Posted inଖେଳ

ମୋହସିନ ନକବି କିଏ? ଯିଏ ନେଇ ପଳାଇଛନ୍ତି ଭାରତର ଏସିଆ କପ୍‌ ଟ୍ରଫି, ଦେବେ ନାହିଁ ବୋଲି…

ନୂଆଦିଲ୍ଲୀ,୧।୧୦: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଚେୟାରମ୍ୟାନ ମୋହସିନ ନକବି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଦୁବାଇରେ ଗତ ରବିବାର ଏସିଆ କପ ୨୦୨୫ ଜିତିବା ପରେ ଭାରତୀୟ କ୍ରିକେଟ ଟିମ ନକବିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ଏହାପରେ ଭାରତୀୟ ଖେଳାଳିମାନେ ବିନା ଟ୍ରଫିରେ ବିଜୟ ଉତ୍ସବ ମନାଇଥିଲେ। ଟ୍ରଫି ନ ନେବା କାରଣରୁ ନକବି ରାଗି ଯାଇଥିଲେ। ସେ ଟ୍ରଫି ଓ ପଦକ ଦୁଇଟିଯାକ ଭାରତୀୟ ଟିମଠାରୁ ଦୂରେଇ ରଖିଦେଇଥିଲେ। ଏହା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବିସିସିଆଇର ଅଧିକାରୀମାନେ ନକବିଙ୍କୁ କହିଥିଲେ ଯେ ଟ୍ରଫି ଓ ପଦକ ବିଜୟୀ ଟିମ୍‌କୁ ଫେରାଇବା ଉଚିତ, କିନ୍ତୁ ସେ ଏହା ଦେବାକୁ ମନା କରିଦେଇଥିଲେ।
ତେବେ ୨୮ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟେଡିୟମ୍ରୁ ଏଶିୟା କପ ୨୦୨୫ର ଟ୍ରଫି ନିଜ ସହ ନେଇଯିବା ପାଇଁ ନକବି କଥିତ ଭାବେ କ୍ଷମା ମାଗିଛନ୍ତି, କିନ୍ତୁ ଟ୍ରଫି ଫେରାଇବା ପାଇଁ ସେ ଏପର୍ଯ୍ୟନ୍ତ ପ୍ରସ୍ତୁତ ନାହାନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ ନକବି ପିସିବିର ଚେୟାରମାନ ହେବା ସହ ପାକିସ୍ତାନର ଏକ ପ୍ରମୁଖ ରାଜନୈତିକ ନେତା ମଧ୍ୟ ଅଛନ୍ତି, ତେଣୁ ସେ ସେମାନଙ୍କ ହାତରୁ ଟ୍ରଫି ନେଇପାରିବେ ନାହିଁ। ଯଦିଓ ପରେ ନକବି କହିଥିଲେ ଯେ ସୂର୍ଯ୍ୟକୁମାର ଯାଦବ ଦୁବାଇ ଆସି ଟ୍ରଫି ନେଇପାରନ୍ତି।
କିଏ ମୋହସିନ ନକବି?
ମୋହସିନଙ୍କର ପୂର୍ଣ୍ଣ ନାମ ସୟଦ ମୋହସିନ ରଜା ନକବି। ନକବିଙ୍କ ଜନ୍ମ ୧୯୭୮ ଅକ୍ଟୋବର ୨୮ ତାରିଖରେ ଲାହୋରରେ ହୋଇଥିଲା। ପାକିସ୍ତାନରେ ପ୍ରାଥମିକ ଶିକ୍ଷା ପରେ ସେ ଆମେରିକାରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ନକବି ସ୍ନାତକ ଶିକ୍ଷା କରି ପାକିସ୍ତାନ ଫେରିବା ପରେ ସେ ମିଡିଆ ଉଦ୍ୟୋଗରେ ପାଦ ରଖିଥିଲେ ଏବଂ ଅଳ୍ପ ସମୟରେ ଖ୍ୟାତି ପାଇଥିଲେ। ସେ ସିଟି ମିଡିଆ ଗ୍ରୁପର ସ୍ଥାପନା କରିଥିଲେ। ନିଜର ମିଡିଆ ନେଟୱର୍କ ବ୍ୟବହାର କରି ନକବି ଏକ ସଫଳ ଉଦ୍ୟୋଗୀ ହୋଇଥିଲେ ଏବଂ ଦେଶର ସାମାଜିକ-ରାଜନୈତିକ କ୍ଷେତ୍ରରେ ନିଜର ପ୍ରଭାବ ବଢ଼ାଇଛନ୍ତି। ପାକିସ୍ତାନ ସରକାରରେ ତାଙ୍କ ପାଖରେ ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଛି। ୨୦୨୪ ଫେବୃଆରୀରେ ନକବିଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ଚୟନ କରାଯାଇଥିଲା। ଏହି ଚୟନ ଏମିତି ସମୟରେ ହୋଇଥିଲା ଯେତେବଳେ ପିସିବି ଶାସନ, ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଆର୍ଥିକ ସ୍ଥିରତା ଭଳି ଚ୍ୟାଲେଞ୍ଜର ସାମ୍ନା କରୁଥିଲା।
ନକବି, ଯିଏ ନିଜର ସଂଗଠନାତ୍ମକ କୌଶଳ ପାଇଁ ଜଣାଶୁଣା, ପିସିବିର ସଞ୍ଚାଳନକୁ ପ୍ରୋଫେସନାଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେ ଖେଳାଳିମାନଙ୍କର କଲ୍ୟାଣ, କ୍ରିକେଟ ଢାଞ୍ଚାର ଆଧୁନିକୀକରଣ ଏବଂ ପାକିସ୍ତାନ ଆଇସିସି ଏବଂ ଏସିସିରେ ସ୍ଥାନକୁ ମଜବୁତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ନକବିଙ୍କର କାର୍ଯ୍ୟକାଳ ବିବାଦ ମୁକ୍ତ ନାହିଁ। ୨୦୨୫ରେ ସେ ଏସିୟାନ କ୍ରିକେଟ କାଉନ୍ସିଲ (ଏସିସି)ର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି, ଯାହା ଦ୍ୱାରା ଅଞ୍ଚଳୀୟ କ୍ରିକେଟ ପରିଚାଳନାରେ ସେମାନଙ୍କର ପ୍ରଭାବ ଆହୁରି ବଢ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri