ବାଦ୍‌ ପଡ଼ିଥିବା ୩ ଲୋକ ସଭା ଆସନରୁ କିଏ ହେବେ ପ୍ରାର୍ଥୀ

ଭୁବନେଶ୍ୱର,୨୫।୩: ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କୁ ନେଇ ଉତ୍କଣ୍ଠା ସେତିକି ବଢ଼ୁଛି। ରବିବାର ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଏଥିରେ ରାଜ୍ୟରେ ୨୧ଟି ମଧ୍ୟରୁ ୧୮ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ହେଲେ ବାକି ରହିଛି କଟକ, ଯାଜପୁର, କନ୍ଧମାଳ ଲୋକସଭା ଆସନ। ଏହି ସବୁ ଆସନରେ କାହିଁକି ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଛି, ତାହାକୁ ନେଇ ଆଶା ଆଶଙ୍କା ବଢ଼ୁଛି।
ତେବେ ଏବେ ଅପେକ୍ଷା ରହିଛି ବାକି ଥିବା କଟକ, ଯାଜପୁର ଏବଂ କନ୍ଧମାଳ ଆସନଲାଗି ଦଳ କାହାକୁ ପ୍ରାର୍ଥୀ କରିବ । କନ୍ଧମାଳରୁ ଗତ ଥର ଏମ୍‌ପି ପାର୍ଥୀ ହେଇଥିଲେ ଖାରବେଳ ସ୍ବାଇଁ, ଏଥର ସେ କନ୍ଧମାଳରୁ ଲଢ଼ିବେନି ବୋଲି କହିସାରିଛନ୍ତି। ଅନ୍ୟପକ୍ଷେ ତାଙ୍କ ବଦଳରେ କିଏ ପାର୍ଥୀ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ଚର୍ଚ୍ଚାରେ ରହିଛି ।
ସେହିପରି ଯାଜପୁରରୁ ଗତ ଥର ଏମ୍‌ପି ପ୍ରାର୍ଥୀ ହୋଇଥିବା ଅମୀୟ ମଲ୍ଲିକ ଜାଗାରେ ଦଳ ନୂଆ ମୁହଁ ଦେବ ବୋଲି କୁହାଯାଉଛି। ଅନ୍ୟପକ୍ଷେ କଟକ ଲୋକ ସଭା ଆସନରୁ ଗତଥର ନିର୍ବାଚନ ଲଢ଼ିଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ରିପିଟ ନକରି ଦଳ ନୂଆ ନେତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ସେ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ତେବେ ହୋଲି ପରେ ଏହି ୩ ଆସନରେ ପ୍ରାର୍ଥୀ ଘୋଷଣା ହେବ ବୋଲି କୁହାଯାଉଛି।