ଚହଲ-ଧନଶ୍ରୀଙ୍କ ଛାଡପତ୍ର ପଛରେ ଏହି ମିଷ୍ଟ୍ରି ମ୍ୟାନ୍‌ଙ୍କ ରହିଛି ହାତ! ଜାଣନ୍ତୁ ସେ କିଏ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ହୁଏତ କେବେ କଳ୍ପନା କରି ନ ଥିବେ ଯେ ବିବାହର ମାତ୍ର ଚାରି ବର୍ଷ ପରେ ତାଙ୍କ ବ୍ୟକ୍ତିଗତ ଜୀବନ ନଷ୍ଟ ହୋଇଯିବ। ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ଛାଡପତ୍ର ଗୁଜବ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ଏପରି ଦାବି ମଧ୍ୟ କରୁଛନ୍ତି ଯେ ଧନଶ୍ରୀ କେବଳ ଟଙ୍କା ଏବଂ ପ୍ରସିଦ୍ଧି ପାଇଁ ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ। ନିକଟରେ ଚହଲଙ୍କୁ ଜଣେ ‘ମିଷ୍ଟ୍ରି ଗର୍ଲ’ ସହିତ ଦେଖିବାକୁ ମିଳିଥିଲା, କିନ୍ତୁ ଏବେ ଧନଶ୍ରୀ ବର୍ମାଙ୍କ ‘ମିଷ୍ଟ୍ରି ମ୍ୟାନ୍‌’ ବିଷୟଟି ଏକ ଅଲଗା ଆଲୋଚନାର ବିଷୟ ପାଲଟିଛି।

ଧନଶ୍ରୀ ପେଶାରେ ଜଣେ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ଏବଂ ଦନ୍ତ ଚିକିତ୍ସକ ମଧ୍ୟ। ଗୋଟିଏ ପଟେ ତାଙ୍କର ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଗୁଜବ ଶୀର୍ଷରେ ଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ଜଣେ ପେସାଦାର ନୃତ୍ୟଶିଳ୍ପୀ ପ୍ରତୀକ ଉତେକରଙ୍କ ସହ ତାଙ୍କର ଫଟୋ ନିଆଁ ପରି ବ୍ୟାପିବାରେ ଲାଗିଛି। ଏହି ଭାଇରାଲ ଫଟୋରେ, ପ୍ରତୀକ ଉତେକର ଏବଂ ଧନଶ୍ରୀ ବର୍ମା ନିକଟତର ଭାବରେ ଫଟୋ କ୍ଲିକ କରିଛନ୍ତି। ଏହି ଫଟୋ ଆଧାରରେ ଅନେକ ଲୋକ ଦାବି କରୁଛନ୍ତି ଯେ ଚହଲଙ୍କ ଘର ଭାଙ୍ଗିବା ପଛରେ ପ୍ରତୀକ ଉତେକର ହିଁ କାରଣ।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତୀକ ଉତେକର କ୍ଷୋଭ ପ୍ରକାଶ କରିଥିଲେ। ପ୍ରତୀକ ନିଜେ ବୃତ୍ତିରେ ଜଣେ ନୃତ୍ୟଶିଳ୍ପୀ । ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେ କହିଛନ୍ତି, ଦୁନିଆ ଏତେ ମୁକ୍ତ ଯେ ଲୋକମାନେ କେବଳ ଗୋଟିଏ ଫଟୋରେ ଭିନ୍ନ ଭିନ୍ନ କାହାଣୀ ସୃଷ୍ଟି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri