ୟ
ଅଜୟ କୁମାର ପ୍ରଧାନ (ବୀରହରେକୃଷ୍ଣ ପୁର, ପୁରୀ)- ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ବିଭିନ୍ନ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମରେ ଆଗଧାଡ଼ିର କର୍ମୀ ଭାବେ ନିଜ ଦାୟିତ୍ୱ ତୁଲାଇ ଆସିଛି। ଏହାବ୍ୟତୀତ ରକ୍ତଦାନ କରିବାଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ କରିବା, ଜନସାଧାରଣଙ୍କ ଅସୁବିଧା ସମୟରେ ସହାୟତାର ହାତ ବଢ଼ାଇବାରେ କେବେ ପଛଘୁଞ୍ଚା ଦେଇନି। ରାସ୍ତାରେ ବୁଲୁଥିବା ଅସହାୟ ଲୋକଙ୍କୁ ହେଉ ଅବା ଦୁର୍ଘଟଣା ସମୟରେ ପିଡ଼ିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇଥାଏ। ପରିଚୟ ନ ଥିବା ଶବଗୁଡ଼ିକର ସ୍ବର୍ଗଦ୍ୱାରକୁ ନେଇ ସତ୍କାର କରିଥାଏ। ଏସବୁ କାର୍ଯ୍ୟଲାଗି ପୁରୀ ଅଞ୍ଚଳରେ ଜଣେ ସମାଜସେବୀ ଭାବେ ଅନେକଙ୍କ ନିକଟରେ ପରିଚିତ ହୋଇପାରିଛି। ଆଜି ସେମାନଙ୍କ ପ୍ରେରଣା ଆଉ ପରାମର୍ଶରେ ହିଁ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛି। ଯଦିଓ ସଭିଏଁ ମୋତେ ଭାବୀ ସରପଞ୍ଚ ଭାବେ ଦେଖିବାକୁ ଚାହୁଁଥିଲେ, ହେଲେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ଥିବାରୁ ପୁରୀ ଜିଲା ବୀରହରେକୃଷ୍ଣପୁର ପଞ୍ଚାୟତରେ ସମିତି ସଭ୍ୟ ଭାବେ ନାମାଙ୍କନ କରିଛି। ପ୍ରକୃତରେ ରାଜନୀତି ନୁହେଁ ବରଂ ସମାଜସେବା ମୋର ଏକମାତ୍ର ଲକ୍ଷ୍ୟ। ତେଣୁ ଜିତିବା ହାରିବାକୁ ଧ୍ୟାନ ନ ଦେଇ ସବୁବେଳେ ସେବା କାର୍ଯ୍ୟ ଜାରି ରଖିବି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ

କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍‌ ଏସିଆକପ୍‌ ହକିର ଏକ ହାଇ ଭୋଲ୍‌ଟେଜ୍‌ ସେମିଫାଇନାଲରେ ୫-୩ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଛି। ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri