କିଏ ବା ଅଛି କେଉଁ ମତେ

ଭବିଷ୍ୟତରେ ଭାରତରେ କ’ଣ ଘଟିବ ତାକୁ ନିର୍ଭୁଲ୍‌ ଭାବେ କହିପାରୁଥିଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ। ତାଙ୍କୁ ଶ୍ରଦ୍ଧାରେ ଆମେ ସିଆର୍‌ ବା ମାଡ୍ରାସ ଫକ୍‌ସ ବୋଲି କହୁ। ସ୍ବାଧୀନତାର ୨ବର୍ଷ ପୂର୍ବରୁ ସେ ବମ୍ବେର ଏକ ସାଧାରଣ ସଭାରେ କହିଥିଲେ, ବ୍ରିଟିଶ ଇଣ୍ଡିଆର ବିଭାଜନ ନିଶ୍ଚିତ। ଧରାଯାଉ ଜଣେ ଲୋକ ଏକ ଲୁଗାକୁ କଛାମାରି ପିନ୍ଧିଛି। ଯଦି ଏହାର ଗୋଟିଏ ପାଖ ଚିରିଯାଏ ଏବଂ ବାରମ୍ବାର ସିଲେଇ କଲେ ବି ପୁଣି ଫାଟିଯାଏ, ଜଣେ ବୁଦ୍ଧିମାନ ଲୋକ ସେହି ଅଂଶଟି ପୂରାପୂରି ଚିରି ବାକି ଅଂଶକୁ ଲୁଙ୍ଗି ରୂପେ ବ୍ୟବହାର କରିପାରିବେ। ଠିକ୍‌ ସେହିପରି କଂଗ୍ରେସ ଓ ମୁସ୍‌ଲିମ୍‌ ଲିଗ୍‌ ମଧ୍ୟରେ ବାରମ୍ବାର ବୈଠକ ହେଲେ ବି ଟିକିଏ ହେଲେ ସୁଫଳ ମିଳୁନାହିଁ, ବରଂ ବେଶି ଫାଟ ସୃଷ୍ଟି ହେଉଛି। ବ୍ରିଟିଶ ଇଣ୍ଡିଆର ଏକ ଅଂଶକୁ ପାକିସ୍ତାନ ନାମରେ ନାମିତ କରାଯାଉ ଓ ଏ ମର୍ମରେ ଏକ ରିଜୋଲ୍ୟୁଶନ କଂଗ୍ରେସରେ ପାସ୍‌ କରାଯାଉ। ୨ଭାଗରେ ବିଭକ୍ତ ନ ହେଲେ ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସକମାନେ ଅଧିକ ବିଭ୍ରାଟ ସୃଷ୍ଟି କରିବେ। ତାଙ୍କ ଭବିଷ୍ୟବାଣୀ ସତ ହେଲା।
ରାଜନୀତି କଲେ ଅନେକ ଦମ୍ଭୋକ୍ତି କରିବାକୁ ପଡ଼ିଥାଏ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ, ସେ ବଞ୍ଚତ୍ଥିବା ଯାଏ ଭାରତର ବିଭାଜନ ଅସମ୍ଭବ। ନିଅଁାଗିଳା ଚର୍ଚ୍ଚିଲ ଆମକୁ କେବେହେଲେ ସ୍ବାଧୀନତା ଦିଆଯିବ ନାହିଁ ବୋଲି କହୁଥିଲେ। ୧୯୪୫ରୁ ୧୯୫୫ ଯାଏ କଳେ ବଳେ କୌଶଳେ ଭାରତରେ ଜବରଦସ୍ତ ଶାସନ କରିବା ପାଇଁ ସେ ଭାଇସ୍‌ରାୟ ଲିନ୍‌ଲିଥ୍‌ଗୋଙ୍କୁ ପ୍ରବର୍ତ୍ତାଇଲେ। ଚର୍ଚ୍ଚିଲ ଥରେ କହିଥିଲେ- ”ଆଇ ଉଇଲ୍‌ ବି ହର୍‌ ମାଜେଷ୍ଟିସ୍‌ ଲାଷ୍ଟ୍‌ ପ୍ରାଇମ୍‌ ମିନିଷ୍ଟର ଟୁ ପ୍ରିଜାଇଡ୍‌ ଓଭର୍‌ ଦି ଲିକ୍ୱିଡେଶନ୍‌ ଅଫ୍‌ ବ୍ରିଟିଶ ଏମ୍ପାୟର। “ ୧୯୪୨ରେ ଭାରତକୁ କ୍ଷମତା ହସ୍ତାନ୍ତର ବିଷୟରେ କଥାବାର୍ତ୍ତା ପାଇଁ ସାର୍‌ ଷ୍ଟାଫୋର୍ଡ କିପ୍‌ସ ଆମ ଦେଶକୁ ଆସିଲେ। ସେ ଆମକୁ ଏକ ଅଖଣ୍ଡ ଭାରତ ଦେଇଥାଆନ୍ତେ, ଯେଉଁଠି ୫ଶହ ପ୍ରନ୍ସିଲି ଷ୍ଟେଟ୍‌ ରହିଥାଆନ୍ତେ; ତାଙ୍କ ଇଚ୍ଛା ନ ହେଲେ ସେମାନେ ଇଣ୍ଡିଆନ୍‌ ୟୁନିୟନରୁ ବାହାରି ପାରୁଥାଆନ୍ତେ। ଡିଫେନ୍ସ ରହିଥାଆନ୍ତା ଗଭର୍ନର ଜେନେରାଲଙ୍କ ହାତରେ। ଆମକୁ ସ୍ବାଧୀନ ଦେଶ ବୋଲି କୁହାଯାଉଥାଆନ୍ତା। ଗାନ୍ଧିଜୀ ତାଙ୍କ ପ୍ରସ୍ତାବ ଶୁଣି ତାଙ୍କୁ ପରବର୍ତ୍ତୀ ଉଡ଼ାଜାହାଜରେ ଇଂଲଣ୍ଡ ଫେରିଯିବା ପାଇଁ ଉପଦେଶ ଦେଲେ। ତାଙ୍କ ପ୍ରସ୍ତାବକୁ ‘ପୋଷ୍ଟଡେଟେଡ୍‌ ଚେକ୍‌ ଅନ୍‌ ଏ କ୍ରାସିଂ ବ୍ୟାଙ୍କ୍‌’ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। ବିଭାଜନକୁ ଦୃଢ଼ଭାବରେ ସମର୍ଥନ କରିଥିଲେ ନେହେରୁ, ପଟେଲ ଓ କ୍ରିପାଳିନୀ ପ୍ରମୁଖ ଦୂରଦୃଷ୍ଟିସମ୍ପନ୍ନ ନେତାମାନେ। ସେମାନେ ଆମକୁ ‘ବଲ୍‌କାନାଇଜେଶନ’ରୁ ରକ୍ଷା କରିଛନ୍ତି।
ଭାରତରେ ପୁରାଣ ଓ ଇତିହାସର ଅପୂର୍ବ ସମନ୍ବୟ ଦେଖିବାକୁ ମିଳେ। ମହିଷାସୁରର ନିଧନ ପାଇଁ ଜଗଜ୍ଜନନୀ ମା’ ଦୁର୍ଗାଙ୍କୁ ଦେବତାମାନେ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ। ତଥାପିି ତା’ର ପତନ ନ ହେବାରୁ ବାଧ୍ୟହୋଇ ସେ ସୃଷ୍ଟି ରକ୍ଷା ଲାଗି ଅଙ୍ଗବସ୍ତ୍ର ତ୍ୟାଗକରି ବିବସନା ହେଲେ। ଠିକ୍‌ ସେହିଭଳି ଆମର ଅସଂଖ୍ୟ ବିଚକ୍ଷଣ ନେତା କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଶେଷରେ ବିଭାଜନକୁ ଗ୍ରହଣ କଲେ। ଅଖଣ୍ଡ ଭାରତ ଚିନ୍ତା ସବୁଦିନ ପାଇଁ ପରିହାର କଲେ।
ଦ୍ୱିତୀୟ ମହାଯୁଦ୍ଧ ପରେ କମ୍ୟୁନିଷ୍ଟ ରୁଷିଆ ଓ କ୍ୟାପିଟାଲିଷ୍ଟ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୁଏ। ପୁଣି ଥରେ ସିଆର୍‌ଙ୍କ ପାଖକୁ ଫେରିବା। ଥରେ ଭାଷଣ ପ୍ରସଙ୍ଗରେ ସେ କହିଥିଲେ, ଦେଖ-କ୍ୟାପିଟାଲିଜମ୍‌ ହେଲା ‘ଅସନା ତେଲ’ ଓ କମ୍ୟୁନିଜମ୍‌ ହେଉଛି ‘କଷ୍ଟିକ୍‌ ସୋଡ଼ା’ ଯାହା ହାତକୁ ପୋଡ଼ିଦିଏ। କିନ୍ତୁ ଦୁଇଟିଯାକକୁ ମିଶାଇଦେଲେ ହୁଏ ଏକ ସାବୁନ, ଯାହାଦ୍ୱାରା ଆମେ ଲୁଗାର ମଇଳା ସଫାକରୁ। ସେହିପରି କମ୍ୟୁନିଜମ୍‌ ଓ କ୍ୟାପିଟାଲିଜମ୍‌ ଦେଶଗୁଡ଼ିକ ଏ ପୃଥିବୀର ସମସ୍ୟାକୁ ମିଳିମିଶି ସମାଧାନ କରନ୍ତୁ। ଏହାଦ୍ୱାରା ସମଗ୍ର ମାନବ ସମାଜ ଉପକୃତ ହେବ।
କିନ୍ତୁ ଏବର ପରିସ୍ଥିତି ପୂରାପୂରି ଓଲଟା। ବର୍ତ୍ତମାନର ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ଆମେରିକା ଓ ରୁଷିଆର ଯୁଦ୍ଧ ବୋଲି କୁହାଯାଇପାରେ। ନାଟୋ ଜରିଆରେ ପ୍ରଚୁର ମାରାତ୍ମକ ଦାମୀ ଯୁଦ୍ଧାସ୍ତ୍ର ବିକିବା ଆମେରିକାର ଅସଲ ଉଦ୍ଦେଶ୍ୟ। ଏ ଯୁଦ୍ଧ ଯେମିତି ଅଧିକ ଦିନ ଲାଗିବ ସେ ବ୍ୟବସ୍ଥା ସେ କରୁଛି। ସାମ୍ର୍ରାଜ୍ୟବାଦୀ ଦେଶଗୁଡ଼ିକ ସଦାବେଳେ ଡାହାଣୀ ହୋଇ ଲାଗନ୍ତି ଓ ଗୁଣିଆ ହୋଇ ଝାଡ଼ନ୍ତି। ଏଠାରେ ସ୍ମରଣ କରାଯାଇପାରେ ଯେ ପ୍ରଥମେ ଆଫଗାନିସ୍ତାନକୁ ରୁଷିଆ ଆକ୍ରମଣ କଲା। ତାକୁ ପରାସ୍ତ କରିବାପାଇଁ ଆମେରିକା ‘ତାଲିବାନ୍‌’ ମାନଙ୍କୁ ସୃଷ୍ଟି କଲା ଓ ଓସାମା ବିନ୍‌ ଲାଡେନର ଆବିର୍ଭାବ ହେଲା । ପାକିସ୍ତାନର ଉଗ୍ରପନ୍ଥୀମାନଙ୍କୁ ଚାଇନା ସଦାବେଳେ ସାହାଯ୍ୟ କରି ଆସିଛି। ଚାଇନାର ସାମ୍ରାଜ୍ୟବାଦ ସମସ୍ତଙ୍କୁ ଜଣା। ଋଣଜାଲରେ ଛନ୍ଦିହୋଇ ଶ୍ରୀଲଙ୍କାର ଅବସ୍ଥା ଶୋଚନୀୟ ହୋଇଯାଇଛି। ନାନା ପ୍ରକାର ପରମାଣୁ ଅସ୍ତ୍ର ତିଆରି କରାଯାଏ କେବଳ ଅନ୍ୟ ଦେଶଗୁଡ଼ିକୁ ଡରାଇବା ପାଇଁ। ୧୯୭୧ ମସିହାର ବାଂଲାଦେଶ ମୁକ୍ତି ସଂଗ୍ରାମ ବିଷୟ ଚିନ୍ତା କରିବା। ପାକିସ୍ତାନ ସ୍‌ୃଷ୍ଟିହେବା ଦିନୁ ସେଠାରେ ଗଣତନ୍ତ୍ରକୁ ଧ୍ୱଂସ କରିଚାଲିଛି ଆମେରିକା। ପଶ୍ଚିମ ପାକିସ୍ତାନର ମିଲିଟାରି ଶାସକମାନେ ପୂର୍ବ ପାକିସ୍ତାନରେ ଅକଥନୀୟ ଅତ୍ୟାଚାର କଲେ ଓ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନ ପାକିସ୍ତାନକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କଲେ। ମୁକ୍ତି ସଂଗ୍ରାମକୁ ଭଣ୍ଡୁର କରିବା ଓ ଭାରତକୁ ଡରାଇବା ପାଇଁ ଭାରତ ମହାସାଗରରେ ସେଭେନ୍‌ଥ ଫ୍ଲିଟ୍‌ ରଖିଲେ। କିନ୍ତୁ ଇନ୍ଦିରା ଗାନ୍ଧୀ ତା’ର ଦୃଢ଼ ଜବାବ ଦେଇ ବାଂଲାଦେଶ ସୃଷ୍ଟି କଲେ। ଥରେ ହେନେରି କିସିଞ୍ଜର ବିରକ୍ତ ହୋଇ କହିଥିଲେ, ”ଦାଟ୍‌ ଲେଡି ଇଜ୍‌ କୋଲ୍‌ଡ ଆଣ୍ଡ୍‌ ଟଫ୍‌, ଦେୟାର ଇଜ୍‌ ଏ ପାଓ୍ବାର ଅଫ୍‌ ଅନ୍‌କାନି ଇନ୍‌ ହର୍‌ ସେନ୍‌ସ ଅଫ୍‌ ଟାଇମିଂ।“ ସାମ୍ରାଜ୍ୟବାଦୀ ଦେଶର ଶାସକମାନେ ଇତିହାସରୁ କିଛି ଶିଖନ୍ତି ନାହିଁ। ସେମାନେ କ’ଣ ଭାବନ୍ତି ଓ କରନ୍ତି – ଏ ସବୁ ଚିନ୍ତା କଲେ ଆମର ପରମ ଉଦାର ବୈଷ୍ଣବ କବି ଜଗନ୍ନାଥ ଦାସଙ୍କ ଭାଗବତର ଦୁଇଧାଡ଼ି ମନେପଡ଼େ-
“ କିଏ ବା ଅଛି କେଉଁ ମତେ,
ତାହା ମୁଁ ଜାଣିବି କେମନ୍ତେ? ”

 

  • ଡ. ନିରଞ୍ଜନ ମିଶ୍ର
    ଆଇଆର୍‌ସି ଭିଲେଜ, ଭୁବନେଶ୍ୱର
    ମୋ-୯୪୩୭୨୫୮୯୩୬

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?