ଚହଲ-ଧନଶ୍ରୀଙ୍କ ଛାଡପତ୍ର ପଛରେ ଏହି ମିଷ୍ଟ୍ରି ମ୍ୟାନ୍‌ଙ୍କ ରହିଛି ହାତ! ଜାଣନ୍ତୁ ସେ କିଏ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ହୁଏତ କେବେ କଳ୍ପନା କରି ନ ଥିବେ ଯେ ବିବାହର ମାତ୍ର ଚାରି ବର୍ଷ ପରେ ତାଙ୍କ ବ୍ୟକ୍ତିଗତ ଜୀବନ ନଷ୍ଟ ହୋଇଯିବ। ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ଛାଡପତ୍ର ଗୁଜବ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ଏପରି ଦାବି ମଧ୍ୟ କରୁଛନ୍ତି ଯେ ଧନଶ୍ରୀ କେବଳ ଟଙ୍କା ଏବଂ ପ୍ରସିଦ୍ଧି ପାଇଁ ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ। ନିକଟରେ ଚହଲଙ୍କୁ ଜଣେ ‘ମିଷ୍ଟ୍ରି ଗର୍ଲ’ ସହିତ ଦେଖିବାକୁ ମିଳିଥିଲା, କିନ୍ତୁ ଏବେ ଧନଶ୍ରୀ ବର୍ମାଙ୍କ ‘ମିଷ୍ଟ୍ରି ମ୍ୟାନ୍‌’ ବିଷୟଟି ଏକ ଅଲଗା ଆଲୋଚନାର ବିଷୟ ପାଲଟିଛି।

ଧନଶ୍ରୀ ପେଶାରେ ଜଣେ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ଏବଂ ଦନ୍ତ ଚିକିତ୍ସକ ମଧ୍ୟ। ଗୋଟିଏ ପଟେ ତାଙ୍କର ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଗୁଜବ ଶୀର୍ଷରେ ଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ଜଣେ ପେସାଦାର ନୃତ୍ୟଶିଳ୍ପୀ ପ୍ରତୀକ ଉତେକରଙ୍କ ସହ ତାଙ୍କର ଫଟୋ ନିଆଁ ପରି ବ୍ୟାପିବାରେ ଲାଗିଛି। ଏହି ଭାଇରାଲ ଫଟୋରେ, ପ୍ରତୀକ ଉତେକର ଏବଂ ଧନଶ୍ରୀ ବର୍ମା ନିକଟତର ଭାବରେ ଫଟୋ କ୍ଲିକ କରିଛନ୍ତି। ଏହି ଫଟୋ ଆଧାରରେ ଅନେକ ଲୋକ ଦାବି କରୁଛନ୍ତି ଯେ ଚହଲଙ୍କ ଘର ଭାଙ୍ଗିବା ପଛରେ ପ୍ରତୀକ ଉତେକର ହିଁ କାରଣ।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତୀକ ଉତେକର କ୍ଷୋଭ ପ୍ରକାଶ କରିଥିଲେ। ପ୍ରତୀକ ନିଜେ ବୃତ୍ତିରେ ଜଣେ ନୃତ୍ୟଶିଳ୍ପୀ । ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେ କହିଛନ୍ତି, ଦୁନିଆ ଏତେ ମୁକ୍ତ ଯେ ଲୋକମାନେ କେବଳ ଗୋଟିଏ ଫଟୋରେ ଭିନ୍ନ ଭିନ୍ନ କାହାଣୀ ସୃଷ୍ଟି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ବଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟିଲେ ସୈଫ୍‌: ଦେଲେ ବଡ଼ ପ୍ରତିଶ୍ରୁତି

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଛି। ସେ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଛନ୍ତି। ସୈଫ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ଏକ ବଡ଼ ହୃଦୟ...

ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…

ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି...

ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା

ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ...

ଡିସଚାର୍ଜ ହେବା ପରେ ଠିକଣା ବଦଳାଇବେ ସୈଫ୍‌, ଏବେ ରହିବେ ଏଇଠି…

ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍‌ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍‌ଙ୍କୁ ଡିସଚାର୍ଜ...

ଅଭିନେତା ସୈଫଙ୍କୁ ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ମିଳିଲା କେତେ ଟଙ୍କା? ଭେଟିଛନ୍ତି କି କରିନା, ଜାଣନ୍ତୁ ପୁରା ଘଟଣା

ମୁମ୍ବାଇ,୨୧।୧: ଜାନୁଆରୀ ୧୫ ରାତିରେ, ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ସେହି...

ବଲିଉଡ୍‌ରେ ଅଭିନେତ୍ରୀଙ୍କୁ ମିଳେ ଅପ୍ରାସଙ୍ଗିକ ଚରିତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତ ସୋମବାର ଏକ ସାକ୍ଷାତ୍‌କାରରେ କହିଛନ୍ତି, ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ’ ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ...

ଧରାପଡ଼ିନାହାନ୍ତି ସୈଫ୍‌ଙ୍କ ପ୍ରକୃତ ଆକ୍ରମଣକାରୀ: ଅନ୍ଧାରରେ ମୁମ୍ବାଇ ପୋଲିସର ୩୫ ଟିମ୍‌

ବଲିଉଡ୍‌ ଷ୍ଟାର ସୈଫ୍‌ ଅଲୀ ଖାନ୍‌ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍‌ସ୍ଥିତ ‘ସତ୍‌ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬...

ସତରେ କ’ଣ ବାଂଲାଦେଶରୁ ଆସିଥିଲେ ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି? କୋର୍ଟରେ ଖୋଲିଲା ବଡ଼ ଗୁମର

ମୁମ୍ବାଇ,୧୯।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଥାନେ ପଶ୍ଚିମ ଅଞ୍ଚଳରୁ ଗିରଫ କରି ରବିବାର (୧୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri