ଜୁରି ସଦସ୍ୟ କଲା କିଏ

ନିକଟରେ ଗୋଆଠାରେ ଶେଷ ହୋଇଥିବା ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ‘ଦି କଶ୍ମୀର ଫାଇଲ୍ସ’ ପ୍ରଦର୍ଶିତ ହେବା ପରେ ଏହା ଆହୁରି ବିବାଦ ଭିତରକୁ ଚାଲିଯାଇଛି। ବିଚାରକମଣ୍ଡଳୀ ମୁଖ୍ୟ ଇସ୍ରାଏଲର ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଦାଭ ଲାପିଡ୍‌ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ ଓ ଅଶ୍ଳୀଳ ସିନେମା ବୋଲି ଅବିହିତ କରିଛନ୍ତି। ଲାପିଡ୍‌ କହିଥିଲେ, ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଆସିଥିବା ୧୫ ଫିଲ୍ମ ମଧ୍ୟରୁ ୧୪ଟିରେ ଚଳଚ୍ଚିତ୍ର ସମ୍ବନ୍ଧୀୟ ଗୁଣାବଳୀ ଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ୧୫ତମ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ଦେଖିବା ପରେ ‘ଆମେ ସମସ୍ତେ’ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲୁ ଓ ତାହା ଆମକୁ ଝଟକା ଦେଇଥିଲା। ସେ ଆହୁରି ପ୍ରଶ୍ନ କରିଥିଲେ ଯେ ଏଭଳି ଏକ ଅଶ୍ଳୀଳ ଓ ଅନୁପଯୁକ୍ତ ଚଳଚ୍ଚିତ୍ର କିପରି ଓ କାହିଁକି ଅନ୍ତର୍ଜାତୀୟ ବର୍ଗରେ ପ୍ରଦର୍ଶିତ ହେଲା। ଲାପିଡ୍‌ ଜଣେ ଅନ୍ତର୍ଜାତୀୟ ସ୍ତରର ସିନେମା ନିର୍ଦ୍ଦେଶକ। ସେ ଅନେକ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ସିନେମା ‘ସିନୋନିମ୍‌’ ୬୯ତମ ବର୍ଲିନ୍‌ ଫିଲ୍ମ ମହୋତ୍ସବରେ ଗୋଲ୍ଡେନ୍‌ ବେୟର ଆଓ୍ବାର୍ଡ ପାଇଥିଲା। ଏଥିସହିତ ତାଙ୍କର ଅନ୍ୟ ଏକ ସିନେମା ‘ପୋଲିସମ୍ୟାନ୍‌’ ଲୋକୋର୍ଣ୍ଣୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ରେ ବିଶେଷ ପୁରସ୍କାର ପାଇଥିଲା। ଗତବର୍ଷ କାନ୍‌ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ସିନେମା ‘ଆହେଡ୍‌ସ ନି’ ଅନ୍ୟତମ ପୁରସ୍କାର ‘ପାଲମଦର’ ହାସଲ କରିଥିଲା। ଏହାବ୍ୟତୀତ ଲାପିଡ୍‌ ବିଭିନ୍ନ ଅନ୍ତର୍ଜାତୀୟ ସିନେମା ମହୋତ୍ସବରେ ଜୁରି ସଦସ୍ୟ ରହିଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍‌ଙ୍କ ସମେତ ଆମେରିକୀୟ ଫିଲ୍ମ ପ୍ରଯୋଜକ ଜିଙ୍କୋ ଗୋଟୋ, ସ୍ପେନୀୟ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଜାଭିଅର୍‌ ଏଞ୍ଜୁଲୋ ବାର୍ଟୁରେନ୍‌୍‌ ଏବଂ ଫରାସୀ ଚଳଚ୍ଚିତ୍ର ସମ୍ପାଦକ ପାସ୍କାଲ ଶାଭେନ୍ସ ବିଚାରକମଣ୍ଡଳୀର ସଦସ୍ୟ ଥିଲେ। ଏଠାରେ ଆହୁରି ମଧ୍ୟ କୁହାଯାଇପାରେ ଯେ ନିକଟରେ ଶେଷ ହୋଇଥିବା ଗୋଆ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ପାଇଁ ଯେତେଜଣ ଜୁରି ସଦସ୍ୟ ହୋଇଛନ୍ତି ସେମାନେ ସମସ୍ତେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ଏହି ସଦସ୍ୟଙ୍କୁ ବାଛିବା ପଛରେ ଏକ ମହତ୍‌ ଉଦ୍ଦେଶ୍ୟ ରହିଛି। ଏହିଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନଙ୍କୁ ସମ୍ପୃକ୍ତ କରାଇଲେ ସେହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି ପାଇଥାଏ। ଉଦାହରଣସ୍ବରୂପ, ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଦକ୍ଷିଣ ଆଫ୍ରିକାରେ କ୍ରିକେଟ ଖେଳ ହୁଏ ତେବେ ଅମ୍ପାୟାର ସବୁବେଳେ ଅନ୍ୟ ଏକ ଦେଶର ରହିଥାନ୍ତି। ଏହାଦ୍ୱାରା ନିରପେକ୍ଷତା ବଜାୟ ରହେ। ଏହି ଚିନ୍ତାକୁ ବୁଝିପାରିଲେ ଜଣାପଡ଼େ ଯେ ଲାପିଡ୍‌ ଓ ତାଙ୍କ ସହିତ ଗୋଆ ଫିଲ୍ମ ମହୋତ୍ସବରେ ଜୁରି ସଦସ୍ୟଙ୍କ ପ୍ରତିଭା ଓ ଯୋଗ୍ୟତାକୁ ନିରୀକ୍ଷଣ କରି ଭାରତ ସରକାର ସେମାନଙ୍କୁ ବାଛିଥିଲେ।
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କଶ୍ମୀର ଫାଇଲ୍ସ’ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବା ପରେ ଭାରତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେଥିରେ ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରରେ ପଣ୍ଡିତମାନେ ଭୋଗିଥିବା ଦୁର୍ଦ୍ଦଶା, ହତ୍ୟା ଓ ସଂଗ୍ରାମର କାହାଣୀ ବର୍ଣ୍ଣନା କରାଯାଇଛି। ସେହି ଦୃଷ୍ଟିରୁ ଏହାକୁ ସବୁ ଭାରତୀୟ ଦେଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ସେତେବେଳେ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏପରି କି ଅନେକ ରାଜ୍ୟ ସରକାର ଏହାକୁ ଦେଶାତ୍ମବୋଧକ ଚିନ୍ତା ଉଦ୍ରେକକାରୀ ଚଳଚ୍ଚିତ୍ର ଆଖ୍ୟା ଦେଇ ଟିକସ ଛାଡ଼ କରିଦେଇଥିଲେ। ଏଥିସହିତ ପାର୍ଲାମେଣ୍ଟ ସମେତ ଅନେକ ଜାଗାରେ ତାହାର ମାଗଣା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଏବେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଏହା ସମାଲୋଚିତ ହେବା ପରେ ଆଜି ମୁମ୍ବାଇ ସିନେମା ଜଗତର ଯେଉଁ କେତେଜଣ ବ୍ୟକ୍ତିବିଶେଷ ଗଣମାଧ୍ୟମକୁ ଆସି ଲାପିଡ୍‌ଙ୍କୁ ଆକ୍ରମଣ କରୁଛନ୍ତି ସେମାନେ ଜଜ୍‌ ଏବଂ ଜୁରିର ତଫାତ୍‌ ବୁଝିବା ସହିତ କେନ୍ଦ୍ର ସରକାରଙ୍କ ଏହି ଘଟଣା ଘଟାଇବାରେ ଭୂମିକାକୁ ହୃଦୟଙ୍ଗମ କରିବା ଦରକାର। ଆଜିର ଭାରତ ସରକାରଙ୍କ ପ୍ରତିଟି ପଦକ୍ଷେପ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। କୌଣସି ଘଟଣା ଘଟୁନାହିଁ ଯେଉଁଥିରେ ଶାସକ ଦଳର ଉଦ୍ଦେଶ୍ୟ ରହୁନାହିଁ। ଦି କଶ୍ମୀର ଫାଇଲ୍ସକୁ ବହୁଳ ପ୍ରସାରିତ କରିବା ପାଇଁ ଏବେକାର ସମୟ ଉପଯୋଗୀ ଥିଲା ବୋଲି ଭାବିହେବ। ଅଳ୍ପ କିଛିଦିନ ପରେ ଗୁଜରାଟ ବିଧାନସଭା ଲାଗି ଭୋଟ ହେବ। ତାହା ପୂର୍ବରୁ ଯଦି ଏହି ଅନ୍ତର୍ଜାତୀୟ ଜୁରି ଦି କଶ୍ମୀର ଫାଇଲ୍ସ ସମେତ ୧୫ଟି ସିନେମାକୁ ପ୍ରଶଂସା କରିଦେଇ ଥାଆନ୍ତେ ତେବେ ଅତ୍ୟନ୍ତ ପୁରାତନ ହିନ୍ଦୁ ଧର୍ମ ପାଇଁ ଅନେକ ସାହାଯ୍ୟ ହୋଇଥା’ନ୍ତା। ଏଥିସହିତ ପେଗାସସ୍‌ ଭଳି ଅନେକ ଦାମୀ ଯାନ୍ତ୍ରିକ ଉପକରଣ ଇସ୍ରାଏଲ୍‌ଠାରୁ କିଣାଯାଇଥିବାରୁ ସେହି ଦେଶର ସିନେମା ନିର୍ଦ୍ଦେଶକ ନାଦାଭ ଲାପିଡ୍‌ଙ୍କୁ ଜୁରିର ଅଧ୍ୟକ୍ଷ କରାଯାଇଥିବାର ଲାଭ ହାସଲ ହୋଇଥାଆନ୍ତା। ଏହା ଲଜ୍ଜା ନୁହେଁ, ଦୁଃଖର ବିଷୟ ଯେ ଅନ୍ତର୍ଜାତୀୟ ସିନେମା ନିର୍ଦ୍ଦେଶକମାନେ ଆମ ଦେଶର କୋଚୋଟିଆ ରାଜନୀତିକୁ ବୁଝିବାରେ ଅସଫଳ ହେବା ଯୋଗୁ ଦି କଶ୍ମୀର ଫାଇଲ୍ସକୁ ପ୍ରଶଂସା କରିବା ପରିବର୍ତ୍ତେ ସମାଲୋଚନା କରିଦେଇଗଲେ। ସେମାନଙ୍କ ମତ ବାସ୍ତବ ସିନେମା ପ୍ରସ୍ତୁତି ଓ ସତ୍ୟ ଉପରେ ଆଧାରିତ ହୋଇଥିବାରୁ ତାଙ୍କୁ ଖୁଣି ହେବ ନାହିଁ। କିନ୍ତୁ ସେମାନଙ୍କୁ ଭାରତରେ ଆସି ସରକାରୀ କାର୍ଯ୍ୟକ୍ରମରେ ଜୁରି ସଦସ୍ୟ ହେବାର ଅଧିକାର ଦେଲା କିଏ ? ସତ୍ୟ ଶୁଣିବାକୁ ଅରାଜି ବ୍ୟକ୍ତିମାନେ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri