Posted inଜାତୀୟ

କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ତେଜ ପ୍ରତାପ କଲେ ବଡ଼ ଭବିଷ୍ୟବାଣୀ

ପାଟନା,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଏବେ ବିହାରରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଘୋଷଣା ପାଇଁ ଆହୁରି ବହୁତ ସମୟ ଅଛି କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନକୁ ନେଇ ବାକ୍‌ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆରଜେଡି ନେତା ତଥା ତାଙ୍କ ସାନ ଭାଇ ତେଜସ୍ବୀ ଯାଦବ ଖୁବଶୀଘ୍ର ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଜ ପ୍ରତାପ ଦାବି କରିଛନ୍ତି।
ତେଜ ପ୍ରତାପ ଯାଦବ କହିଥିଲେ, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ପଲଟୁ ରାମ(ନୀତୀଶ କୁମାର) ଖୁବଶୀଘ୍ର ସିଂହାସନ ଛାଡିବେ। ଲଲ୍ଲନ ସିଂହଙ୍କ ସ୍ବପ୍ନ ସ୍‌ବିଫଳ ହେବାକୁ ଯାଉଛି।
ବିହାରରେ ବିଧାନସଭା ନିର୍ବାଚନ ୨୦୨୫ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି। ଆକଳନ ଅନୁଯାୟୀ, ବିହାରରେ ନିର୍ବାଚନ ପାଇଁ ଭୋଟ ନଭେମ୍ବର ମାସ ଆରମ୍ଭରେ ହେବ। ବିହାରରେ, ମୁଖ୍ୟ ପ୍ରତିଯୋଗିତା ଭାଜପା, ଜେଡିୟୁ, ଏଲଜେପି (ରାମ ବିଳାସ), ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳ ଏନଡିଏ ଏବଂ ଆରଜେଡି ଏବଂ କଂଗ୍ରେସର ମହାଗଠବନ୍ଧନ ମଧ୍ୟରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି…

ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ…

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ

ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ…

ମହାରାଷ୍ଟ୍ରରେ ଫୁଲବାଣୀ ଗଞ୍ଜେଇର ଚାହିଦା: ସମ୍ମୁଖରୁ ୫ ନିଶା ମାଫିଆଙ୍କୁ ଧରିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା, ୩୧ା୧୦ (ପ୍ରଭାତ ପାଣିଗ୍ରାହୀ): ଫୁଲବାଣୀରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିଲା ଯୋଜନାବଦ୍ଧ କାରବାର। ଦୁଇଟି ଦାମୀ କାର୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ନେଇ…

ଇସ୍ରାଏଲ ନିର୍ବାଚନ: ନେତାନ୍ୟାହୁଙ୍କ ସିଂହାସନ ଅନିଶ୍ଚିତ, ଭାରତ ଉପରେ ପଡ଼ିବ କି ପ୍ରଭାବ ଜାଣନ୍ତୁ…

ଜେରୁଜେଲମ୍‌,୩୧ା୧୦: ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କ୍ନେସେଟ’ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ…

ପୁଣି ସମ୍ଭାବ୍ୟ ଲଘୁଚାପକୁ ନେଇ ଆତଙ୍କିତ ଲୋକେ: ବନ୍ୟାରେ ଘରଦ୍ୱାର, ଚାଷଜମି କ୍ଷତିଗ୍ରସ୍ତ; ଜୀବିକା ହରାଇଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ, ୩୧ା୧୦ (ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ମହାବାତ୍ୟାର ରୂପ ନେଇ ଲୋକଙ୍କ ଜୀବନଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ପୁଣି ଏକ ସାମୁଦ୍ରିକ ଝଡ଼ ସୃଷ୍ଟି…

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?