ରାଜସ୍ଥାନର ୫ ଯୁବକଙ୍କ ସମେତ ୭ ଗିରଫ

ଧର୍ମଶାଳା,୩ା୯(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବାଜାରରୁ ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଲୁଟ୍‌ ଘଟଣାରେ ସମ୍ପୃକ୍ତ ରାଜସ୍ଥାନର ୫ ଯୁବକଙ୍କ ସମେତ ଓଡ଼ିଶାର ୨ଜଣ ଯୁବକଙ୍କୁ ମିଶାଇ ମୋଟ୍‌ ୭ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଏଥିସହିତ ସେମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୬୮ ହଜାର ଟଙ୍କା, ନମ୍ବର ପ୍ଲେଟ୍‌ ବଦଳାଯାଇ ଡକାୟତିରେ ବ୍ୟବହୃତ ହୋଇଥିବା ୨ଟି କାର୍‌, ଲୁଟ୍‌ ଏଟିଏମ୍‌, ଲୁଟରେ ବ୍ୟବହୃତ ସରଞ୍ଜାମ, ୮ଟି ମୋବାଇଲ ଫୋନ ଓ ୧୦ଟି ସିମ୍‌ କାର୍ଡ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରାଜସ୍ଥାନ ଅଲୱର ଜିଲାର ଅସଲମ ହାସମି(୩୫), ସଦାମ ହୋସେନ (୩୦), ମହମ୍ମଦ ଜମସେଦ ଖାଁ (୩୨), ସୁମୀତ କୁମାର (୩୨), ରାଜସ୍ଥାନ ଦୌସା ଜିଲାର ଏମ୍‌ପି ମିନା(୨୩) ଓ ଏମାନଙ୍କୁ ଦାନଗଦିଠାରେ ଘରଭଡ଼ା ଯୋଗାଇ ଥିବା ଯାଜପୁର ରୋଡ୍‌ ଥାନା ଅଧୀନ ଦାନଗଦୀ ତ୍ରିଜଙ୍ଗା ଅଞ୍ଚଳର ସେକ୍‌ ଇଦ୍ରିସ (୩୬) ଏବଂ ଅଭିଯୁକ୍ତଙ୍କୁ ସିମ୍‌ କାର୍ଡ ଯୋଗାଇଥିବା ଖୋର୍ଦ୍ଧା ଜିଲା ଚତ୍ରମା ଅଞ୍ଚଳର ତପନ କୁମାର ପ୍ରଧାନ(୨୮)। ଯାଜପୁର ଏସ୍‌ପି ରାହୁଲ ପିଆର୍‌ ଧର୍ମଶାଳା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି, ଧର୍ମଶାଳା ଥାନା ନେଉଳପୁର ବଜାରରେ ଥିବା ଏଟିଏମ୍‌କୁ ଗତ ମାସ ୨୪ ତାରିଖ ରାତିରେ ଦୁର୍ବୃତ୍ତ ତାଡ଼ି ନେଇଥିଲେ। ଏହି ଘଟଣା ୨୫ ତାରିଖ ସକାଳେ ଜଣାପଡ଼ବା ପରେ ଏସ୍‌ବିଆଇ ଏଟିଏମ୍‌ ପ୍ରୋଜେକ୍ଟ ମ୍ୟାନେଜର ପ୍ରୀତମ କୁମାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୪୮୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଲୁଟ ଏଟିଏମ୍‌ରେ ୫ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଥିଲା। ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କ ପାଇଁ ଘରଭଡ଼ା ଯୋଗାଡ଼ କରିଥିବା ଦାନଗଦୀ ଅଞ୍ଚଳର ଇଦ୍ରିସଙ୍କୁ ପ୍ରଥମେ ଗିରଫ କରିଥିଲା। ତାଙ୍କଠାରୁ ତଥ୍ୟ ହାସଲ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲାରେ ଏଭଳି ଏକ ଏଟିମ୍‌ ଲୁଟ୍‌ ଯୋଜନା କରିଥିଲେ। ଖବର ପାଇ ମୟୂରଭଞ୍ଜ ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ପରେ ମୟୂରଭଞ୍ଜ ଓ ଯାଜପୁର ପୋଲିସ ମିଳିତ ଭାବେ ଦାନଗଦୀ ଅଞ୍ଚଳରେ ଚଢ଼ାଉ କରି ରାଜସ୍ଥାନର ୫ ଯୁବକଙ୍କୁ ଗିରଫ କରିଥିଲେ। ଏହାପରେ ସିମ୍‌ ବ୍ୟବସାୟୀ ତପନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ, ଅଗଷ୍ଟ ୨୦ରେ ସେମାନେ ରାଜସ୍ଥାନରୁ ଆସି ଦାନଗଦୀ ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହିବା ସହ ଖୋର୍ଦ୍ଧା ଅଞ୍ଚଳର ମୋବାଇଲ୍‌ ସିମ ବ୍ୟବସାୟୀ ତପନଙ୍କ ପାଖରୁ ୧୦ଟି ସିମ୍‌ କିଣିଥିଲେ। ଏହି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ ପ୍ରମୋଦ ମଲ୍ଲିକ ଓ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri