କିଏ ହାତେଇବ କୋକସରା ବ୍ଲକ ଅଧ୍ୟକ୍ଷା ପଦ, ଚାଲିଛି ଜୋରଦାର ଚର୍ଚ୍ଚା

କୋକସରା,୫ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଉଷ୍ଣତା ଏବେ ପଞ୍ଚାୟତରୁ ବ୍ଲକ ଯାଏ ଦେଖିବାକୁ ମିଳୁଛି। ଗାଁ ଗାଁରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀଙ୍କ ବ୍ୟାନର ପୋଷ୍ଟରରେ ଛାଇଗଲାଣି। ଏହି ରାଜନୈତିକ ବାତାବରଣ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସମିତି ଗଠନ ଅଙ୍କକଷା ଓ ରଣନୀତି ବି ପ୍ରସ୍ତୁତି ଚାଲିଛି। କୋକସରା ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ରହିଛି। ଗତ ୨୦୧୭ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ଆସନ ଅନୁସୂଚିତ ବର୍ଗଙ୍କ ରହିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ଆସନ ଅଣସଂରକ୍ଷିତ ବର୍ଗ ମହିଳାଙ୍କ ପାଇଁ ରହିଛି। ବ୍ଲକର ୫ ପଞ୍ଚାୟତ ସମିତି ପଦବୀ ପାଇଁ ଅଣସଂରକ୍ଷିତ ମହିଳାଙ୍କ ପାଇଁ ରହିଛି ଏବଂ ୬ଟି ପଞ୍ଚାୟତ ଅଣସଂରକ୍ଷିତ ରହିଛି। କୋକସରା, ଆମପାଣି, ଡୁଡୁକାଠେଙ୍ଗା, ବଡ଼ପୋଡ଼ାଗୁଡ଼ା, ମାଝୀଗୁଡ଼ା ପଞ୍ଚାୟତ ଅଣସଂରକ୍ଷିତ ମହିଳାଙ୍କ ପାଇଁ ରହିଥିବା ବେଳେ କାଶୀବାହାଲ, ଡାଲଗୁମା, ଫୁଫଗାଁ, ମହିମା, ମୂଷାପାଲି ଓ ଲଡୁଗାଁ ପଞ୍ଚାୟତ ଅଣସଂରକ୍ଷିତ ବର୍ଗ ପାଇଁ ରହିଛି। ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଆଶାୟୀ ପ୍ରାର୍ଥିନୀ ଓ ସମର୍ଥକମାନେ ଏହି ପଞ୍ଚାୟତରୁ ନିର୍ବାଚନ ଲଢ଼ୁଛନ୍ତି। ତେବେ ଅଧ୍ୟକ୍ଷା ଦୌଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରହିଥିବା ବିଜେଡି ସମର୍ଥିତ ରାଜଶ୍ରୀ ପ୍ରଧାନୀ ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ରହିଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଡୁଡୁକାଠେଙ୍ଗା ଓ ଫୁଫଗାଁ ପଞ୍ଚାୟତରୁ ସମିତିସଭ୍ୟା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ରାଜନୈତିକ ପରିବାର ପ୍ରଚ୍ଛଦପଟ୍ଟ ରହିଥିବା ଓ ପୂର୍ବ ଅନୁଭୂତି ଓ ଅଭିଜ୍ଞତା ରହିଥିବାରୁ ଅଧ୍ୟକ୍ଷା ଆସନ ପାଇଁ ସେ ଦାବିଦାର ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଅନ୍ୟପଟେ ଲଡୁଗାଁ ପଞ୍ଚାୟତରୁ ସମିତିସଭ୍ୟା ପାଇଁ ନିର୍ବାଚନ ମଇଦାନକୁ ଆସିଥିବା ରୀତା ଅଗ୍ରଓ୍ବାଲ ଅଧ୍ୟକ୍ଷା ଦୌଡ଼ରେ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ରୀତାଙ୍କ ସ୍ବାମୀ ରାଜୀବ ଅଗ୍ରଓ୍ବାଲ ସମିତି ପାଇଁ ଫୁଫଗାଁ ପଞ୍ଚାୟରେ ପ୍ରାର୍ଥୀ ହୋଇଥିବା ବେଳେ ରୀତାଙ୍କ ଶାଶୁ ଶୋଭାଦେବୀ କୋକସରା ଓ ବଡ଼ ପୋଡ଼ାଗୋଡ଼ା ପଞ୍ଚାୟତରୁ ସମିତି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ତେବେ କୋକସରା ବ୍ଲକରେ ପଞ୍ଚାୟତ ନିର୍ବାଚନକୁ ୧୫ ଦିନ ବାକି ରହିଥିବା ବେଳେ ଅଧ୍ୟକ୍ଷା ଗଠନକୁ ନେଇ ଆଶାୟୀ ପ୍ରାର୍ଥୀ ଓ ସମର୍ଥକଙ୍କ ରଣନୀତି ତଥା କସରତ ନିଜ ସମର୍ଥକ ସମିତିସଭ୍ୟଙ୍କୁ ଜିତାଇବା ପାଇଁ ଜୋରଦାର ଗୋଟି ଚଳାଇଛନ୍ତି। ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନା ରୀତା କୋକସରା ବ୍ଲକ ଅଧ୍ୟକ୍ଷା ହାତେଇବେ ନା ତୃତୀୟ ଅଦୃଶ୍ୟ ପ୍ରାର୍ଥୀ ବାଜି ମାରିବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri