Posted inଖେଳ

ପଞ୍ଜାବ ମାଲିକାଣୀଙ୍କ କୋଳରେ ଏହି ଶିଶୁଟି କିଏ

ଦୁବାଇ,୪।୧୦:ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୧ ଅକ୍ଟୋବର ସାରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ, କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ପିବିଏକେ କେକେଆରକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ଖେଳର ଫଳାଫଳ ଯାହା ହୋଇଥାଇପାରେ, କିନ୍ତୁ ଷ୍ଟାଣ୍ଡରେ ଜଣେ ସୁନ୍ଦର ପ୍ରଶଂସକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ସୁପରହିଟ ମ୍ୟାଚ ସମୟରେ ପଞ୍ଜାବ କିଙ୍ଗ୍ସର ସହ-ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ କୋଳରେ ଏକ ସୁନ୍ଦର ଶିଶୁ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ବୁଝିବାକୁ ଅସମର୍ଥ ହେଲେ ଏହି ଶିଶୁଟି କିଏ? ଏହା ଦେଖି ସୋସିଆଲ ମିଡିଆରେ ଏହି ଶିଶୁର ଫଟୋ ଅଧିକ ଭାଇରାଲ ହେଲା।
ଫଟୋ ଭାଇରାଲ ହେବା ପରେ ପ୍ରୀତି ଜିଣ୍ଟାଙ୍କ କୋଳରେ ବସିଥିବା ଏହି ଛୋଟ ପିଲା ପଞ୍ଜାବ କିଙ୍ଗ୍ସ ଦଳର ଖେଳାଳି କିମ୍ବା ମ୍ୟାନେଜମେଣ୍ଟର ସଦସ୍ୟ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଥିଲା। କିନ୍ତୁ ପଞ୍ଜାବ କିଙ୍ଗସ ଦଳର କ୍ରିକେଟର ମନଦୀପ ସିଂଙ୍କ ଇନଷ୍ଟାଗ୍ରାମ ଫଟୋକୁ ଦେଖିବା ପରେ ଏହା ଜଣାପଡିଲା ଯେ ଏହା ହେଉଛି ତାଙ୍କ ପୁଅ ରାଜଭୀର ସିଂ। ସେ ୧୬ ଜାନୁୟାରୀ ୨୦୨୧ରେ ଜନ୍ମ ହୋଇଥିଲେ। ମନଦୀପ ୨୦୧୬ ମସିହାରେ ଜଗଦୀପ ଜସୱାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?