କିଏ ଜିତିବ

Dillip Cherian

ରେଲ୍‌ଓ୍ବେରେ ଉଚ୍ଚ ପଦବୀଗୁଡ଼ିକୁ ପଦୋନ୍ନତି ପାଇଁ ନୂଆ ନିୟମ ଘୋଷଣା ହେବାର ପାଖାପାଖି ୪ ମାସ ବିତିଗଲାଣି। ରେଲ୍‌ ବାବୁମାନେ ବି ପ୍ରଥମ ବ୍ୟାଚ୍‌ ପଦୋନ୍ନତିକୁ ଏ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ତେବେ ଘୋଷଣା ହେବା ପରେ ଦୀର୍ଘଦିନର ନୀରବତାକୁ ନେଇ ସେମାନଙ୍କ ମଧ୍ୟରେ ସାମୂହିକ ଭାବେ ବ୍ୟଗ୍ରତା ପ୍ରକାଶ ପାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ଏହା କେବଳ ଏକ ଦୀର୍ଘମିଆଦୀ ଚୟନ ପ୍ରକ୍ରିୟା ନୁହେଁ ଯାହା ରେଲଓ୍ବେ ବାବୁମାନଙ୍କୁ ଚିନ୍ତାରେ ପକାଇଛି, ବରଂ ନୂଆ ନିୟମ ପରିପ୍ରେକ୍ଷୀରେ ସେମାନଙ୍କ କ୍ୟାରିୟରର ଭବିଷ୍ୟତ ମଧ୍ୟ ଆଶଙ୍କାରେ ରହିଛି। ସ୍ପଷ୍ଟତଃ,ଏକ ଏକ୍ସପର୍ଟ ପ୍ୟାନେଲ ବା ବିଶେଷଜ୍ଞ କମିଟିର ଅନୁମୋଦନ କ୍ରମେ ରେଳ ମନ୍ତ୍ରଣାଳୟ ଯୋଗ୍ୟ ଅଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ବିଶ୍ୱାସ କରାଯାଉଛି ଯେ, ମହାପ୍ରବନ୍ଧକ ପଦବୀ ଲାଗି ମନ୍ତ୍ରଣାଳୟ ୧୩୫ ଦରଖାସ୍ତ ଗ୍ରହଣ କରିଥିଲା। କିନ୍ତୁ ନିଯୁକ୍ତି ଲାଗି କମିଟିର ସୁପାରିସ ଆଧାରରେ କେବଳ ପ୍ରାୟ ୩୫ ଜଣ ଅଧିକାରୀଙ୍କ ତାଲିକା କରିଥିଲା। ତେବେ ସମସ୍ତ ଆବେଦନକାରୀ ଅଧିକାରୀଙ୍କ ମଧ୍ୟରୁ କେବଳ ଏହିମାନଙ୍କ ନାମ ସୁପାରିସ କରିବାକୁ ବିଶେଷଜ୍ଞ କମିଟିକୁ କୁହାଯାଇଥିଲା ବୋଲି କେତେଜଣ ବାବୁ ବିଶ୍ୱାସ କରୁଛନ୍ତି । ପ୍ରଥମରୁ ଏଥିରେ କିଛି ଭୁଲ୍‌ ନ ଥିବା ଜଣାପଡ଼ୁଥିବାବେଳେ ଏହି ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଓ ଏକପାଖିଆ ବୋଲି କେତେଜଣ ବାବୁ ମଧ୍ୟ ଦାବି କରନ୍ତି । ଡିର୍ପାଟମେଣ୍ଟ ପ୍ରମୋଶନ କମିଟି (ଡିପିସି) ବା ବିଭାଗୀୟ ପଦୋନ୍ନତି କମିଟି ଏହାର ପରିସରରେ ସମସ୍ତ ଅଧିକାରୀଙ୍କ କଥା ବିଚାର କରିବା ଦରକାର ଥିଲା। ନିଯୁକ୍ତି ପାଇଁ ଏକ ସଂକ୍ଷିପ୍ତ ତାଲିକା କରିବା ଏବଂ ନିର୍ଦ୍ଦିଷ୍ଟ ନିୟମ ଆଧାରରେ ଅଧିକାରୀମାନଙ୍କ କମିଟିକୁ ସୁପାରିସ ଲାଗି କେବଳ ଡିପିସିର ହିଁ କ୍ଷମତା ରହିଥିଲା। କିନ୍ତୁ ଏହା ପରିବର୍ତ୍ତେ ବିଶେଷଜ୍ଞ କମିଟି କାର୍ଯ୍ୟ ଆଧାରରେ ମନ୍ତ୍ରଣାଳୟ ଅଧିକାରୀମାନଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେବେ ବିଶେଷଜ୍ଞଙ୍କ ନୂଆ କମିଟି କିମ୍ବା ଡିପିସି ମଧ୍ୟରୁ କିଏ ଜିତିବ ବା କାହା କଥା ରହିବ ତାହା ଦେଖିବାକୁ ବାକି ରହିଲା।
ନିଯୁକ୍ତିକୁ ବିରୋଧ
ହିମାଚଳ ପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ଅମଲାତନ୍ତ୍ରର ଶୀର୍ଷରେ ଦେଖାଦେଇଥିବା ବିବାଦ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ତାଙ୍କ ପାର୍ଟି ଲାଗି ଶୁଭ ସଙ୍କେତ ନୁହେଁ। ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିଶା ସିଂଙ୍କୁ ଅଧିକ୍ରମଣ କରି ତାଙ୍କ ବଦଳରେ ରାମ କେ.ଧିମାନଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ବାବୁମାନଙ୍କ ଶୀର୍ଷ ପଦବୀରେ ଧିମାନଙ୍କ ନିଯୁକ୍ତିକୁ ନେଇ ଏବେ ନିଶା ପ୍ରଶ୍ନ ଉଠାଇଛନ୍ତି। ଏବକାର ପ୍ରଶାସନ ମହିଳା ଅଧିକାରୀ ଏବଂ ସାଧାରଣ ମହିଳାମାନଙ୍କ ପ୍ରତି ସକାରାମତ୍କ ମନୋଭାବ ପୋଷଣ କରୁ ନ ଥିବା କହିବା ସହ ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସିଂ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ହସ୍ତକ୍ଷେପ ଦାବି କରିଥିବା ଜଣାପଡ଼ିଛି। ପୁନଶ୍ଚ ସେ ଅଭିଯୋଗ କରିଛନ୍ତି ଯେ, କୌଣସିି କାରଣ ନ ଦର୍ଶାଇ ଚଳିତ ବର୍ଷ ଜୁଲାଇରେ ମୁଖ୍ୟ ଶାସନ ସଚିବ ଭାବେ ଧିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ସିଂ ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା (ପ୍ରଶିକ୍ଷଣ) ଭାବେ ନିଯୁକ୍ତି ପାଇଛନ୍ତି। କେବଳ ସିଂ ନୁହନ୍ତି , ବରଂ ୧୯୮୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଉଭୟ ଅଲି ରାଜ୍‌ ରିଜ୍‌ଭି ଏବଂ ସଞ୍ଜୟ ଗୁପ୍ତାଙ୍କୁ ମଧ୍ୟ ଅଣଦେଖା କରାଯାଇ ଧିମାନଙ୍କୁ ନିଯୁକ୍ତି ଦିଆଯାଇଛି। ସିଂ ହେଉଛନ୍ତି ପୂର୍ବତନ ମୁଖ୍ୟ ସଚିବ ରାମ ସୁଭଗ ସିଂଙ୍କ ସ୍ତ୍ରୀ। ଆଶ୍ଚର୍ଯ୍ୟ କଥା,ରାମ ସୁଭଗଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରୁ ହଟାଯାଇ ତାଙ୍କ ସ୍ଥାନରେ ଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସୁଭଗ ହେଉଛନ୍ତି ପଞ୍ଚମ ମୁଖ୍ୟ ସଚିବ ଯିଏ କି ଏବକାର ଭାଜପା ସରକାରରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ସୁଭଗଙ୍କ ବ୍ୟତୀତ ଅନ୍ୟ ୪ ଜଣ ହେଲେ ଭି.ସି.ଫାର୍‌କା, ବିନୀତ ଚୌଧୁରୀ, ବି.କେ.ଅଗ୍ରଓ୍ବାଲ ଏବଂ ଅନିଲ ଖାଚି ।
କ୍ଷୀଣ ଆଶା
ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେରେ ଗାଡ଼ ଜଣାପଡ଼ିବା ପରେ ତାହା ହିଁ ଉତ୍ତରପ୍ରଦେଶର ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ(ଗୃହ)ଅଓ୍ବନିଶ କୁମାର ଅଓ୍ବସ୍ତିଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନ ହେବାର କାରଣ ହୋଇପାରେ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଏ ବିଷୟରେ କେନ୍ଦ୍ରକୁ ଦୁଇଥର ଅନୁରୋଧ କରିବା ସତ୍ତ୍ୱେ କାର୍ଯ୍ୟକାଳ ସମ୍ପ୍ରସାରଣ ପରିବର୍ତ୍ତେ ତାଙ୍କୁ ଅବସର ଦିଆଗଲା। ସୂତ୍ରରୁ ପ୍ରକାଶ ଯେ,ବର୍ଷାଦିନେ ଏକ୍ସପ୍ରେସ୍‌ଓ୍ବେ ଉଦ୍‌ଘାଟନ କରାଯିବା ଲାଗି ଅଓ୍ବସ୍ତି ନିଷ୍ପତ୍ତି ନେଇଥିଲେ ଯାହାଦ୍ୱାରା ହାଇଓ୍ବେର କ୍ଷତି ହୋଇଥିଲା ଏବଂ ଏହା ରାଜ୍ୟରେ ସମାଜବାଦୀ ପାର୍ଟି ଶାସକ ଦଳକୁ ଟାର୍ଗେଟ କରିବା ଲାଗି ଏକ ସୁଯୋଗ ଦେଇଥିଲା। ଫଳରେ ଅଓ୍ବସ୍ତିଙ୍କ ଏଭଳି ନିଷ୍ପତ୍ତିରେ କେନ୍ଦ୍ର ସନ୍ତୁଷ୍ଟ ନ ଥିଲା। ଅଧିକାଂଶ ଲୋକ ଜାଣନ୍ତି ଯେ, ଏବେ ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ସମ୍ପର୍କ ନିଶ୍ଚିତ ରୂପେ ଶାନ୍ତ ରହିଛି । ଯୋଗୀ ସରକାରଙ୍କ ଉପରେ ଲଗାମ ଲଗାଇବା ଏବଂ ନିଜର ଇଚ୍ଛା ଲଦି ଦେବା ଲାଗି କେନ୍ଦ୍ର ଏଭଳି ପଦକ୍ଷେପ ନେଇଥିତ୍ବା ଅନେକେ ବିଚାର କରନ୍ତି। ଯେଉଁମାନେ ଅଓ୍ବସ୍ତିଙ୍କୁ ଚାହଁୁଛନ୍ତି ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଏକ କ୍ଷୀଣ ଆଶା ରହିଛି। ୟୁପିରେ ଗୁଞ୍ଜରଣ ଉଠିଛି ଯେ, ଶୀଘ୍ର ହେଉ କି ବିଳମ୍ବରେ, ମୁଖ୍ୟମନ୍ତ୍ରୀ କିଛି ଗୁରୁଦାୟିତ୍ୱକୁ ତାଙ୍କୁ ଫେରାଇ ଆଣିବେ। ୧୯୬୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅଓ୍ବସ୍ତି ଏବେସୁଦ୍ଧା ଯୋଗୀ ଆଦିତ୍ୟନାଥଙ୍କର ଜଣେ ଅତି ଘନିଷ୍ଠ ଭାବେ ରହିଛନ୍ତି ବୋଲି ସମସ୍ତେ ଜାଣନ୍ତି। ଯଦି ଆବଶ୍ୟକ ହୁଏ ଓ ଯୋଗୀ ତାଙ୍କୁ ଫେରାଇଆଣନ୍ତି, ତେବେ ଏହାକୁ ଜଣେ ମହତ୍ତ୍ୱାକାଂକ୍ଷୀ ମୁଖ୍ୟମନ୍ତ୍ରୀ ଦ୍ୱାରା ଖୋଲା ଅବଜ୍ଞା ବୋଲି କେନ୍ଦ୍ର ବିଚାର କରିବ କି? ଆଗକୁ କ’ଣ ଘଟୁଛି ତାହାକୁ ଲକ୍ଷ୍ୟ କରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri