କିଏ ହାତେଇବ କୋକସରା ବ୍ଲକ ଅଧ୍ୟକ୍ଷା ପଦ, ଚାଲିଛି ଜୋରଦାର ଚର୍ଚ୍ଚା

କୋକସରା,୫ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ଣତା ଏବେ ପଞ୍ଚାୟତରୁ ବ୍ଲକ ଯାଏ ଦେଖିବାକୁ ମିଳୁଛି। ଗାଁ ଗାଁରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାନର ପୋଷ୍ଟରରେ ଛାଇଗଲାଣି। ଏହି ରାଜନୈତିକ ବାତାବରଣ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସମିତି ଗଠନ ଅଙ୍କକଷା ଓ ରଣନୀତି ବି ପ୍ରସ୍ତୁତି ଚାଲିଛି। କୋକସରା ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ରହିଛି। ଗତ ୨୦୧୭ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ଆସନ ଅନୁସୂଚିତ ବର୍ଗଙ୍କ ରହିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଆସନ ଅଣସଂରକ୍ଷିତ ବର୍ଗ ମହିଳାଙ୍କ ପାଇଁ ରହିଛି। ବ୍ଲକର ୫ ପଞ୍ଚାୟତ ସମିତି ପଦବୀ ପାଇଁ ଅଣସଂରକ୍ଷିତ ମହିଳାଙ୍କ ପାଇଁ ରହିଛି ଏବଂ ୬ଟି ପଞ୍ଚାୟତ ଅଣସଂରକ୍ଷିତ ରହିଛି। କୋକସରା, ଆମପାଣି, ଡୁଡୁକାଠେଙ୍ଗା, ବଡ଼ପୋଡ଼ାଗୁଡ଼ା, ମାଝୀଗୁଡ଼ା ପଞ୍ଚାୟତ ଅଣସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ କାଶୀବାହାଲ, ଡାଲଗୁମା, ଫୁଫଗାଁ, ମହିମା, ମୂଷାପାଲି ଓ ଲଡୁଗାଁ ପଞ୍ଚାୟତ ଅଣସଂରକ୍ଷିତ ବର୍ଗ ପାଇଁ ରହିଛି। ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଆଶାୟୀ ପ୍ରାର୍ଥିନୀ ଓ ସମର୍ଥକମାନେ ଏହି ପଞ୍ଚାୟତରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ଅଧ୍ୟକ୍ଷା ଦୌଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରହିଥିବା ବିଜେଡି ସମର୍ଥିତ ରାଜଶ୍ରୀ ପ୍ରଧାନୀ ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରହିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଡୁଡୁକାଠେଙ୍ଗା ଓ ଫୁଫଗାଁ ପଞ୍ଚାୟତରୁ ସମିତିସଭ୍ୟା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ରାଜନୈତିକ ପରିବାର ପ୍ରଚ୍ଛଦପଟ୍ଟ ରହିଥିବା ଓ ପୂର୍ବ ଅନୁଭୂତି ଓ ଅଭିଜ୍ଞତା ରହିଥିବାରୁ ଅଧ୍ୟକ୍ଷା ଆସନ ପାଇଁ ସେ ଦାବିଦାର ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅନ୍ୟପଟେ ଲଡୁଗାଁ ପଞ୍ଚାୟତରୁ ସମିତିସଭ୍ୟା ପାଇଁ ନିର୍ବାଚନ ମଇଦାନକୁ ଆସିଥିବା ରୀତା ଅଗ୍ରଓ୍ବାଲ ଅଧ୍ୟକ୍ଷା ଦୌଡ଼ରେ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ରୀତାଙ୍କ ସ୍ବାମୀ ରାଜୀବ ଅଗ୍ରଓ୍ବାଲ ସମିତି ପାଇଁ ଫୁଫଗାଁ ପଞ୍ଚାୟରେ ପ୍ରାର୍ଥୀ ହୋଇଥିବା ବେଳେ ରୀତାଙ୍କ ଶାଶୁ ଶୋଭାଦେବୀ କୋକସରା ଓ ବଡ଼ ପୋଡ଼ାଗୋଡ଼ା ପଞ୍ଚାୟତରୁ ସମିତି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ତେବେ କୋକସରା ବ୍ଲକରେ ପଞ୍ଚାୟତ ନିର୍ବାଚନକୁ ୧୫ ଦିନ ବାକି ରହିଥିବା ବେଳେ ଅଧ୍ୟକ୍ଷା ଗଠନକୁ ନେଇ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ରଣନୀତି ତଥା କସରତ ନିଜ ସମର୍ଥକ ସମିତିସଭ୍ୟଙ୍କୁ ଜିତାଇବା ପାଇଁ ଜୋରଦାର ଗୋଟି ଚଳାଇଛନ୍ତି। ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନା ରୀତା କୋକସରା ବ୍ଲକ ଅଧ୍ୟକ୍ଷା ହାତେଇବେ ନା ତୃତୀୟ ଅଦୃଶ୍ୟ ପ୍ରାର୍ଥୀ ବାଜି ମାରିବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri