ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…

ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ ଆରମ୍ଭ ହୋଇଛି। ନୂତନ ବର୍ଷ ଅବସରରେ ରାଷ୍ଟ୍ରପତି ପୁଟିନ ଅନେକ ବଡ ଦେଶର ନେତାଙ୍କୁ ଅଭିନନ୍ଦନ ଜଣାଇ ନାହାଁନ୍ତି। ନୂଆ ବର୍ଷରେ ଭ୍ଲାଦିମିର ପୁଟିନଙ୍କ ଭାଷଣ ସମୟରେ ଏହି ମହିଳାଙ୍କୁ ସାମରିକ ୟୁନିଫର୍ମରେ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହି ମହିଳା କିଏ?

ଲରିସା ସର୍ଗୁଖିନା ନାମକ ଏହି ମହିଳାଙ୍କୁ ପୁଟିନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ। କେହି କେହି କହିଛନ୍ତି ଯେ ସେ ପୁଟିନଙ୍କ ଜଣେ ଦୃଢ଼ ସମର୍ଥକ ହୋଇଥିବାବେଳେ କେହି କେହି କହିଛନ୍ତି ଯେ ପୁଟିନ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଅଛି।

ଜାନୁଆରୀ ୧ ରେ, ଯେତେବେଳେ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ, ଏହି ସମୟରେ ତାଙ୍କ ପଛରେ ୨୦ ଲକ୍ଷ ସୈନ୍ୟ ଠିଆ ହୋଇଥିବା ଦେଖାଯାଇଥିଲା। ପୁଟିନ ତାଙ୍କ ଅଭିଭାଷଣରେ ଅନେକ ପାଶ୍ଚାତ୍ୟ ଦେଶ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଟିନଙ୍କ ସହ ଏହି ମହିଳା ସାମରିକ ପୋଷାକରେ ମଧ୍ୟ ନଜର ଆସିଥିଲେ।

ବାସ୍ତବରେ ପୁଟିନ ଏବଂ ଏହି ମହିଳାଙ୍କୁ ପ୍ରଥମେ ରୁଷିଆ ଟୁଡେ ଟିଭିରେ ପ୍ରସାରିତ ଏକ ଏପିସୋଡରେ ଦେଖିବାକୁ ମିଳିଥିଲା। ଏହା ପରେ, ମାର୍ଚ୍ଚ ୨୦୧୮ ଆରମ୍ଭରେ, ମସ୍କୋର ଲୁଜନିକି ଷ୍ଟାଡିୟମରେ ଏକ କନ୍ସର୍ଟରେ ଲାରିସା ରାଷ୍ଟ୍ରପତି ପୁଟିନଙ୍କ ସହ ସେଲଫି ନେଇଥିଲେ। ପୁଟିନ ଏହି ସମୟରେ ତାଙ୍କ କପାଳକୁ ଚୁମ୍ବନ ଦେଇଥିଲେ। ସେବେଠାରୁ ଉଭୟଙ୍କ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ମହିଳା ଡୁମା ଆୟୋଗର ଜଣେ ସଦସ୍ୟ। ଅନେକ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ମହିଳାଙ୍କୁ କିଛି ସୁଟିଂ ପାଇଁ ସୱତନ୍ତ୍ର ଭାବେ ଡକାଯାଇଥାଏ। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ପୁଟିନଙ୍କ ପଛରେ ସାମରିକ ପୋଷାକ ପିନ୍ଧିଥିବା ଲୋକମାନେ କେବଳ ଦରମା ପ୍ରାପ୍ତ ଅଭିନେତା ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri