Posted inଖେଳ

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି କଲେ ଖୁଲାସା

ଦୁବାଇ,୧୯।୧୦: ଭାରତ ଟି -୨୦ ବିଶ୍ୱକପ ୨୦୨୧ର ପ୍ରଥମ ଅଭ୍ୟାସ ଅପ୍‌ ମ୍ୟାଚରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। କ୍ୟାପଟେନ ବିରାଟ କୋହଲି ଏହି ମ୍ୟାଚ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଟି -୨୦ ବିଶ୍ୱକପରେ ଓପନ୍‌ କରିବା ପରିବର୍ତ୍ତେ ସେ ତିନି ନମ୍ବରରେ ବ୍ୟାଟିଂ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ଓପନର୍‌ ଭୂମିକାରେ ନଜର କରିବେ। ଅକ୍ଟୋବର ୨୪ ରେ ଚିର-ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ୬ ଜଣ ବ୍ୟାଟ୍ସମ୍ୟାନଙ୍କ ଖେଳିବା ନେଇ ପଚରାଯିବା ପରେ କୋହଲି କିଛି କହିବାକୁ ମନା କରିଥିଲେ।
ଇଂଲଣ୍ଡ ବିପକ୍ଷ ଅଭ୍ୟାସ ଅପ ମ୍ୟାଚ ପୂର୍ବରୁ ଟସ୍‌ ବେଳେ କୋହଲି କହିଛନ୍ତି, ଆଇପିଏଲ ପୂର୍ବରୁ ଜିନିଷ ଅଲଗା ଥିଲା, ଏବେ ଲୋକେଶ ରାହୁଲଙ୍କ ବ୍ୟତୀତ ଅନ୍ୟ କାହାକୁ ଅର୍ଡର ଶୀର୍ଷରେ ଦେଖିବା କଷ୍ଟକର। ସେହି ସ୍ଥାନ ପାଇଁ ରୋହିତଙ୍କ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସେ ଜଣେ ବିଶ୍ୱ ସ୍ତରୀୟ ଖେଳାଳି । ମୁଁ ତିନି ନମ୍ବରରେ ବ୍ୟାଟିଂ କରିବି । ଏହା ହେଉଛି ଏକମାତ୍ର ଖବର ଯାହା, ମୁଁ ଟୁର୍ନାମେଣ୍ଟ ପୂର୍ବରୁ ଆପଣଙ୍କୁ ଦେଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

ବିସିସିଆଇକୁ ନିଜ ମନ କଥା କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୧୨: ନିକଟରେ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମୀକ୍ଷା କରିବା ପାଇଁ ବିସିସିଆଇ ଅଧିକାରୀମାନେ ଏକ ବୈଠକ ଡାକିଥିଲେ। ଏଥିରେ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ...

ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିଲେ ଭାରତୀୟ ଦଳ

ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଡିସେମ୍ବର ୧୦ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ସହିତ ଏହି...

ଆଜିଠୁ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ପ୍ରତିଯୋଗିତା ବୁଧବାରଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri