Posted inଜାତୀୟ

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ ଜେନାଙ୍କୁ ବିବାହ କରିଛନ୍ତି। ଦିଲ୍ଲୀର କପୁରଥଲା ହାଉସରେ ଏହି ବିବାହ ହୋଇଥିଲା, ଯେଉଁଠାରେ ଦୁଇ ପରିବାର ବ୍ୟତୀତ କେବଳ ସମ୍ପର୍କୀୟ ଏବଂ ବନ୍ଧୁ ଦେଇଥିଲେ। ହର୍ଷିତାଙ୍କ ବିବାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ନେତା ଯୋଗ ଦେଇଥିଲେ। ଏହି ବିବାହ ଏବେ ଚର୍ଚ୍ଚାରେ ଥିବା ବେଳେ କେଜ୍‌ରିଓ୍ବାଲଙ୍କ ଜ୍ୱାଇଁ ସମ୍ଭବ ଜୈନ କଣ କରନ୍ତି ବୋଲି ପ୍ରଶ୍ନ ଆସିଛି।

ତେବେ ସମ୍ଭବ ଏକ ଜିନି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନ୍‌ସଲ୍ଟଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ସମ୍ଭବ ଏବଂ ହର୍ଷିତା କିଛି ମାସ ପୂର୍ବରୁ ଏକ ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଦୁହେଁ ପରସ୍ପରକୁ ପୂର୍ବରୁ ଜାଣନ୍ତି ଏବଂ ଏବେ ସେମାନେ ବିବାହ କରିଛନ୍ତି।

୨୯ ବର୍ଷୀୟା ହର୍ଷିତା କେଜରିୱାଲଙ୍କ ବଡ଼ ଝିଅ ଏବଂ ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର। ତାଙ୍କ ଭାଇ ପୁଲକିତ ମଧ୍ୟ JEE ରେ ସଫଳତା ହାସଲ କରିଛନ୍ତି। ଅରବିନ୍ଦ କେଜରିୱାଲ ନିଜେ ମଧ୍ୟ IIT ଖଡଗପୁରର ଛାତ୍ର ରହିଛନ୍ତି।

ହର୍ଷିତା କେଜ୍‌ରିିୱାଲ ନୋଏଡାର ଦିଲ୍ଲୀ ପବ୍ଲିକ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୨୦୧୪ରେ IIT-JEE ଆଡଭାନ୍ସଡ ପରୀକ୍ଷାରେ ୩,୩୨୨ତମ ସ୍ଥାନ ହାସଲ କରିଥିଲେ। ତା’ପରେ ହର୍ଷିତା IIT ଦିଲ୍ଲୀରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ, ଯେଉଁଠାରେ ସେ ତାଙ୍କ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପାଠପଢ଼ା ସମୟରେ ତାଙ୍କୁ ଅନେକ ନାମୀଦାମୀ କମ୍ପାନୀରୁ ଚାକିରିର ପ୍ରସ୍ତାବ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହକି ଟିମ୍‌ର ଗେରୁଆ ଜର୍ସିକୁ ନେଇ ବିବାଦ

ଆସନ୍ତା ଅଗଷ୍ଟ ୧୫ରୁ ୩୦ ଯାଏ ନେଦରଲ୍ୟାଣ୍ଡ୍ସ ଏବଂ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ବିଶ୍ୱକପ୍‌ରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ସେମାନଙ୍କର…

ରାହା ଖୋଜୁଛନ୍ତି ବନ୍ୟା ବିପନ୍ନ

ଭୁବନେଶ୍ୱର,୧ା୮ (ରବିନାରାୟଣ ଜେନା): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରରୁ ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ବନ୍ୟା ଯୋଗୁ ୭ଲକ୍ଷରୁ ଊର୍ଦ୍ଧ୍ୱ…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

କାନପୁର ପ୍ରକଳ୍ପର କପର ଡ୍ୟାମ୍‌ ଭାଙ୍ଗିଲା: ତଳିଆ ଅଞ୍ଚଳକୁ ସତର୍କ ସୂଚନା

ଯୋଡ଼ା/ ଚମ୍ପୁଆ, ୧ା୮(ମାନସ ମହାନ୍ତି/ମହେଶ୍ୱର ଦାସ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍‌ଟି ଲଗାଣ ବର୍ଷା ଫଳରେ…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦାମ, ଜାଣନ୍ତୁ କେଉଁ ସହରରେ କେତେ କମିଲା…

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri