ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ହିରୋ କିଏ ଜାଣନ୍ତି

ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ସଲମାନ ଖାନଙ୍କ ମଧ୍ୟରେ ସ୍ବତନ୍ତ୍ର ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ପ୍ରତି ସଲମାନଙ୍କର ବହୁତ ସମ୍ମାନ ରହିଛି। ରଣଭୀର ସିଂଙ୍କ ଶୋ’ ‘ବିଗ ପିକ୍ଚର୍‌’ର ମଞ୍ଚରେ ପହଞ୍ଚି ଧର୍ମେନ୍ଦ୍ରଙ୍କ ପ୍ରତି ସେ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ସଲ୍ଲୁ କହିଥିଲେ ସେ କେବଳ ବଲିଉଡରେ ଧର୍ମେନ୍ଦ୍ରଙ୍କୁ ଫଲୋ କରୁଛନ୍ତି। ସେ ମୋ ଆଦର୍ଶ। ଏହି ଭିଡିଓ ଦେଖିବା ପରେ ଧର୍ମେନ୍ଦ୍ର ନିଜର ପ୍ରତିକ୍ରିୟା ଦେଇ ବଲିଉଡର ଭାଇଜାନଙ୍କ ଉପରେ ନିଜର ଭଲପାଇବା ବଖାଣିଛନ୍ତି।
ସଲମାନ ଖାନ ଚଳିତ ସପ୍ତାହ ଶେଷରେ ରଣଭୀର ସିଂଙ୍କ ସୋ ‘ବିଗ ପିକ୍ଚର୍‌’ର ମଞ୍ଚରେ ନଜର ଆସିବେ। ଏହାର ପ୍ରୋମୋ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସଲମାନ ଧର୍ମେନ୍ଦ୍ରଙ୍କୁ ଆଦର୍ଶ ବୋଲି ବର୍ଣ୍ଣନା କରିଥିଲେ। ଭିଡିଓ ଦେଖିବା ପରେ ଧର୍ମେନ୍ଦ୍ର ନିଜକୁ ଅଟକାଇ ପାର ନାହାନ୍ତି। ସୋସିଆଲ ମିଡିଆରେ ସଲମାନଙ୍କ ପାଇଁ ଏକ ସୁନ୍ଦର ନୋଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ପ୍ରିୟ ସଲମାନ, ତୁମକୁ ଢେର ସାରା ଭଲପାଇବା। ମୋ ପାଇଁ ଏପରି ଏକ ସୁନ୍ଦର ମନ୍ତବ୍ୟ ପାଇଁ। ତୁମେ ବଲିଉଡର ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ମୁଁ ତୁମର ସରଳତାକୁ ଭଲ ପାଏ। ତୁମେ ସର୍ବଦା ସୁସ୍ଥ ରୁହ ଏବଂ ଜୀବନ ସୁଖରେ ପରିପୂର୍ଣ୍ଣ ହେଉ ବୋଲି ସେ କହିଛନ୍ତି।
ସଲମାନ ଖାନ ଏବଂ ଧର୍ମେନ୍ଦ୍ର ପରସ୍ପରର ଅତି ନିକଟତର। ଉଭୟଙ୍କୁ ପ୍ୟାର୍‌ କିୟା ଟୁ ଡରନା କିୟା ଫିଲ୍ମରେ ଏକାଠି ଦେଖିବାକୁ ମିଳଥିଲା। ଏଥିରେ କାଜୋଲ ସଲମାନଙ୍କ ବିପକ୍ଷରେ ଥିଲେ ଏବଂ ସଲମାନଙ୍କ ଭାଇ ଅରବାଜ ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri