ଏଥର ପାରାଦୀପରୁ କିଏ ହେବେ ବିଜେଡି ପ୍ରାର୍ଥୀ, କଟିବ ସମ୍ବିତଙ୍କ ଟିକେଟ୍‌!

ଭୁବନେଶ୍ୱର, ୪।୪: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ହେଲେ ଏଥିରେ ପାରାଦୀପର ନାଁ ନାହିଁ। ତେବେ ପାରାଦୀପରୁ ବିଜେଡି କାହାକୁ ଟିକେଟ୍‌ ଦେବ ସେନେଇ ଚର୍ଚ୍ଚା ଜାରି ରହିଛି। ଏପରିକି ବିଜେଡି କିଛି ନୂଆ ଚେହେରାଙ୍କୁ ସୁଯୋଗ ଦେଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। ଅନ୍ୟପଟେ ପାରାଦୀପର ବିଧାୟକ ସମ୍ବିତ ରାଉତରାୟଙ୍କୁ ଏଥର ବିଜେଡି ଟିକେଟ୍‌ ଦେବନି ବୋଲି କୁହାଯାଉଛି। ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ଟିକେଟ୍‌ ବଣ୍ଟା ଚାଲିଥିବାବେଳେ, କଂଗ୍ରେସରୁ ବାପି ସର୍ଖେଲଙ୍କ ଇସ୍ତଫା ଆଉ ବିଜେଡିରେ ମୋନୀଦିପା ସର୍ଖେଲଙ୍କ ସାମିଲ ହେବା ପରେ ଏପରି କିଛି ପ୍ରଶ୍ନ ସୃଷ୍ଟି କରିଛି ।

ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଥିବା ବେଳେ ସେ ବିଜେଡିରେ ସାମିଲ ହେବେ କି ନାହିଁ ସ୍ପଷ୍ଟ ହୋଇନାହିଁ। ହେଲେ ତାଙ୍କ ପତ୍ନୀ ମୋନିଦୀପା ସର୍ଖେଲ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ। ତେଣୁ ଏହାକୁ ଦେଖି କୁହାଯାଉଛି କି ଏଥର ପାରାଦୀପ ମୋନିଦୀପଙ୍କୁ ଟିକେଟ୍‌ ଦେଇପାରେ ବିଜେଡି।