କରିବ କିଏ

ଓଡ଼ିଶାର ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀ ତା’ର ପସରା ମେଲାଇ ଚାଲିଛି। କଟକର ଜଗତପୁରଠାରୁ ଆରମ୍ଭକରି ଅନୁଗୋଳ, ବ୍ରହ୍ମପୁର, କୋରାପୁଟ ଓ ରାଜଧାନୀ ସମେତ ଅନେକ ଅଞ୍ଚଳରେ ଖାଦ୍ୟସାମଗ୍ରୀ ଭେଜାଲ ଥିବା ଦେଖିବାକୁ ମିଳୁଛି। ୫ ସେପ୍ଟେମ୍ବରରେ ଭୁବନେଶ୍ୱର ଉପକଣ୍ଠ ଅଟଳା ନିକଟରେ ନକଲି ଲୁଣ ଓ ସର୍ଫ କାରଖାନା ଠାବ କରାଯାଇଛି। ଟାଟା ସଲ୍ଟ ଭଳି ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରାଯାଇ ଏଭଳି କାରବାର ହେଉଥିବା ଜଣାପଡ଼ିବା ପରେ ଖାଉଟିଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବାଭାବିକ। ବିଶେଷକରି ଲୁଣ ଦୈନିକ ଆବଶ୍ୟକ ଜିନିଷ ହୋଇଥିବାରୁ ଏହା ପର୍ଯ୍ୟାପ୍ତ ପରିମାଣରେ ବ୍ୟବହାର ହୋଇଥାଏ। ଏହାକୁ କାହିଁକି ରୋକାଯାଇପାରୁ ନାହିଁ ବୋଲି ପ୍ରଶ୍ନ ହେଲେ ନିଶ୍ଚିତ ଭାବେ ଯାଞ୍ଚ ସଂସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଫୁଡ୍‌ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ ଆକ୍ଟ-୨୦୦୬ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଖାଦ୍ୟପଦାର୍ଥର ମାନ ଯାଞ୍ଚ କରିବା ସହ ଅପମିଶ୍ରଣ ସାମଗ୍ରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବରିଷ୍ଠ ଅଧିକାରୀମାନେ ଥିଲେ ମଧ୍ୟ ଏ ଦିଗରେ ଆଶାନୁରୂପ ସଫଳତା ମିଳୁପାରୁ ନାହିଁ। କାରଣ ଅଧିକାଂଶ ନାଗରିକ ସୁଯୋଗ ପାଇଲେ ଚୋର ପାଲଟୁଛନ୍ତି। ଯେଉଁମାନେ ସଚ୍ଚୋଟ ବୋଲି ଦେଖାଉଛନ୍ତି, ସେମାନେ ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ବୋଲି ଧରି ନେବାକୁ ହେବ। ଅଭିଯୋଗ ହୋଇଥାଏ ଭେଜାଲକାରୀଙ୍କ ସହ ଯାଞ୍ଚ ଅଧିକାରୀ ଓ ବିଶେଷକରି ପୋଲିସ ସ୍ଥଳବିଶେଷରେ ହାତ ମିଳାଇଥାଆନ୍ତି। ରାଜଧାନୀ ଉପକଣ୍ଠରେ ନକଲି ଲୁଣ ଓ ସର୍ଫ କାରବାର ଚାଲୁଥିଲେ ମଧ୍ୟ ଜଣାପଡ଼ୁ ନ ଥିଲା ବୋଲି ଯାଞ୍ଚ ଅଧିକାରୀଙ୍କୁ ପ୍ରଶ୍ନ ହେବାରୁ ଉତ୍ତର ମିଳୁଛି ଯେ, କର୍ମଚାରୀ ଅଭାବରୁ ନମୁନା ସଂଗ୍ରହ ତ୍ୱରାନ୍ବିତ ହୋଇପାରୁ ନାହିଁ।
ପୂର୍ବରୁ ସାଧାରଣତଃ ଖୁଚୁରା ବ୍ୟବସାୟୀମାନେ ଗାଁଠୁ ସହର ଯାଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବେପାର କରୁଥିଲେ। ଯେବେଠାରୁ ଖୁଚୁରା ରିଟେଲ୍‌ ଚେନ୍‌ଗୁଡ଼ିକ ନିର୍ନ୍ଦ୍ୱନ୍ଦ୍ୱରେ ବଜାର ପ୍ରବେଶ କଲେ ସେବେଠାରୁ ବଜାର ପରିଚାଳନା ସେମାନଙ୍କ ହାତକୁ ଚାଲିଯାଇଛି। ସେମାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଭଳି ମାନସିକତାରୁ ମଧ୍ୟ ଷଡ଼ଯନ୍ତ୍ରମୂଳକ ଅପରାଧ ବଳ ପାଉଛି। ସ୍ଥଳବିଶେଷରେ ଯେଉଁଠାରେ ନକଲି ସାମଗ୍ରୀ କାରବାର ହେଉଛି, ତାହାକୁ ବଡ଼ ଆକାରରେ ପ୍ରଚାର ପ୍ରସାର କରାଯାଉଛି। ଏହାଦ୍ୱାରା ଉପଭୋକ୍ତାଙ୍କ ମନରେ ଭୟ ସୃଷ୍ଟି କରାଯାଉଛି କି ଖୁଚୁରା ବେପାର କରୁଥିବା ଦୋକାନୀ ନକଲି ସାମଗ୍ରୀକୁ ବିକ୍ରି କରୁଛନ୍ତି। ଯେତେବେଳେ ଲୋକେ ମଲ୍‌ କିମ୍ବା ରିଟେଲ୍‌ ଚେନ୍‌ରୁ ବିଶୁଦ୍ଧ ଜିନିଷ ପାଇବେ ବୋଲି ଭାବୁଛନ୍ତି ସେଗୁଡ଼ିକ ଯେ ନକଲି ବେପାରୀଙ୍କଠାରୁ ଆସି ନ ଥିବ, ତାହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ। କହିବାକୁ ଗଲେ ସବୁଆଡ଼େ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଦରକାର। ବିଶେଷକରି ଖାଦ୍ୟସାମଗ୍ରୀ ନକଲ କରୁଥିବା ବ୍ୟକ୍ତିଙ୍କୁ ଧରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ। କିନ୍ତୁ କରିବ କିଏ? ଯାହା ଆମେ ଜାଣୁ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଖାଦ୍ୟପଦାର୍ଥ ଅପମିଶ୍ରଣ ହୁଏ। କୌତୂହଳର ବିଷୟ ହେଉଛି, ଏହି ଜଘଣ୍ୟ କାର୍ଯ୍ୟକୁ କୌଣସି ପାକିସ୍ତାନୀ କିମ୍ବା ଚାଇନା ଲୋକ କରନ୍ତି ନାହିଁ। ଏହି ମାଟିର ପାଣି ପବନ ପାଇ ବଢ଼ିଥିବା ନାଗରିକ ଏଭଳି କୁତ୍ସିତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri