ଚାଇନା ଏବେ ପର୍ଯ୍ୟନ୍ତ କାହିଁକି ଦେଉନାହିଁ କରୋନା ଡାଟା: ଡବ୍ଲୁଏଚଓ

ଜେନେଭା,୧୮ ।୩: ସାରା ବିଶ୍ୱରେ ୨୦୨୦ରେ କୋଭିଡ ମହାମାରି ପାଦ ରଖିଥିଲା । ଏହି ମାରାତ୍ମକ କରୋନା ଜୀବଣୁ ପ୍ରଥମେ ଚାଇନାର ଉହାନ ସହରରେ ମିଳିଥିଲା । ତିନିବର୍ଷ ପରେ ଦ ନ୍ୟୁୟର୍କସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଳୁଏଚଓ) ବୈଜ୍ଞାନିକ ଅନୁସନ୍ଧାନ ବନ୍ଦ କରିବାକୁ ଚାଇନା କର୍ତ୍ତୁପକ୍ଷଙ୍କୁ ତାଗିଦ କରିଥିଲା, ଯାହା କରୋନା ଭାଇରସ ଉତ୍ପତ୍ତି ସମ୍ପର୍କରେ ସୂଚନା ଦେଇଥାଆନ୍ତା ।
କରୋନା ମହାମାରୀ ପାଇଁ ସାରା ବିଶ୍ୱ ଚାଇନାକୁ ଦାୟୀ କରୁଥିବା ବେଳେ ଏହାକୁ ନେଇ ନାନା ପ୍ରଶ୍ନର ସାମ୍ନା କରୁଛି ଚାଇନା । ଅଧିକାଂଶ ଦେଶ କୋଭିଡ ଭାଇରସ ପାଇଁ ଚାଇନାକୁ ଦାୟୀ କରୁଛନ୍ତି । ଚାଇନା କୋଭିଡ ସମ୍ପର୍କିତ ସୂଚନା ପ୍ରଥମେ ୩୧ ଡିସେମ୍ବର ୨୦୧୯ରେ ଦେଇଥିଲା ।
ତେବେ ୩ ବର୍ଷ ପରେ ବି ଚାଇନା କୋଭିଡ ଡାଟା ନ ଦେଉଥିବାରୁ ଡବ୍ଲୁଏଚଓ ମୁଖ୍ୟ ଅଧିକାରୀ ଏହାର କାରଣକୁ ନେଇ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଡାଟା ଇଣ୍ଟନେଟ ସ୍ପେଶରୁ ହଟିଯାଉଥିଲା, ଭାଇରସ ବିଶେଷଜ୍ଞର ଏକ ଅନ୍ତରାଷ୍ଟ୍ରୀୟ ଟିମ ଡାଟାକୁ ଡାଉନଲୋଡ କରି ଏହାର ବିଶ୍ଳେଷଣ କରିବା ଆରମ୍ଭ କରିଥିଲେ । ଡାଟା ବିଶ୍ଳେଷଣରୁ ଜଣାପଡିଥିଲା କି ମହାମାରୀ ଅବୈଧ ଭାବେ ରୈକୁନ କୁକରଠାରୁ ଆରମ୍ଭ ହୋଇଥିଲା, ଯାହା ଚାଇନାର ଉହାନ ହୁଆନାନ ସିଫୁଡ ହୋଲସେଲ ମାର୍କେଟରୁ ମଣିଷଙ୍କୁ ବ୍ୟାପିଥିଲା ।
ଦ ନ୍ୟୁୟର୍କସ ଟାଇମସର ରିପୋର୍ଟ ଅନୁଯାୟୀ,, ବିଶେଷଜ୍ଞମାନେ ଚାଇନା ସମକକ୍ଷଙ୍କ ସହ ବିଶ୍ଳେଷଣ ଉପରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ , ହେଲେ ଟିମ ଶେଷ ପରିଣାମ ପର୍ଯ୍ୟନ୍ତ ପହଞ୍ଚିିବା ପୂର୍ବରୁ ଡାଟାବେସରୁ ଜିନ କ୍ରମଗୁଡିକ ହଟାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri