Posted inଖେଳ

ସଚିନ-କୋହଲିଙ୍କ ମଧ୍ୟରେ କିଏ ଶ୍ରେଷ୍ଠ: ପାକିସ୍ତାନ କ୍ରିକେଟ୍‌ର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୩।୧୨: ବିରାଟ କୋହଲି ନିକଟରେ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ସର୍ବାଧିକ ଶତକର ରେକର୍ଡ ଭାଙ୍ଗିଛନ୍ତି। ତାଙ୍କର ଏହି ସଫଳତା ପରଠାରୁ କ୍ରିକେଟ ଜଗତରେ ଆଲୋଚନା ଚାଲିଛି ଯେ ସଚିନ ଏବଂ ବିରାଟଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କିଏ? କ୍ରିକେଟ ବିଶେଷଜ୍ଞମାନେ ଏହି ପ୍ରସଙ୍ଗରେ ନିଜର ଭିନ୍ନ ମତ ପ୍ରକାଶ କରୁଛନ୍ତି। ଏହି ସମୟରେ ପାକିସ୍ତାନୀ କ୍ରିକେଟର ଜୁନୈଦ ଖାନ ଏହି ବିତର୍କରେ ଏକ ନୂଆ ନାମ ଯୋଡିଛନ୍ତି। ଜୁନୈଦ ଉଭୟ ସଚିନ ଏବଂ ବିରାଟଙ୍କୁ ପ୍ରତ୍ୟାଖ୍ୟାନ କରି ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କହିଛନ୍ତି।
ନାଦିର ଅଲି ପୋଡକଷ୍ଟରେ ଜୁନୈଦଙ୍କୁ ପଚରାଯାଇଥିଲା,ସଚିନ ଏବଂ ବିରାଟଙ୍କ ମଧ୍ୟରେ କିଏ ଶ୍ରେଷ୍ଠ। ଏହାର ଜବାବରେ ସେ କହିଥିଲେ, ମୁଁ ଏଠାରେ ରୋହିତ ଶର୍ମାଙ୍କ ନାମ ନେବାକୁ ଚାହୁଁଛି। ତାଙ୍କର ସମସ୍ତ ପ୍ରକାରର ସଟ୍‌ ଅଛି । ରୋହିତଙ୍କୁ ହିଟମ୍ୟାନ କୁହାଯାଏ କାରଣ ସେ ମଧ୍ୟ ଦିନିକିଆରେ ୨୬୪ ରନ ସ୍କୋର କରିଛନ୍ତି। ଏହା ଗୋଟିଏ ଥର ନୁହେଁ। ସେ ଦିନିକିଆରେ ଅନେକଥର ଦ୍ୱିଶତକ ହାସଲ କରିଛନ୍ତି। ଅନ୍ୟ ବ୍ୟାଟ୍ସମ୍ୟାନମାନେ ଏପରି କରିସ୍ମା କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କ ନିକଟରେ କିଛି ଭିନ୍ନ ଗୁଣ ଅଛି। ଏଥିସହ ସେ ସର୍ବାଧିକ ଛକା ବି ମାରିଛନ୍ତି।
ବିରାଟ ଏବଂ ସଚିନଙ୍କ ବିଷୟରେ ଜୁନୈଦ କହିନ୍ତି, ବିରାଟ ଜଣେ ମହାନ ଖେଳାଳି କିନ୍ତୁ ସଚିନ ଏକ ଭିନ୍ନ ଯୁଗରେ ବ୍ୟାଟିଂ କରିଥିଲେ। ଯଦି ସଚିନ ଆଜି ଖେଳୁଥାନ୍ତେ, ସେ ବୋଧହୁଏ ୧୦୦ ଶତକରୁ ଅଧିକ (ଦିନିକିଆ) ସ୍କୋର କରିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri