ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି ପଚାରୁଥିଲେ ଯେ ‘ଯନ୍ତର-ମନ୍ତର ସିଜିନ୍-୨’ କେବେ ଆରମ୍ଭ ହେବ? ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଯନ୍ତର-ମନ୍ତର ସିଜିନ୍-୨ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏଥର ସେ କେଉଁ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରିବେ ସେ ନେଇ ଦୀପକେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ତଥାପି ଏହାକୁ ତାଙ୍କର ଗଛ କିଛିଦିନ ପୂର୍ବର ସେହି ବିବୃତ୍ତି ସହ ଯୋଡ଼ି ଦେଖାଯାଉଛି, ଯେଉଁଥିରେ ସେ କହିଥିଲେ ଯେ ଗାଁରେ ସରକାରୀ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ।
ଖବରଦାତା ସମ୍ମିଳନୀରେ ଦୀପକେ କହିଛନ୍ତି, “ଆଜି ଦିଲ୍ଲୀରେ ଆମର ସ୍ୱେଚ୍ଛାସେବୀ (Volunteers) ମାନଙ୍କର ଏକ ବୈଠକ ହେବାର ଥିଲା। ଆମେ ହଲ୍ ଖୋଜୁଥିଲୁ, କିନ୍ତୁ କେହି ବି ଆମକୁ ଭଡ଼ାରେ ହଲ୍ ଦେଲେ ନାହିଁ। ସମସ୍ତେ ଏହାହିଁ କହୁଥିଲେ ଯେ ଉପରୁ ଚାପ ରହିଛି । ବହୁ କଷ୍ଟରେ ଆମକୁ ଗୋଟିଏ ହଲ୍ ମିଳିଲା, ଯାହାର ରସିଦ୍ ମଧ୍ୟ ଆମ ପାଖରେ ଅଛି। କିନ୍ତୁ ସକାଳେ ହିଁ ହଲ୍ ମାଲିକମାନଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କୁ କୁହାଯାଇଥିଲା ଯେ ଯଦି ଏଠାରେ ବୈଠକ ହେବାକୁ ଦିଆଯାଏ, ତେବେ ସେମାନଙ୍କୁ ଓଲଟା ଝୁଲାଯିବ।”
ଦୀପକେ ଅଭିଯୋଗ କରିଛନ୍ତି ଯେ ଏସବୁ ପଛରେ ଭାରତୀୟ ଜନତା ପାର୍ଟି (BJP) ର ହାତ ରହିଛି । ଭାଜପାର କାର୍ଯ୍ୟକଳାପ ଏବଂ କଥାରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଦଳ ଦେଶର ଯୁବପିଢ଼ିଙ୍କୁ ଭୟ କରୁଛି। ଯଦି ସେମାନେ ଭାବୁଛନ୍ତି ଯେ ଏପରି କାର୍ଯ୍ୟକଳାପ ଦ୍ୱାରା ଆମେ ଡରିଯିବୁ, ତେବେ ଏହା ସେମାନଙ୍କର ଏକ ବଡ଼ ଭୁଲ୍ ଧାରଣା ଅଟେ। ସିଜେପି (CJP) ର ମୁଖପାତ୍ର ଆଶୁତୋଷ ରାଙ୍କା ପ୍ରଶ୍ନ କରି କହିଛନ୍ତି, ଦିଲ୍ଲୀ ପୋଲିସ ଏହି ମାମଲାରେ କ’ଣ କରୁଛି? ଦିଲ୍ଲୀରେ କ’ଣ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି? ପୋଲିସ କ’ଣ କେବଳ ଭାଜପା ପାଇଁ କାମ କରୁଛି? ପୋଲିସକୁ ଆମର ପ୍ରଶ୍ନ ଯେ, ଏହା କ’ଣ କେବଳ ଦିଲ୍ଲୀର ଜନସାଧାରଣଙ୍କ ପାଇଁ କାମ କରିବ?
ଅଭିଜିତ୍ ଦୀପକେ ସୋମବାର ଦିନ ବିବୃତ୍ତି ଦେଇ କହିଥିଲେ ଯେ ଗାଁଗୁଡ଼ିକରେ ସରକାରୀ ସ୍କୁଲର ଅବସ୍ଥା ସୁଧାରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯିବ। ଏହା ସହିତ ସେ ଅଭିଭାବକମାନଙ୍କୁ ମୌଳିକ ସୁବିଧାଗୁଡ଼ିକର ସୋସିଆଲ୍ ଅଡିଟ୍ କରିବାକୁ ଏବଂ ସରପଞ୍ଚମାନଙ୍କୁ ସ୍କୁଲଗୁଡ଼ିକର ସ୍ଥିତି ସୁଧାରିବା ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ । କକ୍ରୋଚ୍ ଜନତା ପାର୍ଟି ଆଗାମୀ ଅଗଷ୍ଟ ୧୫ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ।