ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି (ଡବ୍ଲ୍ୟୁପିଆଇ)୯ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ନଭେମ୍ବରରେ ଏହା ୧.୫୫% ସ୍ତର ଛୁଇଁଛି। ମାନୁଫାକ୍‌ଚର ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରଦାମ ସ୍ବାଭାବିକ ରହିଛି। ଚଳିତ ବର୍ଷ ଅକ୍ଟୋବରେ ଡବ୍ଲ୍ୟୁପିଆଇ ୧.୪୮% ସ୍ତରରେ ରହିଥିଲା। ଗତ ବର୍ଷ ନଭେମ୍ବରରେ ଏହା ୦.୫୮%ରେ ଥିଲା। ଫେବୃୟାରୀ ପରଠାରୁ ପାଇକାରୀ ମୂଲ୍ୟଭିତ୍ତିକ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତର ରହିଛି। ଫେବୃୟାରୀରେ ଏହା ୨.୨୬% ସ୍ତରରେ ରହିଥିଲା।
ନଭେମ୍ବର ମାସରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୩.୯୪% ସ୍ତରରେ ରହିଛି। ଏହା ଅକ୍ଟୋବର ମାସରେ ୬.୩୭% ସ୍ତରରେ ରହିଥିଲା। ପନିପରିବା ଏବଂ ଆଳୁର ଦର ଯଥାକ୍ରମେ ୧୨.୨୪% ଏବଂ ୧୧୫.୨% ବୃଦ୍ଧି ପାଇଛି। ନଭେମ୍ବର ମାସରେ ଅଣ ଖାଦ୍ୟ ସାମଗ୍ରୀ ଦାମ ୮.୪୩% ସ୍ତରରେ ରହିଛି। ସେହିଭଳି ଇନ୍ଧନ ଏବଂ ଶକ୍ତି ବାସ୍କେଟରେ ଏହା -୯.୮୭% ସ୍ତରରେ ରହିଛି। ଏହି ପରିପ୍ରେକ୍ଷୀରେ ଇକ୍ରାର ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି, କୋର୍‌ ଡବ୍ଲ୍ୟୁପିଆଇ ୨୨ ମାସର ସର୍ବୋଚ୍ଚ ସ୍ତର ୨.୬% ରହିଛି।
ରିଜର୍ଭ ବ୍ୟାଙ୍କ ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋକୁ ଅପରିବର୍ତ୍ତିତ ରଖିଛି। ଜିଡିପି ଅଭିବୃଦ୍ଧିକୁ ଉତ୍ସାହିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଘୋଷଣା କରିଛି। ସେହିଭଳି ଆଗାମୀ ଦିନରେ ମଧ୍ୟ ମୁଦ୍ରାସ୍ଫୀତି ବଢିବ ବୋଲି ଆର୍‌ବିଆଇ ପୂର୍ବରୁ ଆକଳନ କରିଛି। ଡିସେମ୍ବର ତ୍ରୈମାସ ଲାଗି ଖୁଚୁରା ମୁଦ୍ରାସ୍ଫୀତି ୬.୮% ଏବଂ ମାର୍ଚ୍ଚ ତ୍ରୈମାସ ଲାଗି ୫.୮% ରହିବା ଲାଗି ଅନୁମାନ କରାଯାଇଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୩% ସ୍ତରକୁ ବଢିଛି। ଏହା ଅକ୍ଟୋବରରେ ୭.୬% ସ୍ତର ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri