ପୁଟିନଙ୍କ ସହିତ ସୈନ୍ୟ ପୋଷାକରେ ଥିବା ମହିଳା ଜଣକ କିଏ ? ସୋସିଆଲ ମିଡ଼ିଆରେ ଭାଇରାଲ…

ମସ୍କୋ,୨।୧ : ଜଣେ ମହିଳା ପ୍ରାୟତଃ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦେଖାଯାଇଥାନ୍ତି। ଏହି ରହସ୍ୟମୟୀ ମହିଳାଙ୍କୁ ନେଇ ରୁଷିଆରେ ଏକ ପୃଥକ ବିତର୍କ ଆରମ୍ଭ ହୋଇଛି। ନୂତନ ବର୍ଷ ଅବସରରେ ରାଷ୍ଟ୍ରପତି ପୁଟିନ ଅନେକ ବଡ ଦେଶର ନେତାଙ୍କୁ ଅଭିନନ୍ଦନ ଜଣାଇ ନାହାଁନ୍ତି। ନୂଆ ବର୍ଷରେ ଭ୍ଲାଦିମିର ପୁଟିନଙ୍କ ଭାଷଣ ସମୟରେ ଏହି ମହିଳାଙ୍କୁ ସାମରିକ ୟୁନିଫର୍ମରେ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଏହି ମହିଳା କିଏ?

ଲରିସା ସର୍ଗୁଖିନା ନାମକ ଏହି ମହିଳାଙ୍କୁ ପୁଟିନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ। କେହି କେହି କହିଛନ୍ତି ଯେ ସେ ପୁଟିନଙ୍କ ଜଣେ ଦୃଢ଼ ସମର୍ଥକ ହୋଇଥିବାବେଳେ କେହି କେହି କହିଛନ୍ତି ଯେ ପୁଟିନ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଅଛି।

ଜାନୁଆରୀ ୧ ରେ, ଯେତେବେଳେ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ଅବସରରେ ଦେଶକୁ ସମ୍ବୋଧିତ କରିଥିଲେ, ଏହି ସମୟରେ ତାଙ୍କ ପଛରେ ୨୦ ଲକ୍ଷ ସୈନ୍ୟ ଠିଆ ହୋଇଥିବା ଦେଖାଯାଇଥିଲା। ପୁଟିନ ତାଙ୍କ ଅଭିଭାଷଣରେ ଅନେକ ପାଶ୍ଚାତ୍ୟ ଦେଶ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୁଟିନଙ୍କ ସହ ଏହି ମହିଳା ସାମରିକ ପୋଷାକରେ ମଧ୍ୟ ନଜର ଆସିଥିଲେ।

ବାସ୍ତବରେ ପୁଟିନ ଏବଂ ଏହି ମହିଳାଙ୍କୁ ପ୍ରଥମେ ରୁଷିଆ ଟୁଡେ ଟିଭିରେ ପ୍ରସାରିତ ଏକ ଏପିସୋଡରେ ଦେଖିବାକୁ ମିଳିଥିଲା। ଏହା ପରେ, ମାର୍ଚ୍ଚ ୨୦୧୮ ଆରମ୍ଭରେ, ମସ୍କୋର ଲୁଜନିକି ଷ୍ଟାଡିୟମରେ ଏକ କନ୍ସର୍ଟରେ ଲାରିସା ରାଷ୍ଟ୍ରପତି ପୁଟିନଙ୍କ ସହ ସେଲଫି ନେଇଥିଲେ। ପୁଟିନ ଏହି ସମୟରେ ତାଙ୍କ କପାଳକୁ ଚୁମ୍ବନ ଦେଇଥିଲେ। ସେବେଠାରୁ ଉଭୟଙ୍କ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ମହିଳା ଡୁମା ଆୟୋଗର ଜଣେ ସଦସ୍ୟ। ଅନେକ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ମହିଳାଙ୍କୁ କିଛି ସୁଟିଂ ପାଇଁ ସୱତନ୍ତ୍ର ଭାବେ ଡକାଯାଇଥାଏ। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ପୁଟିନଙ୍କ ପଛରେ ସାମରିକ ପୋଷାକ ପିନ୍ଧିଥିବା ଲୋକମାନେ କେବଳ ଦରମା ପ୍ରାପ୍ତ ଅଭିନେତା ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri